ଥଣ୍ଡା ସହିପାରିଲେନି ଚାଇନା ଯବାନ, ସୀମାରୁ ୧୦ ହଜାର ସୈନ୍ୟ ପଛକୁ ହଟିଲେ

ନୂଆଦିଲ୍ଲୀ: ଭାରତକୁ ନାଲି ଆଖି ଦେଖାଉଥିବା ଚାଇନା ଏବେ ପଛଘୁଞ୍ଚା ଦେଇଛି। ପୂର୍ବ ଲଦାଖରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଇନାର ଯବାନମାନେ ଥରିବା ଆରମ୍ଭ କରିଛନ୍ତି। ସେମାନେ ଅସହ୍ୟ ଜାଡ଼କୁ ସହ୍ୟ ନ କରିପାରି ପଛକୁ ଘୁଞ୍ଚି ଯାଇଛନ୍ତି। ପୂର୍ବରୁ ଏଲଏସିରେ ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଚାଇନା ମୁତୟନ କରିଥିବା ପ୍ରାୟ ୧୦ ହଜାର ଯବାନଙ୍କୁ ପଛକୁ ହଟାଇ ନେଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଲଦାଖରେ ତାପମାତ୍ରା ଏବେ ଶୂନରୁ କମ ଥିବାରୁ […]

rd

Hemant Lenka
  • Published: Monday, 11 January 2021
  • , Updated: 11 January 2021, 09:46 PM IST

ନୂଆଦିଲ୍ଲୀ: ଭାରତକୁ ନାଲି ଆଖି ଦେଖାଉଥିବା ଚାଇନା ଏବେ ପଛଘୁଞ୍ଚା ଦେଇଛି। ପୂର୍ବ ଲଦାଖରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଇନାର ଯବାନମାନେ ଥରିବା ଆରମ୍ଭ କରିଛନ୍ତି। ସେମାନେ ଅସହ୍ୟ ଜାଡ଼କୁ ସହ୍ୟ ନ କରିପାରି ପଛକୁ ଘୁଞ୍ଚି ଯାଇଛନ୍ତି। ପୂର୍ବରୁ ଏଲଏସିରେ ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଚାଇନା ମୁତୟନ କରିଥିବା ପ୍ରାୟ ୧୦ ହଜାର ଯବାନଙ୍କୁ ପଛକୁ ହଟାଇ ନେଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ ଲଦାଖରେ ତାପମାତ୍ରା ଏବେ ଶୂନରୁ କମ ଥିବାରୁ ଚାଇନା ଏଭଳି ପଦକ୍ଷେପ ନେଇଛି। ଅତ୍ୟଧିକ ଥଣ୍ଡା ଯୋଗୁ ଡ୍ରାଗନ ବାହୀନ ପଛକୁ ଚାଲି ଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ଚାଇନାର ପ୍ରାୟ ୧୦ ହଜାର ଯବାନ ମୁତୟନ ହୋଇଥିଲେ। ଏଥିସହ ସେଠାରେ ସେମାନେ ଟ୍ରେନିଂ ମଧ୍ୟ ନେଉଥିଲେ। ହେଲେ ଏବେ ସେହି ସ୍ଥାନ ଖାଲି ହୋଇଯାଇଛି।

ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଭାରତ ଓ ଚାଇନା ମଧ୍ୟରେ ଏଲଏସିକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା। ଏଥିପାଇଁ ଏଲଏସିj ବିଭିନ୍ନ ପ୍ରାନ୍ତରେ ବେଜିଂ ପକ୍ଷରୁ ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ କରାଯାଇଥିଲା। ଏବେ ଭାରତୀୟ ସୀମାରୁ ପ୍ରାୟ ୨୦୦ କିମି ପରିଧି ମଧ୍ୟରୁ ଚାଇନା ତା’ର ୧୦ ହଜାର ଯବାନଙ୍କୁ ପ୍ରତ୍ୟାହାର କରି ନେଇଛି। ଏହା ପଛରେ ଅତ୍ୟଧିକ ଥଣ୍ଡା ମୁଖ୍ୟ କାରଣ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଚାଇନା ତା’ର ଯବାନମାନଙ୍କୁ ପ୍ରତ୍ୟାହାର କରିଥିଲେ ହେଁ ଭାରତୀୟ ଯବାନମାନେ ପୂର୍ବଭଳି ଶୂନରୁ କମ ଡିଗ୍ରୀ ତାପମାତ୍ରାରେ ମଧ୍ୟ ପୂର୍ବଭଳି ନିଜର ଡ୍ୟୁଟି ଜାରି ରଖିଛନ୍ତି। ଚାଇନା ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ସମାନ ସଂଖ୍ୟକ ଯବାନ ମୁତୟନ କରିଥିଲା।

ଗତବର୍ଷ ଜୁନ୍ ୧୫ରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଫ୍ରିକେସନ୍ ପଏଣ୍ଟରେ ଉଭୟ ଦେଶ ବିପୁଳ ସଂଖ୍ୟାର ଯବାନଙ୍କ ସହ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଥିଲେ।

Related story