କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ

କୋଏମ୍ବାଟୁର: ଆଜି ସକାଳ ୫ଟା ୩୦ରେ ତାମିଲନାଡ଼ୁରେ ମେଟ୍‌ଟୁପାଲାୟମରେ ୪ଟି ଘର ଭୁଶୁଡି ପଡ଼ିଛି। ପ୍ରବଳ ବର୍ଷା କାରଣରୁ ଏହି ଘର ଭୁଶିଡି ପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଥିବା ସୂଚନା ରହିଛି। India Meteorological Dept: Squally wind speed 40-50 kmph very likely to prevail over SW Arabian Sea, Lakshadweep area & off Kerala & […]

wall collapsed

Subhransu Sekhar
  • Published: Monday, 02 December 2019
  • , Updated: 02 December 2019, 02:37 PM IST

କୋଏମ୍ବାଟୁର: ଆଜି ସକାଳ ୫ଟା ୩୦ରେ ତାମିଲନାଡ଼ୁରେ ମେଟ୍‌ଟୁପାଲାୟମରେ ୪ଟି ଘର ଭୁଶୁଡି ପଡ଼ିଛି। ପ୍ରବଳ ବର୍ଷା କାରଣରୁ ଏହି ଘର ଭୁଶିଡି ପଡ଼ିଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଥିବା ସୂଚନା ରହିଛି।

ଅନେକ ଲୋକ ଭଙ୍ଗା ଘର ଭିତରେ ଫଶି ରହିଛନ୍ତି। ଅଗ୍ନିଶମ ବାହିନୀ ଏବଂ ପୁଲିସ ପ୍ରଶାସନ ଉଦ୍ଧାର କାମରେ ନିୟୋଜିତ ରହିଛନ୍ତି। ଆହତ ମାନଙ୍କୁ ମେଟ୍‌ଟୁପାଲାୟମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁ ନୀଳଗିରି ମାଉଣ୍ଟେନରେ ଜନଜୀବନ ଠପ୍ ହୋଇପଡ଼ିଛି।

ତେଣେ ଭାରତୀୟ ପାଣିପାଗ ବିଭାଗ କହିଛି, ୪୦ରୁ ୫୦ କିଲୋମିଟର ବେଗର ପବନ ବୋହିପାରେ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

Related story