୨ ମାସରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, ଗାନ୍ଧି-ନେହରୁ ପରିବାର ହାତରୁ ଯିବ ନେତୃତ୍ୱ!

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ରହିଥିବାରୁ ବର୍ତ୍ତମାନ ଦଳର ନୂଆ ଅଧ୍ୟକ୍ଷ ଖୋଜିବା ପ୍ରକ୍ରିୟା ଜୋର ଧରିଛି। ଗାନ୍ଧି-ନେହରୁ ପରିବାର ପକ୍ଷରୁ ଆହୁରି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ପରିବାରର ଅନ୍ୟତମ ସଦସ୍ୟ ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ଦାୟିତ୍ୱ ନେବେନି। ପୂର୍ବରୁ ବୈଠକରେ ରାହୁଲ ସ୍ପଷ୍ଟ କହି ଦେଇଛନ୍ତି, ନେତୃତ୍ୱ ପାଇଁ ପ୍ରିୟଙ୍କାଙ୍କୁ ଟଣା ନଯାଉ। ଅନ୍ୟପକ୍ଷରେ ସୋନିଆ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ କାର୍ଯ୍ୟରେ ପୂର୍ବଭଳି ସକ୍ରିୟ […]

gandhi

gandhi

Subrat Kumar Nayak
  • Published: Friday, 07 June 2019
  • Updated: 07 June 2019, 06:38 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ନିଷ୍ପତ୍ତିରେ ଅଟଳ ରହିଥିବାରୁ ବର୍ତ୍ତମାନ ଦଳର ନୂଆ ଅଧ୍ୟକ୍ଷ ଖୋଜିବା ପ୍ରକ୍ରିୟା ଜୋର ଧରିଛି। ଗାନ୍ଧି-ନେହରୁ ପରିବାର ପକ୍ଷରୁ ଆହୁରି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ ପରିବାରର ଅନ୍ୟତମ ସଦସ୍ୟ ପ୍ରିୟଙ୍କା ଗାନ୍ଧି ମଧ୍ୟ ଏହି ଦାୟିତ୍ୱ ନେବେନି। ପୂର୍ବରୁ ବୈଠକରେ ରାହୁଲ ସ୍ପଷ୍ଟ କହି ଦେଇଛନ୍ତି, ନେତୃତ୍ୱ ପାଇଁ ପ୍ରିୟଙ୍କାଙ୍କୁ ଟଣା ନଯାଉ। ଅନ୍ୟପକ୍ଷରେ ସୋନିଆ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ କାର୍ଯ୍ୟରେ ପୂର୍ବଭଳି ସକ୍ରିୟ ନାହାନ୍ତି। ଏସବୁକୁ ହିସାବକୁ ନେଲେ ଏହା ସ୍ପଷ୍ଟ ଯେ ଗାନ୍ଧି-ନେହରୁ ପରିବାର ମଧ୍ୟରୁ କେହି ଅଧ୍ୟକ୍ଷ ହେବେନାହିଁ। ଏପରକି ଯେଉଁସବୁ ନାମ ଚର୍ଚ୍ଚାକୁ ଆସିବ ତାହା ଗାନ୍ଧି ପରିବାର ଏବଂ ବରିଷ୍ଠ ନେତା ମାନିବାକୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି।

ଏପରିକି ଆହୁରି ଏକ ଚର୍ଚ୍ଚା ହେଉଛି ଯେ, ନୂଆ କଂଗ୍ରେସ ଅଧ୍ୟକ୍ଷ ମହାରାଷ୍ଟ୍ରରୁ ହିଁ ଆସିବେ। ଆଗକୁ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ଦଳ ପାଇଁ ଶୁଭଙ୍କର ମନେ କରାଯାଉଛି। ଅନ୍ୟ ଏକ ବିକଳ୍ପ ହେଉଛି, ରାହୁଲ ପୁଣି ଦାୟିତ୍ୱ ନେବେ। କାରଣ ଗତ କିଛି ଦିନ ଧରି ନେତୃତ୍ୱ ନାଟକ ଚାଲୁ ରହିଥିବାବେଳେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଭିତରେ ଅନ୍ତର୍କନ୍ଦଳ ଆରମ୍ଭ ହୋଇସାରିଲାଣି। ତେଲେଙ୍ଗାନାରେ ଦଳର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଟିଆରଏସ୍‌ରେ ମିଶିସାରିଲେଣି। ଦଳର ନେତୃତ୍ୱ ନେଇ ଭ୍ରମ ଦୂର ନହେଲେ ସଂକଟ ଆହୁରି ବଢ଼ିଯିବ ବୋଲି ଦଳର ବରିଷ୍ଠ ନେତା ଆଶଙ୍କା କରୁଛନ୍ତି।

ଏହା ପୂର୍ବରୁ ରାହୁଲ କହିସାରିଛନ୍ତି ସେ ସଂସଦରେ ଦଳର ନେତୃତ୍ୱ ନେବାକୁ ରାଜି କିନ୍ତୁ ଯେତେ ଶୀଘ୍ର ସମ୍ଭବ ନୂଆ ଅଧ୍ୟକ୍ଷ ବଛାଯାଉ। ୨୫ ତାରିଖରେ ହୋଇଥିବା ସିଡବଲ୍‌ୟୁସି ବୈଠକରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦଳର ଫଳାଫଳକୁ ନେଇ ରାହୁଲ ଅସନ୍ତୋଷ ଜାହିର କରିଥିଲେ। ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଦି ବରିଷ୍ଠ ନେତାଙ୍କ ଉପରେ ବର୍ଷିଥିଲେ। ସେମାନେ ପୁଅ ଏବଂ ବନ୍ଧୁ ପରିଜନଙ୍କ ଟିକେଟ୍‌ ବାବଦରେ ବେଶି ଚିନ୍ତା କରୁଥିଲେ। ସେମାନଙ୍କ ଆସନ ବ୍ୟତୀତ ଅନ୍ୟ ସମସ୍ତ ଆସନ ଉପରେ ଏହି ବରିଷ୍ଠ ନେତାଙ୍କ ନଜର ନଥିଲା। ଏହି ବୈଠକରେ ହିଁ ରାହୁଲ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେଇଥିଲେ ମଧ୍ୟ କମିଟି ଗ୍ରହଣ କରିନଥିଲା। ସେ କିନ୍ତୁ ଇସ୍ତଫାକୁ ନେଇ ଅଡ଼ି ବସିଥିବାରୁ ତୁରନ୍ତ ଜଣେ ନୂଆ ଅଧ୍ୟକ୍ଷ ବାଛିବା ଉଚିତ ହେବ ବୋଲି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଅନୁଭବ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story