ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା କରୋନ ଭାଇରସ ସମଗ୍ର ବିଶ୍ୱରେ ହାହାକାର ସ୍ଥିତି ସୃଷ୍ଟି କରିଛି। ଆମେରିକା ଠାରୁ ଆରମ୍ଭ କରି ଭାରତ ଯାଏ ସବୁ ଦେଶ କରୋନା କବଳରେ ପଡ଼ି ଛଟପଟ ହେଉଛନ୍ତି। ଏସବୁ ଭିତରେ ଚାଇନା ସମଗ୍ର ବିଶ୍ୱକୁ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି।
ଯେଉଁ ଚାଇନା ସମଗ୍ର ବିଶ୍ୱକୁ କରୋନା ଭାଇରସ ବାଣ୍ଟିଥିଲା। ଏବେ ସେହି ଚାଇନା ଏହାର ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ଚାଇନା ପ୍ରସ୍ତୁତ କରିଥିବା ଟିକା ଫେଜ-୧ ଓ ଫେଜ-୨ ପରୀକ୍ଷାରେ ସଫଳ ହୋଇଥିବା ଜଣାପଡ଼ିଛି।
ଏହା ପୂର୍ବରୁ ଗତକାଲି ଅକ୍ସଫୋର୍ଡ ମଧ୍ୟ କରୋନା ଟିକାର ଦୁଇଟି ପର୍ଯ୍ୟାୟ ପରୀକ୍ଷଣରେ ସଫଳ ହୋଇଥିବା ଦାବି କରିଥିଲା। ଆଜି ଚାଇନାରେ ପ୍ରସ୍ତୁତ ହେଉଥିବା କରୋନା ଟିକା ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ବେଶ ଫଳପ୍ରଦ ହୋଇଥିବା ଜଣାପଡ଼ିଛି।
ବୈଜ୍ଞାନିକ ଓ ଡାକ୍ତରମାନେ ଦାବି କରିଛନ୍ତି ଯେ ଏହି ଟିକା ଲୋକଙ୍କ ଉପରେ ପରୀକ୍ଷା କରିବା ପରେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ଏହା ସହ ଏହି ଟିକା ଜଣେ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନିଟି ବୃଦ୍ଧି କରୁଛି।
ଚାଇନା ଗଣମାଧ୍ୟମ ଖବର ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଫେଜ-୧ରେ ୧୦୮ ଜଣ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ୫୦୮ ଜଣ ଲୋକ ସାମିଲ ହୋଇଥିଲେ।
ଚାଇନାର ଜିଆନଶୁ ପ୍ରୋଭେନସିଆଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ପ୍ରଫେସର ଫେଙ୍ଗାକାଇ ଝୁ କହିଛନ୍ତି, ଆମେ ଟ୍ରାଏଲରେ ସାମିଲ କରିଥିବା ୫୦୮ ଜଣଙ୍କ ମଧ୍ୟରେ ୧୫ରୁ ୫୫ ଓ ତା’ଠାରୁ ଅଧିକ ବୟସ୍କ ଲୋକ ରହିଥିଲେ।
ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଗୁଣ ଅଧିକ ଲୋକ ରହିଥିଲେ ବୋଲି ସେ କହିଛନ୍ତି। ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚାଇନାର କରୋନା ଟିକା Ad5ର ମାନବ ପରୀକ୍ଷଣ ଉହାନ ସହରରେ ହିଁ କରାଯାଇଛି। ସମସ୍ତ ବୟସର ଲୋକଙ୍କ ପାଇଁ ଏହା ଫଳପ୍ରଦ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଛି।
A phase 2 trial of a COVID-19 vaccine candidate conducted in China has found that the vaccine is safe and induces an immune response, according to a new study published Monday in medical journal The Lancet. https://t.co/okeEfxUuxe pic.twitter.com/Cci0KMZi8U
— China.org.cn (@chinaorgcn) July 21, 2020
ବେଜିଂ ଇନଷ୍ଟିଚ୍ୟୁଟ ଅଫ ବାଓଟେକ୍ନୋଲଜିର ପ୍ରଫେସର ୱିଇ ଚେନ କହିଛନ୍ତି, ବୟସ୍କଙ୍କ ପ୍ରତି କରୋନା ସଂକ୍ରମଣର ଭୟ ଅଧିକ ରହିଥାଏ। ହେଲେ ଆମର ଟିକା ଫେଜ-୨ରେ ଚମତ୍କାର ରେଜଲ୍ଟ ଦେଇଛି।
ଟିକା ନେବା ପରେ ଅନେକ ଲୋକ କରୋନା ସଂକ୍ରମଣରୁ ଭଲ ହୋଇଯାଇଛନ୍ତି। ସେମାନଙ୍କ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଛି। ଫେଜ-୩ ଟ୍ରାଏଲ ପରା ଏହା ବଜାରକୁ ପ୍ରବେଶ କରିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।