ମାରାଥନ ଜେରା ପରେ କମେଡିଆନ ଭାରତୀ ସିଂହ ଗିରଫ

ମୁମ୍ବାଇ: ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡର ପ୍ରଖ୍ୟାତ କମେଡିଆନ ଭାରତୀୟ ସିଂହଙ୍କୁ ଆଜି ଏନସିବି ମାରାଥନ ଜେରା କରିବା ପରେ ଶେଷରେ ଗିରଫ କରିଛି। ଗିରଫ କରିବା ପୂର୍ବରୁ ଏନସିବି ଟିମ୍‌ ଭାରତୀଙ୍କ ମୁମ୍ବାଇ ବାସଭବନରେ ରେଡ୍‌ କରିଥିଲା। ରେଡ୍‌ ବେଳେ ତାଙ୍କ ଘରୁ କିଛି ଅଳ୍ପ ପରିମାଣର ଗଞ୍ଜେଇ ମିଳିଥିଲା। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ […]

ds

Hemant Lenka
  • Published: Saturday, 21 November 2020
  • , Updated: 22 November 2020, 08:32 AM IST

ମୁମ୍ବାଇ: ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ବଲିଉଡର ପ୍ରଖ୍ୟାତ କମେଡିଆନ ଭାରତୀୟ ସିଂହଙ୍କୁ ଆଜି ଏନସିବି ମାରାଥନ ଜେରା କରିବା ପରେ ଶେଷରେ ଗିରଫ କରିଛି। ଗିରଫ କରିବା ପୂର୍ବରୁ ଏନସିବି ଟିମ୍‌ ଭାରତୀଙ୍କ ମୁମ୍ବାଇ ବାସଭବନରେ ରେଡ୍‌ କରିଥିଲା।

ରେଡ୍‌ ବେଳେ ତାଙ୍କ ଘରୁ କିଛି ଅଳ୍ପ ପରିମାଣର ଗଞ୍ଜେଇ ମିଳିଥିଲା। ଏହି କାରଣରୁ ଉଭୟ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ମୁଖ୍ୟାଳୟଙ୍କୁ ଅଣା ଯାଇଥିଲେ। ସେଠାରେ ଉଭୟଙ୍କୁ ପଚାରାଉଚରା କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାକୁ ତାଙ୍କୁ ଗିରଫ କରାଯାଇଛି। ତେବେ ତାଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ଗିରଫ କରିଛି କି ନାହିଁ, ସେକଥା ଜଣାପଡ଼ିନାହିଁ। ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବା କୁହାଯାଉଛି। ଉଭୟ ଜେରା ବେଳେ ଗଞ୍ଜେଇ ସେବନ କରୁଥିବା ଏନସିବି ଆଗରେ ସ୍ୱୀକାର କରିଛନ୍ତି।

ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ବଲିଉଡ ଓ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା। ଏହାପରେ ଏନସିବି ଏହାର ଖୋଳତାଡ଼ କରୁଛି। ବର୍ତ୍ତମାନ ସୁଦ୍ଧା ବି-ଟାଉନର ଅନେକ ନାମୀଦାମୀ କଳାକାରଙ୍କୁ ଏନସିବି ଗିରଫ ଓ ଜେରା କରି ସାରିଛି। ଜଣେ ଡ୍ରଗ୍ସ ପେଡଲେରଙ୍କୁ ଜେରା କରିବା ବେଳେ ଭାରତୀ ଓ ହର୍ଷଙ୍କ ନାଁ ସାମ୍ନାକୁ ଆସିଥିଲା।

ଏହାପରେ ଅନ୍ଧେରୀଠାରେ ଥିବା ଉଭୟଙ୍କ ବାସଭବନରେ ଏନସିବି ଚଢ଼ଉ କରିଥିଲା। କେବଳ ଅନ୍ଧେରୀ ନୁହେଁ ଲୋଖଣ୍ଡଓ୍ୱାଲା ଓ ଭର୍ସୋଭା ଅଞ୍ଚଳରେ ବି ଏନସିବି ରେଡ କରିଥିଲା। ରେଡ୍‌ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ମିଳିଥିଲା। ଏହି କାରଣରୁ ଭାରତୀଙ୍କୁ ଗିରଫ କରାଯାଇଛି।

ଭାରତୀ ୨୦୧୭ ଡିସେମ୍ବର ୩ ରେ ହର୍ଷଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ‘ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍’ ରିୟାଲିଟି ଶୋ’ରେ ଉପସ୍ଥାପନା କରୁଛନ୍ତି। ଏହା ପୂର୍ବରୁ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଛି।

Related story