୫୦-୫୦ ଫର୍ମୁଲାରେ ନିର୍ବାଚନ ଲଢ଼ିବେ କଂଗ୍ରେସ-ଏନ୍‌ସିପି

ମୁମ୍ବାଇ: ଆସନ୍ତା ୧୯ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଅଛି। ଏହି ନିର୍ବାଚନରେ ଉଭୟ କଂଗ୍ରେସ ଓ ଏନ୍‌ସିପି ଶାସକ ବିଜେପି-ଶିବସେନା ମେଣ୍ଟକୁ ମାତ ଦେବାକୁ ଏକାଠି ହୋଇଛନ୍ତି। ଏହି ଦୁଇ ଦଳ ୫୦-୫୦ ସିଟ୍‌ ଫର୍ମୁଲାରେ ନିର୍ବାଚନ ଲଢ଼ିବେ। ଅର୍ଥାତ କଂଗ୍ରେସ ୧୨୫ ଓ ଏନ୍‌ସିପି ୧୨୫ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆସନ୍ତା ବିଧାନସଭା ନିର୍ବାଚନ […]

sh

Hemant Lenka
  • Published: Monday, 16 September 2019
  • , Updated: 16 September 2019, 05:48 PM IST

ମୁମ୍ବାଇ: ଆସନ୍ତା ୧୯ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଅଛି। ଏହି ନିର୍ବାଚନରେ ଉଭୟ କଂଗ୍ରେସ ଓ ଏନ୍‌ସିପି ଶାସକ ବିଜେପି-ଶିବସେନା ମେଣ୍ଟକୁ ମାତ ଦେବାକୁ ଏକାଠି ହୋଇଛନ୍ତି। ଏହି ଦୁଇ ଦଳ ୫୦-୫୦ ସିଟ୍‌ ଫର୍ମୁଲାରେ ନିର୍ବାଚନ ଲଢ଼ିବେ। ଅର୍ଥାତ କଂଗ୍ରେସ ୧୨୫ ଓ ଏନ୍‌ସିପି ୧୨୫ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ଏନ୍‌ସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ସିଟ୍‌ ଶେୟାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। କଂଗ୍ରେସ ଓ ଏନ୍‌ସିପି ସମାନ ୧୨୫ଟି ଆସନରେ ନିର୍ବାଚନ ଲଢ଼ିବେ। ବାକି ୩୮ଟି ଆସନ ଦଳ ସହ ଆଗାମୀ ଦିନରେ ମେଣ୍ଟ କରିବାକୁ ଥିବା ସହଯୋଗମାନଙ୍କୁ ଦିଆଯିବ।

ଏନ୍‌ସିପି ଏଥର ନିର୍ବାଚନରେ ନୂଆ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦେବ। ସେହିପରି କଂଗ୍ରେସ ସହ କିଛି ଆସନକୁ ଅଦଳବଦଳ କରାଯିବ।”

୨୦୧୪ ବିଧାନସଭା ନିର୍ବାଚନ ବେଳେ ସିଟ୍‌ ଶେୟାର ଫାଇନାଲ ନ ହେବାରୁ ଉଭୟ ଏନ୍‌ସିପି ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ଏଠାରେ ୪୨ଟି ଆସନ ଜିତିଥିବା ବେଳେ ଏନ୍‌ସିପି ଖାତାକୁ ୪୧ଟି ଆସନ ଯାଇଥିଲା। ବିଜେପି ଏକାକୀ ୧୨୨ଟି ଆସନ ଜିତିଥିଲା। ଦଳ ଶିବସେନା ସହ ମିଶି ସରକାର ଗଠନ କରିଛି।

Related story