କନଷ୍ଟେବଲଙ୍କୁ ବନେଟ ଉପରେ ଘୋଷାଡ଼ି ନେଲା କାର୍‌ ଚାଳକ, ବାଇକକୁ ବି ଧକ୍କା ଦେଲା

ନାଗପୁର: ସାହାସିକତାର ପରିଚୟ ଦେଖାଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଜନଗହଳୀ ପୂର୍ଣ୍ଣ ନାଗପୁର ରାସ୍ତାରେ ଗୋଟିଏ କାର୍‌କୁ ଅଟକାଇବା ପାଇଁ ସେ ଏହାର ବନେଟ ଉପରେ ପ୍ରାୟ ଅଧେ କିମି ବାଟ ଯାଏ ଓହଳି ଯିବା ବେଳର ଭଡିଓ ସାମ୍ନାକୁ ଆସିଛି। କାର୍‌ ଚାଳକ ଜଣଙ୍କ କନଷ୍ଟେବଲଙ୍କୁ ବନେଟ ଉପରେ ଘୋଷାଡ଼ି ନେବା ବେଳେ ଏହା ଗୋଟିଏ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ପୂରା ଘଟଣାଟି ସାକ୍କରାଦରା ଛକରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ ଡ୍ରାଇଭର […]

de

Hemant Lenka
  • Published: Monday, 30 November 2020
  • , Updated: 30 November 2020, 04:42 PM IST

ନାଗପୁର: ସାହାସିକତାର ପରିଚୟ ଦେଖାଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଜନଗହଳୀ ପୂର୍ଣ୍ଣ ନାଗପୁର ରାସ୍ତାରେ ଗୋଟିଏ କାର୍‌କୁ ଅଟକାଇବା ପାଇଁ ସେ ଏହାର ବନେଟ ଉପରେ ପ୍ରାୟ ଅଧେ କିମି ବାଟ ଯାଏ ଓହଳି ଯିବା ବେଳର ଭଡିଓ ସାମ୍ନାକୁ ଆସିଛି। କାର୍‌ ଚାଳକ ଜଣଙ୍କ କନଷ୍ଟେବଲଙ୍କୁ ବନେଟ ଉପରେ ଘୋଷାଡ଼ି ନେବା ବେଳେ ଏହା ଗୋଟିଏ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା।

ପୂରା ଘଟଣାଟି ସାକ୍କରାଦରା ଛକରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ ଡ୍ରାଇଭର ଜଣଙ୍କ ଭିଆଇଥିବା କାଣ୍ଡ କଏଦ ହୋଇଛି। ପୁଲିସ୍‌ କାର୍‌ ଚାଳକ ଆକାଶ ଚୌହାନଙ୍କୁ ମଧ୍ୟ ଗିରଫ କରିଛି। ରବିବାର ସାକ୍କରାଦରା ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କନଷ୍ଟେବଲ ଅମୋଲ ଚିଦାମୱର ନିୟୋଜିତ ହୋଇଥିଲେ।

https://twitter.com/i/status/1333288604265631747
ପ୍ରାୟ ସନ୍ଧ୍ୟା ୫ଟାରେ କଳା କାଚ‌ ଲାଗିଥିବା କାର୍‌ଟି ଟ୍ରାଫିକ ନିକଟରେ ପହଞ୍ଚିଥିଲା। ଏହାକୁ ଦେଖି ଅମୋଲ କାର୍‌ଟିକୁ ଅଟକିବାକୁ ସିଗ୍ନାଲ ଦେଇଥିଲେ। ହେଲେ କାର ଚାଳକ ଜଣଙ୍କ ଏହାକୁ ବେଖାତିର କରି ଦ୍ରୁତଗତିରେ ଆଗକୁ ବଢ଼ିଥିଲେ। ଏହା ଦେଖି ଅମୋଲ କାର୍‌ ଆଗକୁ ଚାଲି ଆସିଥିଲେ। ତଥାପି ଗାଡ଼ିଟି ନ ଅଟକିବାରୁ ସେ ଏହାର ବନେଟ ଉପରେ ଚଢି ଯାଇଥିଲେ।

ଏଭଳି ଅବସ୍ଥାରେ ମଧ୍ୟ କାର୍‌ଟି ଆଗକୁ ବଢ଼ିଥିଲା। ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ଼ ଥିବାରୁ କାର୍‌ଟି ରାସ୍ତାରେ ଯାଉଥିବା ଗୋଟିଏ ବାଇକକୁ ମଧ୍ୟ ଧକ୍କା ଦେଇଥିଲା। ଶେଷରେ ପ୍ରାୟ ଅଧେ କିମି ବାଟ ଯିବା ପରେ କାର୍‌ଟି ଗୋଟିଏ କଲେଜ୍‌ ନିକଟରେ ଅଟକିଥିଲା। ଲୋକମାନେ ଡ୍ରାଇଭରଙ୍କୁ କାବୁ କରିବା ସହ ମାଡ଼ ମାରି ପୁଲିସ୍‌ ଜିମା ଦେଇଥିଲେ।

କାର୍‌ ଚାଳକ ଜଣଙ୍କ ହେଉଛନ୍ତି ଜଣେ ପେଶାଗତ ଅପରାଧୀର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲା। ତା’ ନାଁରେ ଏବେ ପୁଲିସ୍‌ ଧାରା ୩୫୩, ୩୦୭ ଓ ମଟୋର ଭେଇକିଲ ଆକ୍ଟରେ ମାମଲା ରୁଜୁ କରିଛି।

Related story