ମୁମ୍ୱାଇ: ଗୁରୁବାର ପରେ ଶୁକ୍ରବାର ମଧ୍ୟ ଜାମିନ୍ ଆବେଦନ ପ୍ରସଙ୍ଗରେ ନିରାଶ ହୋଇଛନ୍ତି ରିପବ୍ଲିକ ଟିଭିର ସମ୍ପାଦର ଅର୍ଣ୍ଣବ ଗୋସ୍ୱାମୀ। ଶନିବାର ଜାମିନ୍ ପ୍ରସଙ୍ଗରେ ସରକାର ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପକ୍ଷ ରଖିବା ପରେ ବମ୍ୱେ ହାଇକୋର୍ଟ ରାୟ ଶୁଣାଇବେ ବୋଲି କହିଛନ୍ତି। ଅପରାହ୍ନ ୧୨ଟା ପରେ ଜାମିନ୍ ପ୍ରସଙ୍ଗରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
୨୦୧୮ ମସିହାରେ ଜଣେ ଇଣ୍ଟେରିଅର ଡିଜାଇନର ଆତ୍ମହତ୍ୟା କରିଥିଲେ। ସୁଇସାଇଡାଲ ନୋଟରେ ଗୋସ୍ୱାମୀଙ୍କ ନାମ ଉଲ୍ଲେଖ ରହିଥିଲା। ଏହି ମାମଲା ରଫାଦଫା ହୋଇଥିଲେ ମଧ୍ୟ ମହାରାଷ୍ଟ୍ର ପୁଲିସ ମାମଲାକୁ ପୁଣିଥରେ ଖୋଲି ଗୋସ୍ୱାମୀଙ୍କୁ ଗିରଫ କରିଛି। ତେବେ ତଳ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋସ୍ୱାମୀ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି। ଏହି ମାମଲାରେ କେସ୍ ବନ୍ଦ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ମୁମ୍ୱାଇ ପୁଲିସ ବନ୍ଦ କରିଛି। ହେଲେ ସିଜିଏମ୍ କୋର୍ଟରେ ପୁଲିସ ବିନା ଅନୁମତିରେ ମାମଲା ଖୋଲିଥିବାରୁ ବିଚାରପତିଙ୍କ ଦ୍ୱାରା ତାଗିଦ ହୋଇଛନ୍ତି। ଏମିତିକି ସିଜିଏମଙ୍କ ଆଗରେ ପୁଲିସ ଏହି ମାମଲାରେ କୌଣସି ନୂୂଆ ଦଲିଲ ଦାଖଲ କରିନଥିଲେ। ଏହାପରେ ବିଚାରପତି କହିଥିଲେ ଅଭିଯୁକ୍ତ ଗୋସ୍ୱାମୀ ଆତ୍ମହତ୍ୟା ପାଇଁ ଉସକାଇବାର କୌଣସି ପ୍ରମାଣ ନାହିଁ।
ପୁଲିସ୍ ଅର୍ଣ୍ଣବଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ପୁଲିସର ଏହି ଅନୁରୋଧକୁ ଖାରଜ କରିଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ଏକ ତଳ କୋର୍ଟରେ ଗୋସ୍ୱାମୀଙ୍କୁ ହାଜର କରାଯାଇଥିଲା।
ଆହୁରି ପଢ଼ନ୍ତୁ: ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଧମକ ଦେବା ମାମଲାରେ ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସମନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।