କର୍ଣ୍ଣାଟକା ଇସ୍ତଫା ଡ୍ରାମା ପଛରେ ବିଜେପିର ଚକ୍ରାନ୍ତ: କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଭାଙ୍ଗିବା ପାଇଁ ବିଜେପି ଆରମ୍ଭରୁ ଯେଉଁ ‘ଅପରେସନ କମଲ’ ଚଳାଇଥିଲା, ସେଥିରେ ସଫଳ ହେବାକୁ ଯାଉଛି। ମେଣ୍ଟ ସରକାରକୁ ଭାଙ୍ଗି ବିଜେପି ଏଠାରେ ସରକାର ଗଠନ କରିବାକୁ ଚାହୁଁଛି। ଏଥିପାଇଁ କଂଗ୍ରେସ ଓ ଜେଡିଏସ୍‌ର ବିଦ୍ରୋହୀ ନେତାଙ୍କୁ ବିଜେପି ପ୍ରଲୋଭିତ କରି ଇସ୍ତଫା ଦେବାକୁ କହିଥିବା ଜଣାପଡ଼ିଛି। କାରଣ କଂଗ୍ରେସ ଓ ଜେଡିଏସ୍‌ର ଯେଉଁ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି, ସେମାନଙ୍କୁ ଦୁଇଟି ବିମାନ ଯୋଗେ ମୁମ୍ବାଇ ନିଆଯାଇଥିଲା। ଏହି […]

fg

Hemant Lenka
  • Published: Monday, 08 July 2019
  • , Updated: 08 July 2019, 06:12 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଭାଙ୍ଗିବା ପାଇଁ ବିଜେପି ଆରମ୍ଭରୁ ଯେଉଁ 'ଅପରେସନ କମଲ' ଚଳାଇଥିଲା, ସେଥିରେ ସଫଳ ହେବାକୁ ଯାଉଛି। ମେଣ୍ଟ ସରକାରକୁ ଭାଙ୍ଗି ବିଜେପି ଏଠାରେ ସରକାର ଗଠନ କରିବାକୁ ଚାହୁଁଛି।

ଏଥିପାଇଁ କଂଗ୍ରେସ ଓ ଜେଡିଏସ୍‌ର ବିଦ୍ରୋହୀ ନେତାଙ୍କୁ ବିଜେପି ପ୍ରଲୋଭିତ କରି ଇସ୍ତଫା ଦେବାକୁ କହିଥିବା ଜଣାପଡ଼ିଛି। କାରଣ କଂଗ୍ରେସ ଓ ଜେଡିଏସ୍‌ର ଯେଉଁ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି, ସେମାନଙ୍କୁ ଦୁଇଟି ବିମାନ ଯୋଗେ ମୁମ୍ବାଇ ନିଆଯାଇଥିଲା। ଏହି ଦୁଇ ବିମାନ ବିଜେପି ପ୍ରାୟୋଜିତ ଏକ ଜାତୀୟ ଗଣମାଧ୍ୟମର ମାଲିକଙ୍କର ବୋଲି ଚର୍ଚ୍ଚା ହେଉଛି। ଉକ୍ତ ଗଣମାଧ୍ୟମର ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଚ୍ୟାନେଲ ରହିଛି।

ଏଥିସହ ମୁମ୍ବାଇର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକ ଇସ୍ତଫା ଜିଦ୍‌ରେ ଆତ୍ମଗୋପନ କରିଛନ୍ତି, ସେଠାକୁ ଗତକାଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ମଧ୍ୟ ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ୧୩ ଜଣ ବିଧାୟକ ଇସ୍ତଫା ଦେଲେ ମଧ୍ୟ ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପାଉନାହିଁ।

ତେଣୁ ଆଜି ମେଣ୍ଟ ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ନାଗେଶଙ୍କୁ ମଧ୍ୟ ଦଳ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରୁଥିବା ଜାଣିବାକୁ ମିଳିଛି। ଏହି ପ୍ରକ୍ରିୟାରେ ମଧ୍ୟସ୍ଥି ସାଜିଛନ୍ତି ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକ। ୟେଦ୍ଦୁରପ୍ପାଙ୍କ ବ୍ୟକ୍ତିଗତ ସହାୟକ ଆଜି ବିଧାୟକ ନାଗେଶଙ୍କୁ ଧରି ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଯାଇଛନ୍ତି। ସେମାନେ ବିମାନରେ ଚଢ଼ୁଥିବା ବେଳର ଫଟୋ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହି ଖବର ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, “ନାଗେଶ ମୋତେ ଫୋନ କରିଥିଲେ ଏବଂ ତାଙ୍କୁ ଅପହରଣ କରାଯାଇଥିବା କଥା ଜଣାଇଥିଲେ।

ୟେଦ୍ଦୁରପ୍ପା ଏବଂ ତାଙ୍କ ପିଏ ଏଭଳି ଚକ୍ରାନ୍ତ କରୁଛନ୍ତି। ଫୋନ ପାଇ ମୁଁ ବିମାନବନ୍ଦରରେ ପହଞ୍ଚିଥିଲି। ହେଲେ ସେତେବେଳକୁ ବିମାନଟି ଉଡ଼ାଣ କରି ସାରିଥିଲା।” ଯଦି ନାଗେଶ ବିଜେପିକୁ ସମର୍ଥନ କରନ୍ତି, ତା’ହେଲେ ବିଜେପିର ଆସନ ସଂଖ୍ୟା ୧୦୬ ହେବ ଏବଂ ଦଳ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିବ।

Related story