ପୁଣି ବଦଳିପାରେ ଏଆଇସିସି ରୂପରେଖ

ନୂଆଦିଲ୍ଲୀ: ମାସେ ତଳେ ସାଂଗଠନିକ ଅଦଳ ବଦଳ ହୋଇଥିଲା। ନିକଟ ଭବିଷ୍ୟତରେ ଅଲ ଇଣ୍ଡିଆ କଂଗ୍ରେସ କମିଟିରେ ପୁଣି ବଡ଼ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି। ବିହାର ବିଧାନସଭା ନିର୍ବାଚନ ପରେ ଏପରି କିଛି ହୋଇପାରେ ଆକଳନ କରାଯାଉଛି। ବିହାର ପରେ ଆଗକୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏପରି ସ୍ଥିତିରେ କଂଗ୍ରେସର ସେଣ୍ଟ୍ରାଲ ଇଲେକ୍ସନ ଅଥରିଟିକୁ ସହଯୋଗ କରିବା ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରିବା […]

Rahul Gandhi_Sonia Gandhi

Subhransu Sekhar
  • Published: Wednesday, 21 October 2020
  • , Updated: 21 October 2020, 03:59 PM IST

ନୂଆଦିଲ୍ଲୀ: ମାସେ ତଳେ ସାଂଗଠନିକ ଅଦଳ ବଦଳ ହୋଇଥିଲା। ନିକଟ ଭବିଷ୍ୟତରେ ଅଲ ଇଣ୍ଡିଆ କଂଗ୍ରେସ କମିଟିରେ ପୁଣି ବଡ଼ଧରଣର ପରିବର୍ତ୍ତନ ହେବାର ଆଭାସ ମିଳିଛି। ବିହାର ବିଧାନସଭା ନିର୍ବାଚନ ପରେ ଏପରି କିଛି ହୋଇପାରେ ଆକଳନ କରାଯାଉଛି।

ବିହାର ପରେ ଆଗକୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଭଳି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏପରି ସ୍ଥିତିରେ କଂଗ୍ରେସର ସେଣ୍ଟ୍ରାଲ ଇଲେକ୍ସନ ଅଥରିଟିକୁ ସହଯୋଗ କରିବା ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରିବା ପାଇଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୂଚନା ଦେବା ପରେ ଦଳରେ ସାଙ୍ଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଜୋର ଧରିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

ସେପ୍ଟେମ୍ୱରରେ ହୋଇଥିବା ଅଦଳ ବଦଳରେ ସୋନିଆଙ୍କୁ ପରାମର୍ଶ ଦେବା ପାଇଁ ଏକ କମିଟି ଗଠନ ହୋଇଥିଲା। ଏଥିରେ ଦଳର ବରିଷ୍ଠ ନେତା ଏକ ଆଣ୍ଟୋନି, ଅହମଦ ପଟେଲ, ଅମ୍ୱିକା ସୋନୀ, କେସି ଭେନୁଗୋପାଳ, ମୁକୁଲ ଓ୍ୱାସନିକ ଏବଂ ରଣଦୀପ ସୁରଜେଓ୍ୱାଲା ପ୍ରମୁଖ ରହିଛନ୍ତି। ଏହା ପରେ ଏବେ ପୁଣି ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ରାଜେଶ ମିଶ୍ର, କୃଷ୍ଣ ୟେରେ ଗୌଡ଼ା, ଏସ ଜୋଥିମଣି ଏବଂ ଅରବିନ୍ଦର ସିଂହ ଲଭଲୀ ଅଛନ୍ତି। ଏହି ଟିମର ନେତୃତ୍ୱ ନେବେ ମଧୁସୁଦୂନ ମିସ୍ତ୍ରୀ।

ସେପ୍ଟେମ୍ବରରେ ଦଳର ସଭାପତି କଂଗ୍ରେସ କାର୍ଯ୍ୟକାରିଣୀରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସାଧାରଣ ସଚିବ ପଦରୁ ହଟାଇ ଦିଆଯାଇଥିଲା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏବେ ଦୁଇଟି ରାଜ୍ୟରେ କଂଗ୍ରେସ ପ୍ରଭାରୀ ପଦବୀ ଖାଲି ଅଛି। ଦିଲ୍ଲୀ ଏବଂ ଗୋଆ କଂଗ୍ରେସର ନୂଆ ପ୍ରଭାରୀ ନିଯୁକ୍ତ ହେବାର ସମ୍ଭାବନା ରହିଛି। କାରଣ ଶକ୍ତି ସିହ୍ନା ଗୋହଲୀ ବିହାର ଏବଂ ଦିଲ୍ଲୀର ଦାୟିତ୍ୱରେ ଥିବାବେଳେ ଦୀନେଶ ଗୁଣ୍ଡୁ ରାଓ ତାମିଲନାଡୁ, ପୁଡୁଚେରୀ ଏବଂ ଗୋଆ ଦାୟିତ୍ୱରେ ରହିଛନ୍ତି।

ଆଗକୁ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରିୟଙ୍କାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ହାତ ଦଳ ଯୋଜନା ରଖିଛି। ସମ୍ଭବତଃ ବିହାର ନିର୍ବାଚନ ପରେ କଂଗ୍ରେସ ଅଧ୍ୟକ୍ଷା କିଛି ରାଜ୍ୟର ପ୍ରଦେଶ ମୁଖିଆଙ୍କୁ ପରିବର୍ତ୍ତନ କରିପାରନ୍ତି। ଅନୁମାନ କରାଯାଉଛି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ତୃଣମୂଳ ସ୍ତରରୁ ସଜାଡି ଶାସକ ବିଜେପିକୁ ଚେକ୍ ଦେବା ପାଇଁ ସୋନିଆ ଗାନ୍ଧି ଗଣିତ କଷିଛନ୍ତି।

ଗତ ମାସରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ପିସିସି ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ପଶ୍ଚିମବଙ୍ଗ ସହିତ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ହେବ। ଏହା ପରେ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ନିର୍ବାଚନ ହେବ। ଏହା ବ୍ୟତୀତ ଅଲ ଇଣ୍ଡିଆ କଂଗ୍ରେସ କମିଟିର ୫୬ ସଚିବଙ୍କ ମଧ୍ୟରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଛି।

Related story