ନୂଆ ସିବିଆଇ ମୁଖ୍ୟଙ୍କୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍‌ କମିଟି ୧୯୮୩ ବ୍ୟାଚ୍‌ର ଆଇପିଏସ୍‌ କ୍ୟାଡର ରିଷି କୁମାର ଶୁକ୍ଳାଙ୍କୁ ସିବିଆଇ ମୁଖ୍ୟ ପାଇଁ ମନୋନୀତ କରିଛି। ତେବେ ଏହି କମିଟିରେ ଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରଥମ ଦିନକୁ ନୂଆ ସିବିଆଇ ମୁଖ୍ୟଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। କମିଟିରେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ରହିଥିଲେ। କିନ୍ତୁ ଏବେ ଶ୍ରୀ ଶୁକ୍ଳାଙ୍କ ମନୋନୟନକୁ ବିରୋଧ କରି ସେ […]

kha

Hemant Lenka
  • Published: Saturday, 02 February 2019
  • , Updated: 02 February 2019, 09:25 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ୍‌ କମିଟି ୧୯୮୩ ବ୍ୟାଚ୍‌ର ଆଇପିଏସ୍‌ କ୍ୟାଡର ରିଷି କୁମାର ଶୁକ୍ଳାଙ୍କୁ ସିବିଆଇ ମୁଖ୍ୟ ପାଇଁ ମନୋନୀତ କରିଛି। ତେବେ ଏହି କମିଟିରେ ଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରଥମ ଦିନକୁ ନୂଆ ସିବିଆଇ ମୁଖ୍ୟଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

କମିଟିରେ ଶ୍ରୀ ଖାଡ଼ଗେ ବିରୋଧୀ ଦଳର ନେତା ଭାବେ ରହିଥିଲେ। କିନ୍ତୁ ଏବେ ଶ୍ରୀ ଶୁକ୍ଳାଙ୍କ ମନୋନୟନକୁ ବିରୋଧ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଅସହମତି ଚିଠି ଲେଖିଛନ୍ତି।

କମିଟିର ଅନ୍ୟ ଦୁଇ ଜଣ ସଦସ୍ୟ ଶ୍ରୀ ଶୁକ୍ଳାଙ୍କୁ ସିବିଆଇ ମୁଖ୍ୟ ପଦ ପାଇଁ ମନୋନୀତ କରିଥିଲେ ହେଁ ସେ ଏଥିରେ ଏକମତ ନୁହନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏହି କମିଟିରେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ଖାଡ଼ଗେଙ୍କ ବ୍ୟତୀତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ମଧ୍ୟ ରହିଥିଲେ।

ଶ୍ରୀ ଖାଡ଼ଗେ ଚିଠିରେ ଲେଖିଛନ୍ତି ଯେ “ଦୁର୍ନୀତି ମାମଲାର ତଦନ୍ତରେ ଅଭିଜ୍ଞତା ରଖି ନଥିବା ଶୁକ୍ଳାଙ୍କ ଭଳି ଜଣେ ଅଫିସରଙ୍କୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ମୁଖ୍ୟ କରିବା ଠିକ୍‌ ନୁହେଁ। ତେଣୁ କମିଟି ସହ ମୁଁ ଏକମତ ହୋଇପାରୁ ନାହିଁ।”

ଖାଡ଼ଗେଙ୍କ ଏଭଳି ଅସହମତି ପତ୍ରକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ସେ କହିଛନ୍ତି, “କଂଗ୍ରେସ ନେତା ଜଣଙ୍କ ଚୟନ ପ୍ରକ୍ରିୟାକୁ ହେରଫେର କରିବାକୁ ଚେଷ୍ଟା କରିଥିଲେ। ଏଥିସହ ନିଜ ପସନ୍ଦର ଅଫିସରଙ୍କୁ ସିବିଆଇ ମୁଖ୍ୟ କରିବାକୁ ଚାହୁଁଥିଲେ।

ପ୍ରଧାନ ବିଚାରପତି ତଥା ପ୍ୟାନେଲରେ ଥିବା ସଦସ୍ୟ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସିବିଆଇ ମୁଖ୍ୟ ହେବାକୁ ଆବଶ୍ୟକ ନୀତିନିୟମକୁ ସମର୍ଥନ କରିଛନ୍ତି। ତେଣୁ ଖାଡ଼ଗେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଗ୍ରହଣୀୟ ନୁହେଁ କିମ୍ବା ତଥ୍ୟ ଭିତ୍ତିକ ନୁହେଁ।”

Related story