ଭାରତ ୧୦୦ କୋଟି ହିନ୍ଦୁଙ୍କ ହିନ୍ଦୁ ରାଷ୍ଟ୍ର: ରବି କିଶନ୍‌

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବାପରେ ଏହା ସଂସଦରେ ଆଗତ ହେବାର ବାଟ ଫିଟିଯାଇଛି। ସରକାର ଏହାକୁ ଗୃହକୁ ଆଣିବାର ପ୍ରୟାସ ଆରମ୍ଭ କରିଥିବାବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜେପି ସାଂସଦ ରବି କିଶନ୍‌ ଆଜି କହିଛନ୍ତି, ଆମ ଦେଶରେ ୧୦୦ କୋଟି ହିନ୍ଦୁ ଅଛନ୍ତି, ତେଣୁ ଏମିତିରେ ତ ଏହା ହିନ୍ଦୁ ରାଷ୍ଟ୍ର। ଏତେସବୁ ମୁସଲିମ୍‌ ଦେଶ ଅଛି, ଏତେ ସବୁ ଖ୍ରୀଷ୍ଟିଆନ୍‌ ଦେଶ ଅଛି। ଏହି ଦେଶ ୧୦୦ […]

Ravi-Kishan

Subrat Kumar Nayak
  • Published: Wednesday, 04 December 2019
  • , Updated: 04 December 2019, 10:14 PM IST

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବାପରେ ଏହା ସଂସଦରେ ଆଗତ ହେବାର ବାଟ ଫିଟିଯାଇଛି। ସରକାର ଏହାକୁ ଗୃହକୁ ଆଣିବାର ପ୍ରୟାସ ଆରମ୍ଭ କରିଥିବାବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜେପି ସାଂସଦ ରବି କିଶନ୍‌ ଆଜି କହିଛନ୍ତି, ଆମ ଦେଶରେ ୧୦୦ କୋଟି ହିନ୍ଦୁ ଅଛନ୍ତି, ତେଣୁ ଏମିତିରେ ତ ଏହା ହିନ୍ଦୁ ରାଷ୍ଟ୍ର। ଏତେସବୁ ମୁସଲିମ୍‌ ଦେଶ ଅଛି, ଏତେ ସବୁ ଖ୍ରୀଷ୍ଟିଆନ୍‌ ଦେଶ ଅଛି। ଏହି ଦେଶ ୧୦୦ କୋଟିଙ୍କ ହିନ୍ଦୁ ଦେଶ ହେବା ଅଦ୍ଭୁତ କଥା। ଯାହା ସବୁ ଅସମ୍ଭବ ଲାଗୁଥିଲା ଏବେ ସେହି ବିଲ୍‌ ସବୁ ପାଶ୍‌ ହୋଇଯାଉଛି, ଏହା ଭଲ କଥା।

ତେବେ ଏହି ବିଲକୁ କଂଗ୍ରେସ ସମେତ ବେଶ୍‌ କିଛି ବିରୋଧୀ ଦଳ ବିରୋଧ କରିଆସୁଛନ୍ତି। ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ୍‌ ବୋରା କହିଛନ୍ତି, ଆମେ ଏହି ବିଲ୍‌କୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିବୁ ଭାବୁଛୁ। ଏହା ଅସମ୍ବିଧାନିକ। ଏହା ଆର୍ଟିକିଲ ୧୪ ଏବଂ ୨୫ର ଉଲ୍ଲଂଘନ କରୁଛି। ଆମେ କୋର୍ଟ ଯିବା ଆଗରୁ ବିଶେଷଜ୍ଞଙ୍କ ରାୟ ନେବୁ।

ତେବେ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ପରେ ଏହାକୁ ବିରୋଧ ବଢ଼ିଛି। କଂଗ୍ରେସ ଏହାକୁ ନେଇ କୋର୍ଟ ଯିବା କଥା ହେଉଥିବାବେଳେ ମୁସଲିମ୍‌ ସମ୍ପ୍ରଦାୟକୁ ଏଥିରୁ ବାଦ୍‌ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ଏହି ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସି ଶରଣାର୍ଥୀ ହୋଇଥିବା ଲୋକଙ୍କୁ ନାଗରିକତ୍ୱ ମିଳିବ। ଆଉ ସର୍ତ୍ତ ରହିଛି ସେ ମୁସଲିମ୍‌ ହୋଇନଥିବେ। ଏହା ହିଁ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଅଟକ ଥିବା ମେହବୁବା ମୁଫ୍‌ତିଙ୍କ ଟ୍ୱିଟର ହ୍ୟାଣ୍ଡଲରରୁ ତାଙ୍କ ଝିଅ ଲେଖିଛନ୍ତି, ଭାରତ ଆଉ ମୁସଲିମ୍‌ଙ୍କ ଦେଶ ହୋଇ ରହିନାହିଁ।

Related story