ମୋଦିଙ୍କ ମନ୍ଦିର ଦର୍ଶନ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ନେପାଳ ଗସ୍ତରେ ଯାଇଥିବା ମୋଦି ଶୁକ୍ରବାର ଦିନ ଜାନକୀ ମାତାଙ୍କ ମନ୍ଦିର ଯାଇଥିଲେ। ଆଜି ସକାଳେ ସେ ମୁକ୍ତିନାଥ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଥିଲେ। ଏହି ମନ୍ଦିର ଦର୍ଶନ କରିବାରେ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୁକ୍ତିନାଥ ପରେ ନରେନ୍ଦ୍ର ମୋଦି କାଠମାଣ୍ଡୁର ପଶୁପତିନାଥ ମନ୍ଦିର ଯାଇଥିଲେ। ଆଜି କର୍ଣ୍ଣାଟକରେ ମତଦାନ ଚାଲିଥିବା ବେଳେ ମୋଦି ବିଦେଶ ଯାଇ ଏମିତି ମନ୍ଦିର ଦର୍ଶନ କରିବା ନେଇ କଂଗ୍ରେସ ନେତା […]
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ନେପାଳ ଗସ୍ତରେ ଯାଇଥିବା ମୋଦି ଶୁକ୍ରବାର ଦିନ ଜାନକୀ ମାତାଙ୍କ ମନ୍ଦିର ଯାଇଥିଲେ। ଆଜି ସକାଳେ ସେ ମୁକ୍ତିନାଥ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଥିଲେ। ଏହି ମନ୍ଦିର ଦର୍ଶନ କରିବାରେ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୁକ୍ତିନାଥ ପରେ ନରେନ୍ଦ୍ର ମୋଦି କାଠମାଣ୍ଡୁର ପଶୁପତିନାଥ ମନ୍ଦିର ଯାଇଥିଲେ।
ଆଜି କର୍ଣ୍ଣାଟକରେ ମତଦାନ ଚାଲିଥିବା ବେଳେ ମୋଦି ବିଦେଶ ଯାଇ ଏମିତି ମନ୍ଦିର ଦର୍ଶନ କରିବା ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ଅଶୋକ ଗହଲୋତ କହିଛନ୍ତି, "ମତଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ନେପାଳରେ ଦର୍ଶନର ଯୋଜନା ପ୍ରସ୍ତୁତ କରିଥିଲେ। କେବଳ ମତଦାତା ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏପରି କରୁଛନ୍ତି। ଏହା ଲୋକତନ୍ତ୍ରର ପରମ୍ପରା ନୁହେଁ। "
ଗହଲୋତ ଆହୁରି ପ୍ରଶ୍ନ କରିଛନ୍ତି ଯେ, ମନ୍ଦିର ଯିବା ପାଇଁ ମୋଦି ଆଜିର ଦିନକୁ ହିଁ କାହିଁକି ବାଛିଲେ?
ସୂଚନାଯୋଗ୍ୟ, ଯେ ଆଜି କର୍ଣ୍ଣାଟକର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ସିଟ୍ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଏଥିପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସଂଧ୍ୟା ୬ଟା ଯାଏଁ ମତଦାନ ଚାଲିବ।