ଚାଇନିଜ ଗୁପ୍ତଚରଙ୍କ ରାଡାରରେ ପିଏମଓର ଅଧିକାରୀ ଓ ଦଲାଇଲାମା, ସାମ୍ବାଦିକ ସାଜିଥିଲେ ମଧ୍ୟସ୍ଥି

ନୂଆଦିଲ୍ଲୀ: ଭାରତୀୟଙ୍କ ଉପରେ ଚାଇନା ପକ୍ଷରୁ କରାଯାଉଥିବା ଗୁଇନ୍ଦାଗିରି ଘଟଣାର ତଦନ୍ତ ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରି ଭାରତୀୟ ସାମ୍ବାଦିକ ରାଜୀବ ଶର୍ମା, ଜଣେ ଚାଇନିଜ ମହିଳା କ୍ୱିନ ଶୀ ଓ ତାଙ୍କର ଜଣେ ନେପାଳୀ ସହଯୋଗୀ ଶେର ସିଂହ ଓରଫ ରାଜ ଭୋରାଙ୍କୁ ଗିରଫ କରାଯାଇଛି। ଚାଇନିଜ୍‌ ଗୁଇନ୍ଦାଗିରି ରାକେଟ ଗିରଫ ଶୀଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ କହିଥିଲା। ଏମାନଙ୍କ […]

drf

Hemant Lenka
  • Published: Thursday, 22 October 2020
  • , Updated: 22 October 2020, 09:21 PM IST

ନୂଆଦିଲ୍ଲୀ: ଭାରତୀୟଙ୍କ ଉପରେ ଚାଇନା ପକ୍ଷରୁ କରାଯାଉଥିବା ଗୁଇନ୍ଦାଗିରି ଘଟଣାର ତଦନ୍ତ ବେଳେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାର ତଦନ୍ତ କରି ଭାରତୀୟ ସାମ୍ବାଦିକ ରାଜୀବ ଶର୍ମା, ଜଣେ ଚାଇନିଜ ମହିଳା କ୍ୱିନ ଶୀ ଓ ତାଙ୍କର ଜଣେ ନେପାଳୀ ସହଯୋଗୀ ଶେର ସିଂହ ଓରଫ ରାଜ ଭୋରାଙ୍କୁ ଗିରଫ କରାଯାଇଛି।

ଚାଇନିଜ୍‌ ଗୁଇନ୍ଦାଗିରି ରାକେଟ ଗିରଫ ଶୀଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ କହିଥିଲା। ଏମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ ରହିଥିଲେ। ସେ ଏହି ଅଧିକାରୀଙ୍କ ତଥ୍ୟ ଯୋଗାଡ଼ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ଏହବାଦ୍‌ ଧର୍ମଗୁରୁ ଦଲାଇଲାମାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଥିଲା। ଦଲାଇଲାମାଙ୍କୁ କେଉଁ ସବୁ ଡାକ୍ତର ଚିକିତ୍ସା କରୁଛନ୍ତି ଓ ସେ କେଉଁ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଛନ୍ତି ଓ ସେ କେଉଁ ମେଡିସିନ ଖାଉଛନ୍ତି, ତା’ର ତଥ୍ୟ ହାସଲ କରିବାକୁ ଶୀଙ୍କୁ ନିର୍ଦ୍ଦେଶ ମିଳିଥିଲା।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ମହାବୋଦ୍ଧି ମନ୍ଦିରର ଜଣେ ସାଧୁ ଶୀଙ୍କୁ କୋଲକାତାରେ ଜଣେ ମହିଳାଙ୍କ ସହ ପରିଚୟ କରାଇଥିଲେ। ୨୦୧୯ ଶେଷ ଭାଗରେ ଏହି ଭେଟ ଘାଟ ହୋଇଥିଲା। ମହିଳା ଜଣଙ୍କ ଇଂରାଜୀ ଭାଷାରେ ସମସ୍ତ ଦସ୍ତାବିଜ ଦେବେ ଓ ଶୀ ହିଁ ଏହାକୁ ମାଣ୍ଡାରିନ୍‌ ଭାଷରେ ଅନୁବାଦ କରିବେ। ଅନୁବାଦ ହେବା ପରେ ଦସ୍ତାବିଜ୍‌ ଗୁଡ଼ିକ ଚାଇନାର ସୁରକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀଙ୍କ ପାଖକୁ ଯିବ। ଏବେ ତଦନ୍ତକାରୀ ଟିମ୍‌ କୋଲକାତା ଯାଇ ଶୀଙ୍କ ସମ୍ପର୍କରେ ଥିବା ଲୋକମାନଙ୍କୁ ଠାବ କରିବ।

ତଦନ୍ତରୁ ଜଣାପଡ଼ିଛି ଯେ ଏକାଧିକ ସେଲ କମ୍ପାନୀ ଜରିଆରେ ଭାରତୀୟ ସାମ୍ବାଦିକ ରାଜୀବ ଶର୍ମାଙ୍କ ପାଖକୁ ଟଙ୍କା ଯାଉଥିଲା। ଦୁଇ ଚାଇନିଜ୍‌ ନାଗରିକ ଝାଙ୍ଗ ଚାଙ୍ଗ ଓ ତାଙ୍କ ପତ୍ନୀ ଚାଙ୍ଗ ଲି-ଲିଆ ଫେକ୍‌ ନାମରେ ଏମଜେଡ ଫାର୍ମାସୀ ଓ ଏମଜେଡ ମଲ୍ସ ଚଳାଉଥିଲେ। ଝାଙ୍ଗ ନାଁ ସୂରଜ ଓ ଲିଆଙ୍କ ନାଁ ଉଷା ରଖାଯାଇଥିଲା। ସେମାନଙ୍କ ପାଇଁ ଶୀ ଓ ରାଜ ଭୋରା ଏମଜେଡ ଫାର୍ମାସୀର ନିର୍ଦ୍ଦେଶକ ଭାବେ ମହିପାଲପୁରରୁ ପୂରା ଅପରେସନ କରୁଥିଲେ।

ସାମ୍ବାଦିକ ରାଜୀବ ଶର୍ମା ନିୟମିତ ଭାବେ ଶୀଙ୍କ ଯୋଗାଯୋଗରେ ରହି ପୂରା କାର୍ଯ୍ୟକ୍ରମକୁ ରୂପରେଖ ଦେଉଥିଲେ। ୨୦୧୦ରୁ ୨୦୧୪ ମଧ୍ୟରେ ରାଜୀବ ଶର୍ମା ଗ୍ଲୋବାଲ ଟାଇମ୍ସରେ ସାପ୍ତାହିକ ସ୍ତମ୍ଭ ମଧ୍ୟ ଲେଖିଥିଲେ। ଏହା ଚାଇନା ସରକାରଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରିଥାଏ।

ଉକ୍ତ ସ୍ତମ୍ଭକୁ ବିଶ୍ଲେଷଣ କରି ଚାଇନିଜ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ମାଇକେଲ ଲିଙ୍କଡ୍‌ଇନ୍‌ ଆକାଉଣ୍ଟ ଜରିଆରେ ରାଜୀବଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ସାକ୍ଷାତକାର ପାଇଁ ସେ ରାଜୀବଙ୍କୁ କୁନମିଙ୍ଗ(ଚାଇନାର ଗୋଟିଏ ସହର)କୁ ନିମନ୍ତ୍ରଣ କରିଥିଲେ। ଏହି ଟ୍ରିପର ସମସ୍ତ ଖର୍ଚ୍ଚ ମାଇକେଲ ବହନ କରିଥିଲେ। ବୈଠକ ବେଳେ ମାଇକେଲ ଓ ତାଙ୍କ ଜୁନିୟର ଜୋ ସାମ୍ବାଦିକ ରାଜୀବଙ୍କୁ ଭାରତ-ଚାଇନା ସମ୍ପର୍କର ସମସ୍ତ ଇନପୁଟ ଦେବାକୁ କହିଥିଲେ।

୨୦୧୬ ଓ ୨୦୧୮ ମଧ୍ୟରେ ରାଜୀବ ଶର୍ମା ଭୁଟାନ-ସିକ୍କିମ-ଚାଇନା ଜଙ୍କସନରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ବିଷୟରେ ନିୟମିତ ତଥ୍ୟ ଦେଇଥିଲେ। ଏହା ମଧ୍ୟରେ ଡୋକଲାମ ମଧ୍ୟ ରହିଛି। ଲାଉସ ଓ ମାଲଦ୍ୱୀପରେ ମଧ୍ୟ ମାଇକେଲଙ୍କୁ ସାକ୍ଷାତ କରି ରାଜୀବ ସବୁ ବିଷୟରେ କହିଥିଲେ। ଏବେ ପୁଲିସ୍‌ ତାଙ୍କୁ ଗିରଫ କରି ତଦନ୍ତକୁ ଜୋରଦାର କରିଛି।

Related story