ସିଏଏ ହିଂସା: ଭଙ୍ଗାରୁଜା କରିଥିବା ଲୋକଙ୍କ ଦୋକାନ ଜବତ କଲେ ସରକାର

ନୂଆଦିଲ୍ଲୀ: ନାଗରିକତା ଆଇନକୁ ବିରୋଧ ବେଳେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସା ବେଳେ ଅନକେ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା। ଏବେ ସରକାର ହିଂସା ଘଟଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ହିଂସାରେ କ୍ଷତି ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି। ଲକ୍ଷ୍ନୌରେ ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ୨୫୦ […]

CAA PROTEST UP

Subhransu Sekhar
  • Published: Sunday, 22 December 2019
  • , Updated: 22 December 2019, 11:40 AM IST

ନୂଆଦିଲ୍ଲୀ: ନାଗରିକତା ଆଇନକୁ ବିରୋଧ ବେଳେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସା ବେଳେ ଅନକେ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିଲା। ଏବେ ସରକାର ହିଂସା ଘଟଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଉତ୍ତର ପ୍ରଦେଶ ସରକାର ହିଂସାରେ କ୍ଷତି ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି।

ଲକ୍ଷ୍ନୌରେ ଆନ୍ଦୋଳନ ବେଳେ ହିଂସାରେ ସାମିଲ ହୋଇଥିବା ୨୫୦ ଲୋକଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲଗାଇବ ବୋଲି ପ୍ରସ୍ତୁତି ଚଳାଇଛି। ସେହିପରି ୧୩ ହଜାର ସନ୍ଦିଗ୍ଧ ସୋଶାଲ ମିଡିଆ ଆକାଉଣ୍ଟର ମୂଳ ପରିଚୟ ଜାଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି।

ମୁଜାଫରନଗରରେ ପ୍ରଶାସନ ୫୦ ଦୋକାନ ଜବତ କରିଥିବା ଜଣାପଡ଼ିଛି।ଏହି ଦୋକାନୀ ମାନେ ଆନ୍ଦୋଳନ ବେଳେ ହିଂସା ଘଟାଇଥିବା ଜଣାପଡ଼ିଛି। ସେହିପରି ଗୋରଖପୁରରେ ହିଂସା ଘଟାଇଥିବା ଲୋକଙ୍କ ଫଟୋ ଜାରି କରିଛି। ଯେଉଁମାନେ ଆନ୍ଦୋଳନକାରୀଙ୍କ ପରିଚୟ ଦେବେ ସେମାନଙ୍କୁ ଆର୍ଥିକ ପୁରସ୍ତାର ଦିଆଯିବ ବୋଲି ସରକାର କହିଛନ୍ତି।ଏମିତିକି ଆଗକୁ ହିଂସା ହୋଇପାରେ ଆଶଙ୍କା କରି ସୋମବାର ଯାଏ ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି।

ସୂଚନାଯୋଗ୍ୟ, ସିଏଏକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଥିଲା। ଏହି ସମୟରେ ଅନେକ ବସ୍, କାର, ଗାଡ଼ି ସମେତ ଅନେକ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ।

ଏହାପରେ ଡିସେମ୍ୱର ୧୯ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଥିଲେ। ବିରୋଧ ପ୍ରଦର୍ଶନ ଆଳରେ ଆନ୍ଦୋଳନକାରୀ ହିଂସା କିମ୍ୱା କ୍ଷତି ପହଞ୍ଚାଇ ପାରିବେ ନାହିଁ। ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ହିଂସା କିମ୍ୱା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ ସେମାନଙ୍କର ସମ୍ପତ୍ତି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Related story