ବସୁନ୍ଧରା ରାଜେଙ୍କ ବିରୋଧରେ ଲଢ଼ିବେ ଏହି ପୂର୍ବତନ ବିଜେପି ନେତାଙ୍କ ପୁଅ

ଜୟପୁର: ରାଜସ୍ଥାନ ନିର୍ବାଚନ ପୂର୍ବରୁ କଂଗ୍ରେସ ବେଶ ଚତୁର ଗୋଟି ଚାଳନା କରିଛି। ବିଜେପି ନେତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କଂଗ୍ରେସ ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ମାନଭେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଛି। ମାନଭେନ୍ଦ୍ର ଗତଥର ବିଜେପି ଟିକେଟ୍‌ରୁ ବିଧାୟକ ହୋଇଥିବା ବେଳେ ଏଥର ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ବସୁନ୍ଧରା ରାଜେ ଝଲରାପାଟନାରୁ ପ୍ରାର୍ଥୀ ହେଉଥିବା ବେଳେ ମାନଭେନ୍ଦ୍ର ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୪ରେ […]

f

Hemant Lenka
  • Published: Saturday, 17 November 2018
  • , Updated: 17 November 2018, 03:32 PM IST

ଜୟପୁର: ରାଜସ୍ଥାନ ନିର୍ବାଚନ ପୂର୍ବରୁ କଂଗ୍ରେସ ବେଶ ଚତୁର ଗୋଟି ଚାଳନା କରିଛି। ବିଜେପି ନେତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ କଂଗ୍ରେସ ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ ମାନଭେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଛି। ମାନଭେନ୍ଦ୍ର ଗତଥର ବିଜେପି ଟିକେଟ୍‌ରୁ ବିଧାୟକ ହୋଇଥିବା ବେଳେ ଏଥର ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ବସୁନ୍ଧରା ରାଜେ ଝଲରାପାଟନାରୁ ପ୍ରାର୍ଥୀ ହେଉଥିବା ବେଳେ ମାନଭେନ୍ଦ୍ର ମଧ୍ୟ ସେହି ଆସନରୁ ନିର୍ବାଚନ ଲଢ଼ିବେ।

୨୦୧୪ରେ ବାରମେରରୁ ବିଜେପି ଯଶବନ୍ତ ସିଂହଙ୍କୁ ଟିକେଟ୍‌ ଦେବାକୁ ମନା କରିବା ଦିନଠାରୁ ବିବାଦ ସୃଷ୍ଟି ହୋଇଥିଲା। ବିଜେପି ଟିକେଟ୍‌ ଦେଇ ନଥିଲେ ହେଁ ଯଶବନ୍ତ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ସହ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ମାନଭେନ୍ଦ୍ର ବିଜେପିଠାରୁ ପ୍ରତିଶୋଧ ନେବାକୁ କଂଗ୍ରେସରେ ଯୋଗଦେଇଥିବା କୁହାଯାଉଛି।

Related story