କଂଗ୍ରେସର ଦୂରଦୃଷ୍ଟି ଏବେ ଦିଗହରା: ଜ୍ୟାେତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବା ପରେ ଜ୍ୟାେତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ସରକାର ଏବଂ ତାଙ୍କର ପୂର୍ବତନ ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ନିଜର ଦୂରଦୃଷ୍ଟି ହରାଇଛି। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିବାରେ ବିଫଳ ହୋଇଛି ବୋଲି ସିନ୍ଧିଆ କହିଛନ୍ତି। କଂଗ୍ରେସ ଉପରେ ଯଦିଓ ବର୍ଷିଛନ୍ତି ହେଲେ କଂଗ୍ରେସର କୌଣସି ନେତାଙ୍କ ନାମ ସେ ନେଇନାହାନ୍ତି। କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। […]

JYOTIRDITYA SCINDIA

JYOTIRDITYA SCINDIA

Subhransu Sekhar
  • Published: Wednesday, 11 March 2020
  • Updated: 11 March 2020, 03:40 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବା ପରେ ଜ୍ୟାେତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ସରକାର ଏବଂ ତାଙ୍କର ପୂର୍ବତନ ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ନିଜର ଦୂରଦୃଷ୍ଟି ହରାଇଛି। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିବାରେ ବିଫଳ ହୋଇଛି ବୋଲି ସିନ୍ଧିଆ କହିଛନ୍ତି। କଂଗ୍ରେସ ଉପରେ ଯଦିଓ ବର୍ଷିଛନ୍ତି ହେଲେ କଂଗ୍ରେସର କୌଣସି ନେତାଙ୍କ ନାମ ସେ ନେଇନାହାନ୍ତି।

କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ। ବିଜେପି ମୁଖ୍ୟକାର୍ଯ୍ୟାଳୟରେ ପହଞ୍ଚିବା ପରେ ଉପସଭାପତି ବୈଜୟନ୍ତ ପଣ୍ଡା ସିନ୍ଧିଆଙ୍କୁ ସ୍ୱାଗତ କରିଥିଲେ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଦିନ ଜଣେ ବ୍ୟକ୍ତିର ଜୀବନର ଗତିପଥକୁ ବଦଳାଇ ଦିଏ। ସେହିଭଳି ମୋ ଜୀବନରେ ଦୁଇଟି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ। ସେଥିମଧ୍ୟରୁ ଗୋଟିଏ ଦିନ ହେଲା ମୋ ବାପାଙ୍କ ଦେହାନ୍ତ ଏବଂ ଦ୍ୱିତୀୟଟି ମାର୍ଚ୍ଚ ୧୦, ୨୦୨୦, ଯାହା ତାଙ୍କର ୭୫ ତମ ଜନ୍ମ ବାର୍ଷିକୀ ଥିଲା। ମୋର ଉଦ୍ଦେଶ୍ୟ ସବୁବେଳେ ଲୋକଙ୍କ ସେବା କରିବା, ଯାହାକି କଂଗ୍ରେସ ହରାଇଛି। ଏହି କାରଣ ଯୋଗୁଁ କଂଗ୍ରେସରେ ରହିବା ମୋ ପକ୍ଷେ ଆଉ ସମ୍ଭବ ହେଲା ନୁହେଁ। ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ସପ୍ତାହେ ମଧ୍ୟରେ କଂଗ୍ରେସ କୃଷି ଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ୧୮ ମାସର ସରକାର ପରେ ବି ତାହା ପୂରଣ ହୋଇପାରି ନାହିଁ। କଂଗ୍ରେସର ଦୂରଦୃଷ୍ଟି ଦିଗହାର ହୋଇଛି। ରାଜ୍ୟରେ ରୋଜଗାର ସୃଷ୍ଟି ହେବା ପ୍ରତିବଦଳରେ ଭ୍ରଷ୍ଟାଚାର ପାଇଁ ବାଟ ଫିଟିଛି ’।

ସେ ଆହୁରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ମୋତେ ଲୋକଙ୍କର ସେବା କରିବାର ସୁଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦ୍ୱିତୀୟ ଥର ପାଇଁ ଦେଶବାସୀ ଜନାଦେଶ ଦେଇଛନ୍ତି। ମୋଦୀଙ୍କ ପ୍ରତିଶ୍ରୁତି ତଥା ଦୂରଦୃଷ୍ଟି ମୋତେ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ହାତରେ ଦେଶ ଆଗକୁ ବଢ଼ିବ।'

https://twitter.com/BJP4India/status/1237673399398236161

ସିନ୍ଧିଆଙ୍କୁ ବିଜେପିରେ ସାମିଲ୍ କରିବା ପରେ ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେମା’ ବିଜୟାରାଜେ ସିନ୍ଧିଆଙ୍କର ବିଜେପି (ଜନସଂଘ) ପ୍ରତିଷ୍ଠା କରିବାରେ ଅନେକ ଅବଦାନ ରହିଛି। ଜ୍ୟୋତିରାଦିତ୍ୟ ବିଜେପିରେ ସାମିଲ୍ ହୋଇ ପରିବାରକୁ ଫେରିଛନ୍ତି ବୋଲି ସେ କହିଛନ୍ତି। ବିଜେପି ଏକ ଗଣତାନ୍ତ୍ରିକ ଦଳ ଏବଂ ଦଳର ସମସ୍ତଙ୍କର ମତ ଶୁଣାଯାଏ। ଜ୍ୟୋତିରାଦିତ୍ୟଙ୍କୁ ଦଳର ଦାୟିତ୍ୱ ଦିଆଯିବା ସହ ପ୍ରମୁଖ ଭୂମିକା ଦିଆଯିବ ବୋଲି ନଡ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos