କରାଚି: ବର୍ତ୍ତମାନର କରୋନା ବିରୋଧରେ ସାରା ବିଶ୍ୱ ଲଢ଼ୁଛି। ଆଉ ଏହି ସମୟରେ ଅହମଦୀୟା ମୁସଲିମ୍ ଗୋଷ୍ଠୀ ମଧ୍ୟ ‘ହ୍ୟୁମାନିଟି ଫାର୍ଷ୍ଟ’ ଅଭିଯାନ କରିଛନ୍ତି। ଏହି ସଂଗଠନ ସେଠାକାର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବା ସହ ବିଭିନ୍ନ ସ୍ଥାନରେ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି। କିନ୍ତୁ ପାକିସ୍ତାନର କିଛି ଗୋଷ୍ଠୀ ଏହାକୁ ବିରୋଧ କରିବା ଚର୍ଚ୍ଚାରେ ରହିଛି।
ତେବେ ବିଭିନ୍ନ ଚରମପନ୍ଥୀ, ଉଗ୍ର ସଂଗଠନ ଏବଂ କିଛି ଧାର୍ମିକ ସଂଗଠନ ଅହମଦୀୟାଙ୍କ ସେବା କାର୍ଯ୍ୟକୁ ଗ୍ରହଣ କରିପାରିନାହାନ୍ତି। ସେମାନେ ଆହ୍ୱାନ କରିଛନ୍ତି ଅହମଦୀୟାଙ୍କ ସେବାକାର୍ଯ୍ୟକୁ ବୟକଟ୍ କରାଯାଉ। ଏମାନଙ୍କୁ ଭାରତର ସିମ୍ପାଥାଇଜର ବୋଲି ମଧ୍ୟ କୁହାଯାଇଛି।
ଏଭଳି ଏକ ସଂଗଠନ ଇଣ୍ଟରନ୍ୟାସନାଲ ଖାତୁମ୍ ଏ ନବାୱତ୍ର ମୁଖ୍ୟ ମୌଲାନା ମହମ୍ମଦ ଇଲିୟାସ୍ ୧୯୬୫ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ଉଦାହରଣ ନେଇ ଅହମଦୀୟାଙ୍କୁ ଦେଶଦ୍ରୋହୀ ଭାବେ ଅଭିହିତ କରିଛି। କରାଚିରେ ସେବାବ୍ରତୀ କିଛି ଅହମଦୀୟାଙ୍କୁ କିଛି ଲୋକ ହଇରାଣ ମଧ୍ୟ କରିଛନ୍ତି। ଏହା ସତ୍ତ୍ୱେ ପଞ୍ଜାବ ଓ ସିନ୍ଧ ପ୍ରଦେଶ ଆଦିରେ ଅହମଦୀୟା ସେବା କାର୍ଯ୍ୟ ଜାରି ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।