ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନ, ମାକେନ ହେଲେ ପ୍ରଭାରୀ

ନୂଆଦିଲ୍ଲୀ: ସଚିନ ପାଇଲଟ ଦଳକୁ ଫେରିବା ପରେ ଦଳ ଭିତରେ ଦେଖାଦେଇଥିବା କନ୍ଦଳ ଏକ ପ୍ରକାର ଶେଷ ହୋଇଛି। ଏବେ ଘର ସଜାଡିବା ମୁଡରେ କଂଗ୍ରେସ। ତେଣୁ ରାଜସ୍ଥାନରେ ଅବିନାଶ ପାଣ୍ଡେଙ୍କ ସ୍ଥାନରେ କଂଗ୍ରେସ ଅଜୟ ମାକେନଙ୍କୁ ପ୍ରଭାରୀ ସହିତ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି। ଏଥିସହ ଯେଉଁ କାରଣ ପାଇଁ କନ୍ଦଳ ହୋଇଥିଲା ସେଥିପାଇଁ କଂଗ୍ରେସ ତିନି ଜଣିଆ କମିଟି ମଧ୍ୟ ଗଠନ କରିଛି। ଏହି କମିଟିରେ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, […]

congress-mlas-meeting-in-jaipur (1)

Subhransu Sekhar
  • Published: Sunday, 16 August 2020
  • , Updated: 16 August 2020, 09:18 PM IST

ନୂଆଦିଲ୍ଲୀ: ସଚିନ ପାଇଲଟ ଦଳକୁ ଫେରିବା ପରେ ଦଳ ଭିତରେ ଦେଖାଦେଇଥିବା କନ୍ଦଳ ଏକ ପ୍ରକାର ଶେଷ ହୋଇଛି। ଏବେ ଘର ସଜାଡିବା ମୁଡରେ କଂଗ୍ରେସ। ତେଣୁ ରାଜସ୍ଥାନରେ ଅବିନାଶ ପାଣ୍ଡେଙ୍କ ସ୍ଥାନରେ କଂଗ୍ରେସ ଅଜୟ ମାକେନଙ୍କୁ ପ୍ରଭାରୀ ସହିତ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି।

ଏଥିସହ ଯେଉଁ କାରଣ ପାଇଁ କନ୍ଦଳ ହୋଇଥିଲା ସେଥିପାଇଁ କଂଗ୍ରେସ ତିନି ଜଣିଆ କମିଟି ମଧ୍ୟ ଗଠନ କରିଛି। ଏହି କମିଟିରେ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ଭେନୁଗୋପାଲ ଏବଂ ଅଜୟ ମାକେନ ଅଛନ୍ତି। ଏହି ତିନି ଜଣିଆ କମିଟି ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଅଭିଯୋଗର ସମାଧାନ କରିବ ବୋଲି ଜଣାପଡ଼ିଛି। ଦଳର ଏହି ନିଷ୍ପତ୍ତିକୁ ଉଭୟ ପାଇଲଟ ଏବଂ ଗେହଲଟ୍ ସ୍ୱାଗତ କରିଛନ୍ତି।

https://twitter.com/SachinPilot/status/1295016561334345732

ଦଳକୁ ଫେରିବା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସଚିନ ପାଇଲଟ ସାକ୍ଷାତ କରିଥିଲେ। ଏହି ସମୟରେ ପାଇଲଟ ଉଠାଇଥିବା ଅନେକ ପ୍ରସଙ୍ଗ ମଧ୍ୟରୁ ଏହା ଅନ୍ୟତମ ହୋଇପାରେ। କାରଣ ରାହୁଲ ଏବଂ ପ୍ରିୟଙ୍କା ପାଇଲଟଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ଅଭିଯୋଗ ସମାଧାନ ହେବ।

 

Related story