କଛା ସାଇଜ୍ ଛୋଟ କରିଦେବାରୁ ଦରଜିଙ୍କ ନାଁରେ ଏତଲା

ଭୋପାଳ: କରୋନା ମହାମାରୀ ବେଳେ ବି ଲୋକଙ୍କ ପାଖରେ ଅଜବ ଗଜବ କାମରେ ମାତିଛନ୍ତି। ଯେଉଁ ସମସ୍ୟାର ସମାଧାନ ଆପୋଷ ବୁଝାମଣାରେ ହୋଇପାରିବା କଥା, ସେ ସମସ୍ୟାକୁ ନେଇ ଥାନାରେ ପହଞ୍ଚୁଛନ୍ତି। ଆଉ ଅଭିଯୋଗ ଶୁଣି ଥାନା ବାବୁମାନେ ମଧ୍ୟ ହତବାକ ହୋଇଯାଉଛନ୍ତି। ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ହବିବଗଞ୍ଜ ଥାନାରେ ଦାଏର ହୋଇଥିବା ଏକ ଏତଲାରୁ ବି ଆସିଛି ଏମିତି ଗୋଟିଏ ଖବର। ଦରଜି କଛାର ସାଇଜ୍ ଛୋଟ କରିଦେବାରୁ ଜଣେବ୍ୟକ୍ତି ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। […]

tailor

Subhransu Sekhar
  • Published: Saturday, 18 July 2020
  • , Updated: 18 July 2020, 01:34 PM IST

ଭୋପାଳ: କରୋନା ମହାମାରୀ ବେଳେ ବି ଲୋକଙ୍କ ପାଖରେ ଅଜବ ଗଜବ କାମରେ ମାତିଛନ୍ତି। ଯେଉଁ ସମସ୍ୟାର ସମାଧାନ ଆପୋଷ ବୁଝାମଣାରେ ହୋଇପାରିବା କଥା, ସେ ସମସ୍ୟାକୁ ନେଇ ଥାନାରେ ପହଞ୍ଚୁଛନ୍ତି। ଆଉ ଅଭିଯୋଗ ଶୁଣି ଥାନା ବାବୁମାନେ ମଧ୍ୟ ହତବାକ ହୋଇଯାଉଛନ୍ତି।

ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ହବିବଗଞ୍ଜ ଥାନାରେ ଦାଏର ହୋଇଥିବା ଏକ ଏତଲାରୁ ବି ଆସିଛି ଏମିତି ଗୋଟିଏ ଖବର। ଦରଜି କଛାର ସାଇଜ୍ ଛୋଟ କରିଦେବାରୁ ଜଣେବ୍ୟକ୍ତି ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଏତଲା କପି ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅଭିଯୋଗ ଅନୁଯାୟୀ, ଜୁଲାଇ ୧୬ରେ ଭୀମ ନଗର ନିବାସୀ କୃଷ୍ଣ କୁମାର ଦୁବେ ଜଣେ ଦରଜି ନାମରେ ଏତଲା ଦେଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ତାଙ୍କ ଘର ପାଖରେ ଥିବା ଏକ ଟେଲର ଦୋକାନରେ ସେ ୨ ମିଟର କନାରେ ବଡ଼ କଛା ତିଆରି କରିବାକୁ କହିଥିଲେ। ତେବେ ଦରଜି ଜଣଙ୍କ ବଡ଼ କଛା କରିବା ପ୍ରତି ବଦଳରେ ଛୋଟ କଛା କରି ଦେଇଥିଲେ।

କଛା ଛୋଟ ହୋଇଯାଇଥିବା ନେଇ କୃଷ୍ଣ ଦୁବେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଥାନାରେ ଏତଲା ଦେଇ ଦରଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏମିତିକି ତାଙ୍କ ଏତଲାକୁ ଗ୍ରହଣ କରିବାକୁ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ଥାନା ଅଧିକାରୀ ରାକେଶ ଶ୍ରୀବାସ୍ତବ କହିଛନ୍ତି, ଏଭଳି ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ନାହିଁ। ତେଣୁ ଦୁବେଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ।

Related story