ପାକ୍‌ ଉପରେ ଚୀନ୍‌ କ୍ଷୁବ୍ଧ: ପିଓକେ ଭାରତର ବୋଲି ଦେଖାଇଲା

ବେଜିଂ: ପାକିସ୍ତାନର ବନ୍ଧୁ ଚୀନ୍‌ ମୁଡ୍‌ ଏବେ ବଦଳୁଥିବା ଦେଖିବାକୁ ମିଳିଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତରେ ବୋଲି ଏକ ମ୍ୟାପ୍‌ରେ ଦେଖାଇବା ପରେ ବେଜିଂ ଓ ଇସ୍‌ଲାମାବାଦ ମଧ୍ୟରେ ସବୁ କିଛି ଠିକ୍‌ ଠାକ ଚାଲି ନଥିବା ଆଶଙ୍କା କରାଯାଉଛି। ଚୀନ୍‌ ଏଭଳି ପିଓକେକୁ ଭାରତର ବୋଲି ଦେଖାଇବା ବେଶ ଗୁରୁତ୍ୱବହନ କରୁଛି। କାରଣ ଡିସେମ୍ବର ୧୦ରେ ଭାରତ ଓ ଚୀନ୍‌ ମିଳିତ ସମରାଭ୍ୟାସ କରିବେ। ଏଥିସହ କର୍ତ୍ତାରପୁର ପ୍ରସଙ୍ଗକୁ ନେଇ […]

c

Hemant Lenka
  • Published: Friday, 30 November 2018
  • , Updated: 30 November 2018, 04:53 PM IST

ବେଜିଂ: ପାକିସ୍ତାନର ବନ୍ଧୁ ଚୀନ୍‌ ମୁଡ୍‌ ଏବେ ବଦଳୁଥିବା ଦେଖିବାକୁ ମିଳିଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତରେ ବୋଲି ଏକ ମ୍ୟାପ୍‌ରେ ଦେଖାଇବା ପରେ ବେଜିଂ ଓ ଇସ୍‌ଲାମାବାଦ ମଧ୍ୟରେ ସବୁ କିଛି ଠିକ୍‌ ଠାକ ଚାଲି ନଥିବା ଆଶଙ୍କା କରାଯାଉଛି।

ଚୀନ୍‌ ଏଭଳି ପିଓକେକୁ ଭାରତର ବୋଲି ଦେଖାଇବା ବେଶ ଗୁରୁତ୍ୱବହନ କରୁଛି। କାରଣ ଡିସେମ୍ବର ୧୦ରେ ଭାରତ ଓ ଚୀନ୍‌ ମିଳିତ ସମରାଭ୍ୟାସ କରିବେ। ଏଥିସହ କର୍ତ୍ତାରପୁର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ଏଭଳି ଘଟଣା ଘଟିଛି।

କରାଚିରେ ଥିବା ଚୀନ୍‌ କନସଲଟାଣ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଖବର ପ୍ରସାରଣ କରୁଥିବା ବେଳେ ଦେଶର ଗଣମାଧ୍ୟମ ପିଓକେକୁ ଭାରତର ବୋଲି ଦର୍ଶାଇଥିଲା। ଚୀନ୍‌ ନାଗରିକଙ୍କୁ ପାକିସ୍ତାନ ସରକାର ସୁରକ୍ଷା ଯୋଗାଇ ପାରୁ ନଥିବାରୁ ବେଜିଂ ଏଭଳି କ୍ଷୁବ୍ଧ ହୋଇଥିବା କୁହାଯାଉଛି।

ଚୀନ୍‌ ସରକାର ସର୍ବଦା କୌଣସି ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିଜର ମତ ରଖିବା ପାଇଁ ସରକାରୀ ଗଣମାଧ୍ୟମର ବ୍ୟବହାର କରିଥାଆନ୍ତି। ତେଣୁ ଚୀନ୍‌ ସରକାର ଜାଣିଶୁଣି ପିଓକେକୁ ଭାରତର ଦର୍ଶାଇବା ପାଇଁ ଏଭଳି ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନ ହରଡ଼ଘଣାରେ ପଡ଼ିଛି।

Related story