ପାଟନା: ଆର୍ଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବରେ ବହୁ ରାଜନେତା ଯୋଗଦେଇ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏହା ଭିତରେ ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏପରିକି ବିଭିନ୍ନ ମହଲରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି।
ଲାଲୁ ପ୍ରସାଦ ଯାଦବଙ୍କ ଘର ବାହାରେ ୧୦ ସର୍କୁଲାର ରୋଡ୍ରେ ଲାଗିଥିବା ପୋଷ୍ଟରରେ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କୁ ଶିବ- ପାର୍ବତୀ ଭାବେ ଚିତ୍ରଣ କରାଯାଇଛି। ପୋଷ୍ଟରରେ ତେଜପ୍ରତାପ ଓ ଐଶ୍ୱର୍ଯ୍ୟା ଭାବିଙ୍କୁ ଅଭିନନ୍ଦନ ବୋଲି ଲେଖାଯାଇଛି। ଏହି ପୋଷ୍ଟରଟି ଆର୍ଜେଡି ଯୁବ ମୋର୍ଚ୍ଚା ତରଫରୁ ଲଗା ଯାଇଥିବା ଅଭିଯୋଗ ହେଉଛି।
ସୋସିଆଲ୍ ମିଡ଼ିଆରେ ଏହି ପୋଷ୍ଟରଟି ଭାଇରାଲ୍ ହେବା ପରେ ବିବାଦ ଦେଖାଦେଇଛି। ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କୁ ଶିବ ପାର୍ବତୀ ଭାବେ ଚିତ୍ରଣ କରିବାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି। ଏଥିପାଇଁ ଟ୍ୱିଟ୍ କରି ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି ବହୁ ଲୋକେ। ଏହା ହିନ୍ଦୁ ଧର୍ମୀୟଭାବନାକୁ କୋଠାରଘାତ କରୁଥିବା ଅନେକ ଲୋକେ ଅଭିଯୋଗ କରିଛନ୍ତି।