ବିଜେପିର ତିନୋଟି ମିଛ ପାଇଁ ଦେଶ ପରିଣାମ ଭୋଗୁଛି: ରାହୁଲ

ନୂଆଦିଲ୍ଲୀ: ବିଜେପି ତିନୋଟି ପ୍ରସଙ୍ଗରେ ଦେଶବାସୀଙ୍କୁ ମିଛ କହୁଛି। ଏହାର ପରିଣାମ ଏବେ ଦେଶବାସୀ ଭୋଗୁଛନ୍ତି। ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାସକ ଦଳ ବିଜେପି ଉପରେ ଟୁଇଟ୍ କରି ବର୍ଷିଛନ୍ତି। ରାହୁଲ ଗାନ୍ଧୀ କରିଥିବା ଟୁଇଟରେ କହିଛନ୍ତି, “କରୋନା ଭାଇରସ୍ ପରୀକ୍ଷା ଉପରେ କଟକଣା ଲଗାଇବା ପରେ ମୃତକଙ୍କ ସଂଖ୍ୟା ଭୁଲ ଦର୍ଶାଯାଇଛି। ଦ୍ୱିତୀୟରେ ଦେଶର ଅଭିବୃଦ୍ଧି ହାର ଜିଡିପି ପାଇଁ ନୂତନ କାଲକୁଲସ୍ ପଦ୍ଧତି ବ୍ୟବହାର କରୁଛି। ତୃତୀୟରେ ଚୀନ୍ ଆକ୍ରମଣ ଉପରେ […]

rahul

Subhransu Sekhar
  • Published: Sunday, 19 July 2020
  • , Updated: 19 July 2020, 05:40 PM IST

ନୂଆଦିଲ୍ଲୀ: ବିଜେପି ତିନୋଟି ପ୍ରସଙ୍ଗରେ ଦେଶବାସୀଙ୍କୁ ମିଛ କହୁଛି। ଏହାର ପରିଣାମ ଏବେ ଦେଶବାସୀ ଭୋଗୁଛନ୍ତି। ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶାସକ ଦଳ ବିଜେପି ଉପରେ ଟୁଇଟ୍ କରି ବର୍ଷିଛନ୍ତି।

ରାହୁଲ ଗାନ୍ଧୀ କରିଥିବା ଟୁଇଟରେ କହିଛନ୍ତି, “କରୋନା ଭାଇରସ୍ ପରୀକ୍ଷା ଉପରେ କଟକଣା ଲଗାଇବା ପରେ ମୃତକଙ୍କ ସଂଖ୍ୟା ଭୁଲ ଦର୍ଶାଯାଇଛି। ଦ୍ୱିତୀୟରେ ଦେଶର ଅଭିବୃଦ୍ଧି ହାର ଜିଡିପି ପାଇଁ ନୂତନ କାଲକୁଲସ୍ ପଦ୍ଧତି ବ୍ୟବହାର କରୁଛି। ତୃତୀୟରେ ଚୀନ୍ ଆକ୍ରମଣ ଉପରେ ଘଣ୍ଟ ଘୋଡ଼ାଇବାକୁ ଯାଇ ମିଡିଆକୁ ଧମକ ଦିଆଯାଇଛି। ଖୁବ୍ ଶୀଘ୍ର ଏହି ଦ୍ୱନ୍ଦ୍ୱ ଭଙ୍ଗାଯିବ ଏବଂ ଦେଶକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ହେବ। "

https://twitter.com/RahulGandhi/status/1284737976002469889

ଏହାପୂର୍ବରୁ ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଅଗଷ୍ଟ ୧୦ ସୁଦ୍ଧା ଭାରତ କରୋନାଭାଇରସ ମାମଲାରେ ଦୁଇ ନିୟୁତ ଅର୍ଥାତ ୨୦ ଲକ୍ଷ ଅତିକ୍ରମ କରିବ। ଏଥିସହ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Related story