ମୃତ କନେଷ୍ଟବଳଙ୍କ ପରିବାରଙ୍କୁ କୋଟିଏ ଟଙ୍କା ଦେବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୃତ୍ୟୁ ବରଣ କରିଥିବା ହେଡ୍ କନେଷ୍ଟବଳ ରତନ ଲାଲଙ୍କ ପରିବାରଙ୍କୁ କୋଟିଏ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଏଥିସହ ମୃତକଙ୍କ ପରିବାରର ଜଣଙ୍କୁ ଦିଲ୍ଲୀ ସରକାର ଚାକିରି ଦେବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି। ହିଂସାକୁ ପ୍ରଶମିତ କରିବାକୁ ଯାଇ ହିଂସାକାରୀଙ୍କ ଆକ୍ରମଣର ଶିକାର ହୋଇ ଫେବୃଆରୀ ୨୬ ତାରିଖରେ ରତନ ଲାଲଙ୍କ ମୃତ୍ୟୁ ଘଟିଥିଲା। ରତନ ଲାଲଙ୍କ ବ୍ୟତୀତ ଗୁଇନ୍ଦା ଅଧିକାରୀ ଅଙ୍କିତ […]

kejriwal

kejriwal

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 09:17 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୃତ୍ୟୁ ବରଣ କରିଥିବା ହେଡ୍ କନେଷ୍ଟବଳ ରତନ ଲାଲଙ୍କ ପରିବାରଙ୍କୁ କୋଟିଏ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଏଥିସହ ମୃତକଙ୍କ ପରିବାରର ଜଣଙ୍କୁ ଦିଲ୍ଲୀ ସରକାର ଚାକିରି ଦେବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି। ହିଂସାକୁ ପ୍ରଶମିତ କରିବାକୁ ଯାଇ ହିଂସାକାରୀଙ୍କ ଆକ୍ରମଣର ଶିକାର ହୋଇ ଫେବୃଆରୀ ୨୬ ତାରିଖରେ ରତନ ଲାଲଙ୍କ ମୃତ୍ୟୁ ଘଟିଥିଲା।

ରତନ ଲାଲଙ୍କ ବ୍ୟତୀତ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କର ମଧ୍ୟ ଏହି ହଂସାରେ ମୃତ୍ୟୁ ହୋଇଛି। ହିଂସା ବେଳେ ଜାଫରାବାଦର ଏକ ନାଳରୁ ଅଙ୍କିତଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଦିଲ୍ଲୀରେ ସ୍ଥିତି ଉଗ୍ର ରହିଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ମତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମିତ ଶାହ ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି।

ଦିଲ୍ଲୀବାସୀ ହିଂସାକୁ ସମର୍ଥନ କରନ୍ତି ନାହିଁ। ଏଭଳି କାମ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ହେଉଛି। ରାଜନୀତିରେ ଘୃଣାଭାବ ଏବଂ ହିଂସାକୁ ଦିଲ୍ଲୀବାସୀ ବରଦାସ୍ତ କରିବେ ନାହିଁ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos