ପ୍ରତିଷ୍ଠା ଦିବସରେ ‘ସମ୍ୱିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ରାଲି କରିବ କଂଗ୍ରେସ

ନୂଆଦିଲ୍ଲୀ: ରାତି ପାହିଲେ ଦେଶର ପ୍ରଥମ ରାଜନୀତିକ ଦଳ କଂଗ୍ରେସ ୧୩୪ ବର୍ଷରେ ପାଦ ଥାପିବ। ନିଜର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ କେନ୍ଦ୍ର ବିରୋଧରେ ନାରା ଦେଇ ‘ସମ୍ୱିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି କରିବ। ଶନିବାର ସକାଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଆସି ଦଳୀୟ ପତାକାକୁ ଉତ୍ତୋଳନ କରିବେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସାମର ଗୌହାଟିରେ ଦଳୀୟ ସମାବେଶକୁ ସମ୍ୱୋଧନ କରିବେ। ଏହି […]

congress

Subhransu Sekhar
  • Published: Friday, 27 December 2019
  • , Updated: 27 December 2019, 06:15 PM IST

ନୂଆଦିଲ୍ଲୀ: ରାତି ପାହିଲେ ଦେଶର ପ୍ରଥମ ରାଜନୀତିକ ଦଳ କଂଗ୍ରେସ ୧୩୪ ବର୍ଷରେ ପାଦ ଥାପିବ। ନିଜର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ କେନ୍ଦ୍ର ବିରୋଧରେ ନାରା ଦେଇ ‘ସମ୍ୱିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି କରିବ। ଶନିବାର ସକାଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଆସି ଦଳୀୟ ପତାକାକୁ ଉତ୍ତୋଳନ କରିବେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସାମର ଗୌହାଟିରେ ଦଳୀୟ ସମାବେଶକୁ ସମ୍ୱୋଧନ କରିବେ। ଏହି ଅବସରରେ ମୋଦି ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଏବଂ ଅନ୍ୟ ପ୍ରସଙ୍ଗରେ ଗର୍ଜିବେ।

ଅନ୍ୟପଟେ ଗାନ୍ଧି ପରିବାରର ଅନ୍ୟତମ ସଦସ୍ୟ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶରେ ରାଲି କରି ଉଭୟ ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଉପରେ ଭାଷଣ ଦେବେ ବୋଲି କଂଗ୍ରେସର ମହାସଚିବ କେସି ବେଣୁଗୋପାଳ କହିଛନ୍ତି।

ଯେତେବେଳେ ଦେଶର ସମ୍ୱିଧାନକୁ ଚ୍ୟାଲେଞ୍ଜ କରାଯିବ ଏବଂ ଦେଶର ବିକାଶରେ ବାଧକ ସାଜିବା ପାଇଁ ପ୍ରୟାସ କରାଯିବ ସେତେବେଳେ କଂଗ୍ରେସ ସ୍ୱର ଉତ୍ତୋଳନ କରିବ ବୋଲି ବେଣୁଗୋପାଳ କହିଛନ୍ତି।

Related story