ଭାଙ୍ଗିବନି ସରକାର! ସଙ୍କଟମୋଚକଙ୍କ ଉପରେ କମଲନାଥଙ୍କ ଭରସା

ଭୋପାଲ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି। ଏହାପରେ ୨୨ ଦଳୀୟ ବିଧାୟକ ଇସ୍ତଫା ଦେଇଛନ୍ତି। ତେଣୁ ଆଗାମୀ ଦିନରେ କମଲନାଥ ସରକାର ସଙ୍କଟରେ ପଡ଼ିପାରେ। ଏହାକୁ ନଜରରେ ରଖି ଆଜି ସଧ୍ୟାରେ ଭୋପାଲ ସ୍ଥିତ କମଲନାଥଙ୍କ ବାସଭବନରେ ଦଳୀୟ ବିଧାୟକଙ୍କୁ ନେଇ ବୈଠକ ହୋଇଥିଲା। ଆଗାମୀ ଦିନରେ ବିଜେପି ସହିତ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ ବୋଲି କଂଗ୍ରେସ ବିଧାୟକ ବୈଠକ ପରେ କହିଛନ୍ତି। ଯଦିଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ଫେରିବା […]

KamalNath

KamalNath

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 09:01 PM IST

Sports

Latest News

ଭୋପାଲ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ମୁହାଁ ହୋଇଛନ୍ତି। ଏହାପରେ ୨୨ ଦଳୀୟ ବିଧାୟକ ଇସ୍ତଫା ଦେଇଛନ୍ତି। ତେଣୁ ଆଗାମୀ ଦିନରେ କମଲନାଥ ସରକାର ସଙ୍କଟରେ ପଡ଼ିପାରେ। ଏହାକୁ ନଜରରେ ରଖି ଆଜି ସଧ୍ୟାରେ ଭୋପାଲ ସ୍ଥିତ କମଲନାଥଙ୍କ ବାସଭବନରେ ଦଳୀୟ ବିଧାୟକଙ୍କୁ ନେଇ ବୈଠକ ହୋଇଥିଲା। ଆଗାମୀ ଦିନରେ ବିଜେପି ସହିତ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ ବୋଲି କଂଗ୍ରେସ ବିଧାୟକ ବୈଠକ ପରେ କହିଛନ୍ତି।

ଯଦିଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳକୁ ଫେରିବା କଷ୍ଟକର। ହେଲେ ବାଙ୍ଗାଲୋରର ହୋଟେଲରେ ରହି ଇସ୍ତଫା ଦେଇଥିବା ୨୦ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ଏଥିପାଇଁ ନିଜର ବିଶ୍ୱସ୍ତ ତଥା ମନ୍ତ୍ରୀ ସଜ୍ଜନ ସିଂହ ବର୍ମାଙ୍କୁ ଦାୟିତ୍ୱ ଦେଇଛନ୍ତି କମଲନାଥ। ତାଙ୍କ ସହିତ ଆଉ ଦୁଇ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଏହି ତିନି ମନ୍ତ୍ରୀ କୌଣସି ମୁହୂର୍ତ୍ତରେ ବାଙ୍ଗାଲୋର ଯିବେ ବୋଲି ସୂଚନା ରହିଛି। ଏଥିପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯଦିଓ ୨୨ ବିଧାୟକ ଇସ୍ତଫା ଦେଇଛନ୍ତି ହେଲେ ଏହା ଅନୁମୋଦନ ହୋଇନାହିଁ। ତେଣୁ ଶେଷ ଅସ୍ତ୍ର ଭାବରେ ସଜ୍ଜନଙ୍କୁ ପଠାଇ ସରକାରକୁ ସଙ୍କଟରୁ ମୁକୁଳାଇବା ପାଇଁ ପ୍ରୟାସ କରିଛନ୍ତି କମଲନାଥ।

ବୈଠକ ପରେ କଂଗ୍ରେସ ନେତ୍ରୀ ଶୋଭା ଓଝା କହିଛନ୍ତି, ରାଜ୍ୟସଭା କଥା କହି ବିଧାୟକଙ୍କୁ ରାଜ୍ୟ ବାହାରକୁ ନିଆଯାଇଛି। ସମସ୍ତ ବିଧାୟକ କମଲନାଥଙ୍କ ସହ ଯୋଗାଯୋଗରେ ରହିଛନ୍ତି। ସରକାର ଉପରେ କୌଣସି ସଙ୍କଟ ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବିଧାନସଭାରେ ଆସ୍ଥା ଭୋଟ ହେଲେ କଂଗ୍ରେସ ବହୁମତ ସାବ୍ୟସ୍ତ କରିବ ବୋଲି ସେ ଦାବି କରିଛନ୍ତି।

ସେହପରି କଂଗ୍ରେସ ବିଧାୟକ ଲକ୍ଷ୍ମଣ ସିଂ କହିଛନ୍ତି ଯେ ଆମ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ରହିଛି। ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ। ଏହି ବୈଠକ ବେଳେ କମଲନାଥଙ୍କ ବାସଭବନ ଆଗରେ କଂଗ୍ରେସ କର୍ମୀମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ନାରା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos