ଏଲଏସିରେ ନିଜର ଶକ୍ତି ବୃଦ୍ଧି କରୁଛି ଚାଇନା, ତିଆରି କଲାଣି ୨୦ଟି ମିଲିଟାରୀ କ୍ୟାମ୍ପ

ବେଜିଂ: ୨୦୧୭ ମସିହା ଡୋକଲାମ ବିବାଦ ସମୟରେ ଭାରତର ଆଭିମୁଖ୍ୟ ଦେଖି ବ୍ୟାକଫୁଟ୍‌କୁ ଚାଲି ଯାଇଥିବା ଚାଇନା ଏବେ ସୀମାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏଲଏସିରେ ଭାରତ ସହ ବିବାଦ ସୃଷ୍ଟି ହେଲେ, ଏହାର ଜବାବ ଦେବାକୁ ଚାଇନା ସବୁ ପ୍ରକାରର ଯୋଜନା କରିଛି। ଏଥିପାଇଁ ଏଲଏସିରେ ବେଜିଂ ୨୦ଟି ନୂଆ ମିଲିଟାରୀ କ୍ୟାମ୍ପ ତିଆରି କରିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ସରକାରୀ କର୍ମଚାରୀ କହିଛନ୍ତି, ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ୨୦ରୁ […]

dsa

Hemant Lenka
  • Published: Tuesday, 08 December 2020
  • , Updated: 08 December 2020, 09:27 PM IST

ବେଜିଂ: ୨୦୧୭ ମସିହା ଡୋକଲାମ ବିବାଦ ସମୟରେ ଭାରତର ଆଭିମୁଖ୍ୟ ଦେଖି ବ୍ୟାକଫୁଟ୍‌କୁ ଚାଲି ଯାଇଥିବା ଚାଇନା ଏବେ ସୀମାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏଲଏସିରେ ଭାରତ ସହ ବିବାଦ ସୃଷ୍ଟି ହେଲେ, ଏହାର ଜବାବ ଦେବାକୁ ଚାଇନା ସବୁ ପ୍ରକାରର ଯୋଜନା କରିଛି।

ଏଥିପାଇଁ ଏଲଏସିରେ ବେଜିଂ ୨୦ଟି ନୂଆ ମିଲିଟାରୀ କ୍ୟାମ୍ପ ତିଆରି କରିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ସରକାରୀ କର୍ମଚାରୀ କହିଛନ୍ତି, ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ୨୦ରୁ ଅଧିକ ମିଲିଟାରୀ କ୍ୟାମ୍ପ ନିର୍ମାଣ କରିଛି। ଏହି ସାମରିକ ଶିବିର ସୃଷ୍ଟି କରିବା ପଛରେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବା।

ଭାରତ ସହ ଡୋକଲାମ ବିବାଦ ପରେ ଏହି କ୍ୟାମ୍ପ ଗୁଡ଼ିକ ଚାଇନା ଏଲଏସି ପାଖରେ ଥିବା ନିଜ ଅଞ୍ଚଳରେ ତିଆରି କରିବା ଆରମ୍ଭ କରିଥିଲା। ଇତି ମଧ୍ୟରେ କ୍ୟାମ୍ପ ୨୦ରୁ ଅଧିକ ହୋଇଗଲାଣି। କ୍ୟାମ୍ପ ଗୁଡ଼ିକରେ ସୁରକ୍ଷା ସମ୍ପର୍କିତ ସମସ୍ତ ଆବଶ୍ୟକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଯବାନ ମୁତୟନ ହୋଇ ରହିଛନ୍ତି। ଏଲଏସିରେ କାର୍ଯ୍ୟାନୁଷ୍ଠାନ ବେଳେ ଏହି କ୍ୟାମ୍ପଗୁଡ଼ିକ ଚାଇନା ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି।

ମେ’ ମାସରୁ ପୂର୍ବ ଲଦାଖର ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ଏଲଏସିରରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରିଛନ୍ତି। ବିବାଦର ସମାଧାନ ପାଇଁ ଏକାଧିକ ଥର ବୈଠକ ବସିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏବେ ଡୋକାଲାମରେ ଚାଇନାର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Related story