ଭାରତରେ ବେକାବୁ କରୋନା, ପ୍ରଭାବିତ ଦେଶ ତାଲିକାରେ ୭ ନମ୍ୱର

ନୂଆଦିଲ୍ଲୀ: ମେ’ ମାସରେ ଲକଡାଉନ୍-୪ କୋହଳ ହେବା ପରେ ଭାରତରେ କରୋନା ଏବେ ଅଧିକ ବିସ୍ଫୋରକ ହେବାରେ ଲାଗିଛି। ଜୁନ୍ ମାସର ପ୍ରଥମ ଦିନରେ ହିଁ କରୋନା ରେକର୍ଡ ଛୁଇଁଛି। ଗତ ୨୪ଘଣ୍ଟା ଭିତରେ ଦେଶରେ କରୋନାର ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଛି। ଏହିପରି ଭାବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୧୯୦,୫୩୫ରେ ପହଞ୍ଚିଯାଇଛି। ଏଥିସହ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ୭ ନମ୍ବର ସ୍ଥାନକୁ ଉଠିଛି। ଆମେରିକା ୧୮.୨ ଲକ୍ଷ […]

india-covid19

india-covid19

Ranjit Kumar Jena
  • Published: Monday, 01 June 2020
  • Updated: 01 June 2020, 12:44 PM IST

Sports

Latest News

ନୂଆଦିଲ୍ଲୀ: ମେ' ମାସରେ ଲକଡାଉନ୍-୪ କୋହଳ ହେବା ପରେ ଭାରତରେ କରୋନା ଏବେ ଅଧିକ ବିସ୍ଫୋରକ ହେବାରେ ଲାଗିଛି। ଜୁନ୍ ମାସର ପ୍ରଥମ ଦିନରେ ହିଁ କରୋନା ରେକର୍ଡ ଛୁଇଁଛି। ଗତ ୨୪ଘଣ୍ଟା ଭିତରେ ଦେଶରେ କରୋନାର ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଛି। ଏହିପରି ଭାବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୧୯୦,୫୩୫ରେ ପହଞ୍ଚିଯାଇଛି।

ଏଥିସହ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ୭ ନମ୍ବର ସ୍ଥାନକୁ ଉଠିଛି। ଆମେରିକା ୧୮.୨ ଲକ୍ଷ ଆକ୍ରାନ୍ତଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଆମେରିକା ପରେ ବ୍ରାଜିଲ୍ ୫ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ସହ ୨ୟ, ରୁଷ୍ ୪ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ସହ ତୃତୀୟ, ସ୍ପେନ୍ ୨.୮ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ସହ ଚତୁର୍ଥ, ୟୁକେ ୨.୭ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ସହ ପଞ୍ଚମ, ଇଟାଲୀ ୨.୩ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ସହ ଷଷ୍ଠରେ ରହିଛି।

ଭାରତରେ ଏପର୍ଯ୍ୟନ୍ତ ୯୧ହଜାରରୁ ଅଧିକ ଲୋକେ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୫୪୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି। ଦେଶରେ ଏବେବି କରୋନା ସକ୍ରିୟ ସଂଖ୍ୟା ୯୩ହଜାରରୁ ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮୩୫ ଲୋକେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ୨୩୦ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ଏବଂ ୮୯ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬୭,୬୫୫ରେ ପହଞ୍ଚିଯାଇଛି। ଏଥିରୁ ୨୯,୩୨୯ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇଥିବା ବେଳେ ୨୨୮୬ ଲୋକଙ୍କର ମୃତ୍ୟୁ ହୋଇଛି।

ଏହି ତାଲିକାରେ ତାମିଲନାଡୁ ୨ୟ ସ୍ଥାନରେ ରହିଛି। ସେଠାରେ ଗତ ୨୪ ଘଣ୍ଟାରେ ୧୧୪୯ ନୂଆ ପଜିଟିଭ୍ ବାହାରିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨,୩୩୩ରେ ପହଞ୍ଚିଛି। ଦେଶର ରାଜଧାନୀ ଦିଲ୍ଲୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ପଜିଟିଭ୍ ସାମ୍ନାକୁ ଆସିଛି ଏବଂ ୫୭ଜଣଙ୍କର ମୃତ୍ୟୁ ହୋଇଛି।

ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୪୪ରେ ପହଞ୍ଚିଯାଇଛି। ଏଥିରୁ ୮୪୭୮ଜଣ ସୁସ୍ଥ ହୋଇଥିବା ବେଳେ ୪୭୩ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୬ ନୂଆ ପଜିଟିଭ୍ ବାହାରିଛି ଏବଂ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧୬,୭୭୯ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos