ଚାଇନିଜ୍‌ ଟିକଟକ୍‌ର ଅଭାବ ପୂରଣ କରିବ ଦେଶୀ ଚିଙ୍ଗାରୀ, ବଢ଼ିଲା ଲୋକଙ୍କ ଚାହିଦା

ନୂଆଦିଲ୍ଲୀ: ଚାଇନିଜ୍‌ ଆପ୍‌ ଟିକଟକ୍‌ ବ୍ୟାନ୍‌ ହେବା ପରେ ଏବେ ଏହାର ସ୍ଥାନ ପୂରଣ କରିବାକୁ ଦେଶୀ ଚିଙ୍ଗାରୀ ଆପ୍‌ ଆସିଯାଇଛି। ଭାରତ ସରକାର ଗତକାଲି ଟିକଟକ ସହ ୫୯ଟି ଚାଇନିଜ ଆପକୁ ଜାତୀୟ ସୁରକ୍ଷା ପାଇଁ ବ୍ୟାନ୍‌ କରିଛନ୍ତି। ଏହାପରେ ଲୋକଙ୍କ ମଧ୍ୟରେ ଚିଙ୍ଗାରୀ ଆପ୍‌ର କ୍ରେଜ ବଢ଼ିବାରେ ଲାଗିଛି। ଟିକଟକ ବ୍ୟାନ୍‌ ପରେ ଭାରତୀୟମାନେ ଚିଙ୍ଗାରୀ ଆପ୍‌ ଡାଉନଲୋଡ କରିବାରେ ଲାଗିଛନ୍ତି। ସରକାରଙ୍କ ବ୍ୟାନ୍‌ ନିଷ୍ପତ୍ତି ପରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ […]

c

Hemant Lenka
  • Published: Tuesday, 30 June 2020
  • , Updated: 30 June 2020, 02:19 PM IST

ନୂଆଦିଲ୍ଲୀ: ଚାଇନିଜ୍‌ ଆପ୍‌ ଟିକଟକ୍‌ ବ୍ୟାନ୍‌ ହେବା ପରେ ଏବେ ଏହାର ସ୍ଥାନ ପୂରଣ କରିବାକୁ ଦେଶୀ ଚିଙ୍ଗାରୀ ଆପ୍‌ ଆସିଯାଇଛି। ଭାରତ ସରକାର ଗତକାଲି ଟିକଟକ ସହ ୫୯ଟି ଚାଇନିଜ ଆପକୁ ଜାତୀୟ ସୁରକ୍ଷା ପାଇଁ ବ୍ୟାନ୍‌ କରିଛନ୍ତି। ଏହାପରେ ଲୋକଙ୍କ ମଧ୍ୟରେ ଚିଙ୍ଗାରୀ ଆପ୍‌ର କ୍ରେଜ ବଢ଼ିବାରେ ଲାଗିଛି।

ଟିକଟକ ବ୍ୟାନ୍‌ ପରେ ଭାରତୀୟମାନେ ଚିଙ୍ଗାରୀ ଆପ୍‌ ଡାଉନଲୋଡ କରିବାରେ ଲାଗିଛନ୍ତି। ସରକାରଙ୍କ ବ୍ୟାନ୍‌ ନିଷ୍ପତ୍ତି ପରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଚିଙ୍ଗାରୀ ଆପକୁ ଡାଉନଲୋଡ କରିସାରିଲେଣି। ସେହିପରି ପ୍ରତି ଘଣ୍ଟାରେ ଏହାକୁ ୨ ମିଲିୟନ ଲୋକ ମଧ୍ୟ ବ୍ୟବହାର କରିବାରେ ଲାଗିଛନ୍ତି।

ବର୍ତ୍ତମାନ ସୁଦ୍ଧା ୩ ମିଲିୟନରୁ ଅଧିକ ଲୋକ ଡାଉନଲୋଡ କରିସାରିଥିବା ଏହି ଦେଶୀ ଆପକୁ ଗତବର୍ଷ ବେଙ୍ଗାଲୁରୁ ସ୍ଥିତ ପ୍ରୋଗ୍ରାମର ତଥା ଓଡ଼ିଆ ପୁଅ ବିଶ୍ୱତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ ତିଆରି କରିଥିଲେ। ଟିକଟକକୁ ଟକ୍କର ଦେବାକୁ ସେମାନେ ଏହି ଆପ୍‌ ବାହାର କରିଥିଲେ।

ଏବେ ଏହା ଗୁଗଲ ପ୍ଲେ ଷ୍ଟୋରର ପ୍ରଥମ ସ୍ଥାନରେ ରହିଛି। ଟିକଟକ ସହ ଲୋକେ ମିତ୍ରୋ ଆପ୍‌ ବି ଡାଉନ ଲୋଡ କରୁଥିଲେ। ହେଲେ ଏବେ ଚିଙ୍ଗାରୀ ସମସ୍ତଙ୍କୁ ପଛରେ ପକାଇ ଦେଇଛି।

ଦେଶୀ ଚିଙ୍ଗାରୀର ନିର୍ମାଣ କରିଥିବା ବିଶ୍ୱତ୍ମା ନାୟକ କହିଛନ୍ତି, “ଚିଙ୍ଗାରୀ ବର୍ତ୍ତମାନ ନୂଆ ବେଞ୍ଚମାର୍କ ତିଆରି କରିଛି। ଏବେ ଅନେକ ଉଦ୍ୟୋଗୀ ଆମ ଆପରେ ଇଣ୍ଟରେଷ୍ଟ ଦେଖାଉଛନ୍ତି। ଆମେ ସବୁ କଥାକୁ ବିଚାର କରି କେମିତି ଏହା ଏକ ବହୁଳ ବ୍ୟବହାରକାରୀ ସୋଶାଲ ପ୍ଲାଟଫର୍ମ ହୋଇପାରିବ, ତା’ ଉପରେ କାର୍ଯ୍ୟ କରୁଛୁ।”

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କେବେ ହେଲେ ଟିକଟକ ଡାଉନଲୋଡ କରି ନଥିଲେ। ହେଲେ ଏବେ ସେ ଚିଙ୍ଗାରୀ ଆପ୍‌ ଡାଉନଲୋଡ କରିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାଦ୍ୱାରା ଦେଶୀ ଚିଙ୍ଗାରୀକୁ ଅଧିକ ଶକ୍ତି ମିଳିବ ବୋଲି ସେ କହିଛନ୍ତି।

ଚିଙ୍ଗାରୀ ଆପ୍‌ ଦ୍ୱାରା ଜଣେ ବ୍ୟକ୍ତି ଭିଡିଓ ଡାଉନଲୋଡ ଓ ଅପଲୋଡ କରିପାରିବ। ସେହିପରି ସାଙ୍ଗମାନଙ୍କ ସହ ଚ୍ୟାଟ୍‌, ନୂଆ ଲୋକଙ୍କ ସହ କଥାବାର୍ତ୍ତା, କଣ୍ଟେଣ୍ଟ ଶେୟାର ଓ ଫିଡ୍‌ ଦ୍ୱାରା ବ୍ରାଉଜ ମଧ୍ୟ କରିପାରିବ।

ଏହି ଆପଟି ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜରାଟୀ, କନ୍ନଡ, ପଞ୍ଜାବୀ, ମାଲାୟଲମ, ତାମିଲ ଓ ତେଲୁଗୁ ଭାଷରେ ଉପଲବ୍ଧ ରହିଛି। ଉଭୟ ଗୁଗଲ ଓ ଆପଲ ପ୍ଲେ ଷ୍ଟୋରରେ ଏହା ଉପଲବ୍ଧ ରହିଛି।

Related story