ମାସକ ମଧ୍ୟରେ ରାଜଧାନୀବାସୀଙ୍କୁ ଦ୍ୱିତୀୟ ଭୂକମ୍ପ ଝଟକା

ନୂଆଦିଲ୍ଲୀ: କରେନା ଭାଇରସ ଲକଡାଉନ୍ ମଧ୍ୟରେ ରାଜଧାନୀ ଦିଲ୍ଲୀକୁ ଘାରିଛି ଭୂମିକମ୍ପ ଚିନ୍ତା। ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଅଞ୍ଚଳରେ ଭୂମି କମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିବା କୁହାଯାଉଛି। ମାସକ ମଧ୍ୟରେ ଦିଲ୍ଲୀରେ ଏହା ଦ୍ୱିତୀୟ ଭୂମିକମ୍ପ ବୋଲି ସୂଚନା ରହିଛି। ଅନ୍ତିମ ଥର ଏହା ପୂର୍ବରୁ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା। ଏହାର କେନ୍ଦ୍ରସ୍ଥଳ ଗାଜିଆବାଦ ରହିଥିଲା। ସେହିପରି ଏପ୍ରିଲ ୧୨ […]

earhhquake

earhhquake

Subhransu Sekhar
  • Published: Friday, 29 May 2020
  • Updated: 29 May 2020, 09:28 PM IST

Sports

Latest News

ନୂଆଦିଲ୍ଲୀ: କରେନା ଭାଇରସ ଲକଡାଉନ୍ ମଧ୍ୟରେ ରାଜଧାନୀ ଦିଲ୍ଲୀକୁ ଘାରିଛି ଭୂମିକମ୍ପ ଚିନ୍ତା। ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଅଞ୍ଚଳରେ ଭୂମି କମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିବା କୁହାଯାଉଛି। ମାସକ ମଧ୍ୟରେ ଦିଲ୍ଲୀରେ ଏହା ଦ୍ୱିତୀୟ ଭୂମିକମ୍ପ ବୋଲି ସୂଚନା ରହିଛି। ଅନ୍ତିମ ଥର ଏହା ପୂର୍ବରୁ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା। ଏହାର କେନ୍ଦ୍ରସ୍ଥଳ ଗାଜିଆବାଦ ରହିଥିଲା।

ସେହିପରି ଏପ୍ରିଲ ୧୨ ଏବଂ ୧୩ ଏପ୍ରିଲରେ ଭୂମିକମ୍ପ ଅନୁଭୂତ ହେଉଥିଲା। ବାରମ୍ୱାର ଭୂମିକମ୍ପ ହେବା ପରେ ରାଜଧାନୀବାସିନ୍ଦା ଏବେ ଚିନ୍ତାରେ ପଡ଼ିଛନ୍ତି। କାରଣ ଲକଡାଉନ୍ ପାଇଁ ସମସ୍ତେ ଘରେ ରହୁଛନ୍ତି। ଅନ୍ୟପଟେ ଭୂମିକମ୍ପ ଅନୁଭୂତ ହେବା ପରେ ଜୀବନ ରକ୍ଷା ପାଇଁ ଘରୁ ବାହାରିବାକୁ ପଡ଼ିବ। ଏହି ଭୂମିକମ୍ପରେ କିନ୍ତୁ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos