ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିଶାନ ରେଡ୍ଡୀ ରାଜ୍ୟସଭାରେ କହିଛନ୍ତି ଯେ ଦିଲ୍ଲୀ ପୁଲିସ ତବଲିଗୀ ଜାମାତର 233 ସଦସ୍ୟଙ୍କୁ ଗିରଫ କରିଛି ଏବଂ 29 ମାର୍ଚ୍ଚରୁ ସଂଗଠନର ମୁଖ୍ୟାଳୟରୁ 2,361 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ଯେ, ଜମାତ ମୁଖ୍ୟ ମୌଲାନା ମହମ୍ମଦ ସାଦଙ୍କ ବିଷୟରେ […]

TABLIGI JAMAT

Subhransu Sekhar
  • Published: Monday, 21 September 2020
  • , Updated: 21 September 2020, 03:48 PM IST

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିଶାନ ରେଡ୍ଡୀ ରାଜ୍ୟସଭାରେ କହିଛନ୍ତି ଯେ ଦିଲ୍ଲୀ ପୁଲିସ ତବଲିଗୀ ଜାମାତର 233 ସଦସ୍ୟଙ୍କୁ ଗିରଫ କରିଛି ଏବଂ 29 ମାର୍ଚ୍ଚରୁ ସଂଗଠନର ମୁଖ୍ୟାଳୟରୁ 2,361 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ଯେ, ଜମାତ ମୁଖ୍ୟ ମୌଲାନା ମହମ୍ମଦ ସାଦଙ୍କ ବିଷୟରେ ତଦନ୍ତ ଚାଲିଛି।

ସେ କହିଛନ୍ତି ଯେ ଦିଲ୍ଲୀ ପୁଲିସର ରିପୋର୍ଟ ଅନୁଯାୟୀ, କରୋନା ବ୍ୟାପିବା ବେଳେ ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଏବଂ ନିର୍ଦ୍ଦେଶ ସତ୍ତ୍ୱେ ଏକ ବନ୍ଦ ପରିସରରେ ବିରାଟ ସମାବେଶ ହୋଇଥିଲା। ଯେଉଁଥିରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହୋଇଛି। ଏହାପରେ କରୋନା ଭାଇରସ ଅନେକ ଲୋକଙ୍କ ନିକଟରେ ବ୍ୟାପିଛି।

Related story