କର୍ଣ୍ଣାଟକରେ ସରଗରମ ରାଜନୀତି: ମୋଦିଙ୍କୁ ଗବ୍ବର୍‌ ସିଂ କହି କଟାକ୍ଷ କଲେ କଂଗ୍ରେସ ମହାରାଜ

ଜମୁଛି ନିର୍ବାଚନୀ ପ୍ରଚାର। ହାତରେ ମାତ୍ର ଆଉ ସପ୍ତାହେ ସମୟ। ତେଣୁ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି କୌଣସି ଦଳ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନରେ ଚଳିତ ଥର ତ୍ରିମୁଖୀ ଲଢ଼େଇ ହେବ। ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ହେବ କଡ଼ା ଟକ୍କର। ଆଜି ତିନି ଦଳର ହେଭିୱେଟ୍ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଲବର୍ଗିରୁ ଆରମ୍ଭ ହୋଇଥିବା ରାଲି ଏବଂ […]

Narendra-Modi-vs-Rahul-Gandhi-500x375

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 06:44 PM IST

ଜମୁଛି ନିର୍ବାଚନୀ ପ୍ରଚାର। ହାତରେ ମାତ୍ର ଆଉ ସପ୍ତାହେ ସମୟ। ତେଣୁ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି କୌଣସି ଦଳ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନରେ ଚଳିତ ଥର ତ୍ରିମୁଖୀ ଲଢ଼େଇ ହେବ। ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ହେବ କଡ଼ା ଟକ୍କର। ଆଜି ତିନି ଦଳର ହେଭିୱେଟ୍ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେପି ପକ୍ଷରୁ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଲବର୍ଗିରୁ ଆରମ୍ଭ ହୋଇଥିବା ରାଲି ଏବଂ ସାଧରଣ ସଭା ବେଙ୍ଗାଲୁରୁରେ ପହଞ୍ଚିଛି। ରାଜ୍ୟରେ ଶାସନାଧିନ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୋଦି। କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ସିଦ୍ଧ-ରୁପିଆ ସରକାର ବୋଲି କଟାକ୍ଷ କରିଛନ୍ତି ସେ। ରାଜ୍ୟରେ ଖଣି ଦୂର୍ନୀତି କଂଗ୍ରେସ ଅମଳରେ ହୋଇଥିବା ଅଭିଯୋଗ କରିଛନ୍ତି ମୋଦି। ଏହାଛଡ଼ା କଂଗ୍ରେସ ଉପରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖିଛନ୍ତି ପ୍ରଧାନମନ୍ତ୍ରୀ।

ସେପଟେ ମୋଦିଙ୍କ ନିର୍ବାଚନ ପ୍ରଚାରକୁ ମାତ ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ କରିଛି ରଣନୀତି। ଦଳ ସଭାପତି ରାହୁଲ ଗାନ୍ଧି ଆଜି ବିଦରରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ମୋଦିଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ଏପରିକି ମୋଦିଙ୍କୁ ଗବ୍ବର ସିଂହ ବୋଲି କହିଛନ୍ତି ରାହୁଲ। ନିର୍ବାଚନରେ ଗବ୍ବର ସିଂହ ନିଜ ଟିମ୍ ନେଇ ଓହ୍ଲାଇଥିବା କହି ତାତ୍ସଲ୍ୟ କରିଛନ୍ତି। କର୍ଣ୍ଣାଟକ ନିର୍ବାଚନରେ ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ମୋଦି ତାଙ୍କୁ ଟାଗେର୍ଟ କରୁଛନ୍ତି। ରେଡ୍ଡି ବ୍ରଦର୍ସ ଭଳି ବ୍ୟକ୍ତିଙ୍କୁ ଟିକଟ୍ ଦେଇ ବିଜେପି ଦୂର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ସେ ଆରୋପ ଲଗାଇଛନ୍ତି।

କର୍ଣ୍ଣାଟକ ବିଧାନସଭା ଲଢ଼େଇ ମୋଦି ବନାମ୍ ରାହୁଲ ଗାନ୍ଧି ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେପି ଶାସନାଧିନ କଂଗ୍ରେସକୁ ବିଫଳ ଏବଂ ଦୂର୍ନୀତି ଗ୍ରସ୍ତ ସରକାର କହି ଅଭିଯୋଗ କରିଥିବା ବେଳେ କଂଗ୍ରେସ ରାଜ୍ୟରେ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରିଛି। ଅନ୍ୟପଟେ ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ପ୍ରଚାରକୁ ଜୋର କରିଛନ୍ତି। କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ କଂଗ୍ରେସ ସରକାରଙ୍କୁ ଟାଗେର୍ଟ କରି ନିର୍ବାଚନ ଲଢ଼ୁଛି ଜେଡିଏସ୍।

ଆସନ୍ତା ୮ ତାରିଖ ମଧ୍ୟରେ ମୋଦି ରାଜ୍ୟରେ ୨୧ଟି ରାଲିକୁ ସମ୍ବୋଧନ କରିବେ। ସେହିପରି ରାହୁଲ ଛୋଟ ଜନସଭା ଆୟୋଜନ କରି ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। କର୍ଣ୍ଣାଟକର ମୋଟ୍ ୨୨୪ଟି ବିଧାନସଭା ଆସନରେ ଆସନ୍ତା ୧୨ ତାରିଖରେ ହେବ ଭୋଟ୍ ଗ୍ରହଣ। ୧୫ ତାରିଖରେ ପ୍ରକାଶ ପାଇବ ଫଳାଫଳ।

Related story