ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ରକୁ ବିରୋଧ କରିବାକୁ ଯାଇ ନିଜେ ଫସିଗଲେ କଂଗ୍ରେସ ସାଂସଦ ଶଶୀ ଥରୁର। ସିଏଏକୁ ନେଇ କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନ ବାବଦରେ ଶଶୀ ଥରୁର ଟୁଇଟ୍ କରିଥିଲେ। ଯେଉଁଥିରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍ସାଇ ଚୀନକୁ ଭାରତ ମାନଚିତ୍ରରୁ ବାଦ୍ ଦିଆଯାଇଥିଲା। ଏହାପରେ ଶଶୀ ଥରୁର ଟ୍ରୋଲ ହୋଇଥିଲେ। ବିଜେପି ମଧ୍ୟ ମଉକା ଦେଖି ଶଶୀ ଥରୁରଙ୍କୁ ଟାର୍ଗେଟ କରିଛି। ବିବାଦ ବଢ଼ୁଥିବା ଦେଖି ଶଶୀ ଥରରୁ ତାଙ୍କ ଟୁଇଟ୍ ଡିଲିଟ୍ କରି ଦେଇଥିଲେ।
Why’s is it so Mr @ShashiTharoor that the Map of INDIA that your party & workers are advertising, is a distorted one ..is this Congress’ idea of India -Distort,Divide & Destroy??
Shouldn’t Mr Tharoor apologise for demeaning India? pic.twitter.com/pw1Q9dTcbU
— Sambit Patra (@sambitswaraj) December 21, 2019
ଶଶୀ ଥରୁର ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ଆସନ୍ତାକାଲି (ଶନିବାର) କେରଳ କଂଗ୍ରେସ କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନରେ ସେ ନେତୃତ୍ୱ ନେବେ। ଏହି ଟୁଇଟ୍ ସହିତ ଶଶୀ ଥରୁର ଏକ ପୋଷ୍ଟର ମଧ୍ୟ ପୋଷ୍ଟ କରିଥିଲେ। ଏହି ପୋଷ୍ଟରରେ ଭାରତର ନକ୍ସା ରହିଥିଲା। ଯେଉଁଥିରେ ପିଓକେରେ ଭାରତର ଅଂଶ ବୋଲି ଦର୍ଶାଯାଇନଥିଲା।
ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଟୁଇଟ୍ କରି କହିଥିଲେ, ଥରୁର କ୍ଷମା ମାଗିବା ଦରକାର। କଂଗ୍ରେସ ଓ ତାଙ୍କର କର୍ମୀ ଯେଉଁ ଭାରତ ମାନଚିତ୍ରର ବିଜ୍ଞାପନ କରୁଛନ୍ତି, ସେଥିରେ ଅନେକ ଅଂଶ କାହିଁକି ନାହିଁ ? ଏହା କ’ଣ ଭାରତକୁ ବିଭାଜନ କରିବା ପାଇଁ କଂଗ୍ରେସର ଚିନ୍ତାଧାରା କି ବୋଲି ସମ୍ୱିତ ପାତ୍ର ପ୍ରଶ୍ନ କରିଛନ୍ତି।