ନୂଆଦିଲ୍ଲୀ: ନିଜାମୁଦ୍ଦିନ୍ ଜମାତ୍ ଘଟଣାକୁ ନେଇ ମୁସଲିମ୍ ସଂଗଠନ ଜାମିଆତ୍-ଉଲମା-ଇ-ହିନ୍ଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମର୍କାଜ୍ ତବଲିଗି ଜମାତ୍ ଘଟଣାରୁ ଧାର୍ମିକୀକରଣ ବନ୍ଦ କରିବାକୁ ଏହି ସଂଗଠନ ଆବେଦନ କରିଛି। ଏହି ଘଟଣା ପାଇଁ ସମଗ୍ର ମୁସଲିମ୍ ବର୍ଗକୁ ଦୋଷ ଦିଆଯାଉଥିବାରୁ ଏବଂ ବଦନାମ କରାଯାଉଥିବାରୁ ଏହା ଆର୍ଟିକିଲ ୨୧ର ଉଲ୍ଲଂଘନ ବୋଲି କୁହାଯାଇଛି।
ଏହା ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସୋମବାର କହିଥିଲେ, ନୂଆଦିଲ୍ଲୀର ୧୧୫୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୪୬ ତବଲିଗି ଜମାତ୍ ଘଟଣା ସହ ଜଡ଼ିତ।
ଜୈନ୍ କହିଥିଲେ, “୭୪୬ ମର୍କାଜ୍ ଅଞ୍ଚଳର ଏବଂ ୪୦୮ ଦିଲ୍ଲୀର ଅନ୍ୟ ସ୍ଥାନରୁ। ହସ୍ପିଟାଲଗୁଡ଼ିକରେ ମୋଟ ୧୧୦୨ କରୋନା ପଜିଟିଭ୍ ଆକ୍ରାନ୍ତ ଅଛନ୍ତି। ୫୦ ଜଣ ଆଇସିୟୁରେ ଏବଂ ୬ ଜଣ ଭେଣ୍ଟିଲେଟରରେ ଅଛନ୍ତି।”
ସେ କହିଥିଲେ, ଯେଉଁ ଅଞ୍ଚଳରେ ୩ ବା ତା’ଠାରୁ ଅଧିକ ଆକ୍ରାନ୍ତ ଠାବ କରାଯାଉଛି ତା’କୁ ହଟ୍ସ୍ପଟ୍ ଘୋଷଣା କରାଯାଉଛି। ଏହାକୁ ସିଲ୍ କରି ସାନିଟାଇଜ୍ କରାଯାଉଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ଆମେ ଏବେ ରାଣ୍ଡମ୍ ଟେଷ୍ଟିଂ କରୁଛୁ ଏବଂ ରାପିଡ୍ ଟେଷ୍ଟିଂ ବାକି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।