ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ସ୍ଥିତ ହସ୍ପିଟାଲ ବାହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଶବକୁ କେମିତି ଦୟନୀୟ ସ୍ଥିତର ସମ୍ମୁଖୀନ ହେବାକୁ ପଡ଼ୁଛି, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭ ଅନୁଯାୟୀ, ଦୁଇ ଜଣ ଆମ୍ବୁଲାନ୍ସ କର୍ମଚାରୀ ପିପିଇ କିଟ୍‌ ପିନ୍ଧି ଗାଡ଼ି ମଧ୍ୟରୁ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଷ୍ଟ୍ରେଟଚରେ ବାହାରକୁ କାଢ଼ିଥିଲେ। ଏହାପରେ ସେମାନେ ମୃତଦେହଟିକୁ ପାର୍କିଂ ଅଞ୍ଚଳରେ […]

vc

vc

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 04:05 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ସ୍ଥିତ ହସ୍ପିଟାଲ ବାହାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଶବକୁ କେମିତି ଦୟନୀୟ ସ୍ଥିତର ସମ୍ମୁଖୀନ ହେବାକୁ ପଡ଼ୁଛି, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭ ଅନୁଯାୟୀ, ଦୁଇ ଜଣ ଆମ୍ବୁଲାନ୍ସ କର୍ମଚାରୀ ପିପିଇ କିଟ୍‌ ପିନ୍ଧି ଗାଡ଼ି ମଧ୍ୟରୁ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଷ୍ଟ୍ରେଟଚରେ ବାହାରକୁ କାଢ଼ିଥିଲେ। ଏହାପରେ ସେମାନେ ମୃତଦେହଟିକୁ ପାର୍କିଂ ଅଞ୍ଚଳରେ ହିଁ ଫୋପାଡ଼ି ଷ୍ଟ୍ରେଚର ନେଇ ଚାଲିଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣଙ୍କ ବିଜୁଳି ବିତରଣ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିଡ୍‌ନୀ ଜନିତ ସମସ୍ୟା ଯୋଗୁ ଦୁଇ ସପ୍ତାହ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ବ୍ୟକ୍ତି ଜଣଙ୍କ ପିପୁଲ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଭାଇରସ ଚିହ୍ନଟ ହେବା ପରେ ତାଙ୍କୁ ଚିରାୟୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାର ଥିଲା। ସେଠାକୁ ଯିବା ପାଇଁ ଚିରାୟୁ ମେଡିକାଲ କଲେଜରୁ ଏକ ଆମ୍ବୁଲାନ୍ସ ପିପୁଲ୍ସ ହସ୍ପିଟାଲରେ ପହଞ୍ଚିଥିଲା।

ବ୍ୟକ୍ତିଙ୍କୁ ନେଇ ଗାଡ଼ିଟି ଚିରାୟୁ ମେଡିକାଲ କଲେଜ ଅଭିମୁଖେ ଯିବାର କିଛି ସମୟ ପରେ ପୁଣି ଫେରି ଆସିଥିଲା। ବ୍ୟକ୍ତିଙ୍କ ପୁଅ କହିଛନ୍ତି, “ମୁଁ ଜାଣିନି ଆମ୍ବୁଲାନ୍ସରେ କ’ଣ ହୋଇଛି। ଯଦି ରାସ୍ତା କଡ଼ରେ ମୋ ବାପାଙ୍କୁ ଫୋପାଡ଼ିବାର ଥିଲା ଜିଲ୍ଲା ପ୍ରଶାସନ ତାଙ୍କୁ ଚିରାୟୁ ମେଡିକାଲ କଲେଜ ନେବାକୁ କାହିଁକି ଆମ୍ବୁଲାନ୍ସ ପଠାଇଥିଲା। ଉଭୟ ହସ୍ପିଟାଲର ଭୁଲ ରହିଛି। ସେମାନେ ଆମକୁ କିଛି ବି ସୂଚନା ଦେଇନାହାନ୍ତି।”

ପିପୁଲ୍ସ ହସ୍ପିଟାଲ ମ୍ୟାନେଜର ଉଦୟ ଶଙ୍କର ଦିକ୍ଷୀତ କହିଛନ୍ତି, “ପ୍ରୋଟୋକଲ ଓ ଆଇଡିଏସ୍‌ପିର ଗାଇଡଲାଇନ ଅନୁଯାୟୀ ଗୋଟିଏ ଆମ୍ବୁଲାନ୍ସ ଚିରାୟୁ ମେଡିକାଲ କଲେଜରୁ ବ୍ୟକ୍ତିଙ୍କୁ ନେବା ପାଇଁ ଆସିଥିଲା। କିନ୍ତୁ ଘଣ୍ଟେ ଭିତରେ ଏହା ପୁଣି ଫେରି ଆସିଥିଲା। କିନ୍ତୁ ଆମେ ଆଇସିୟୁ ସେତେବେଳକୁ ବନ୍ଦ କରିବା ସହ ବିଶୋଧନ କରିବା ଆରମ୍ଭ କରିଦେଇଥିଲୁ। ଆମେ ଯେତେବେଳେ ଜାଣିଲୁ ଯେ ଆମ୍ବୁଲାନ୍ସ କର୍ମଚାରୀ ଦ୍ୱୟ ଉକ୍ତ ବ୍ୟକ୍ତିଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ଦେଇଛନ୍ତି ସେତେବେଳେ ଆମ ହସ୍ପିଟାଲର ଦୁଇ ଜଣ କର୍ମଚାରୀ ପିପିଇ କିଟ୍‌ ପିନ୍ଧି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।”
https://twitter.com/i/status/1280399233598648320
ଚିରାୟୁ ମେଡିକାଲ କଲେଜର ନିର୍ଦ୍ଦେଶକ ଅଜୟ ଗୋଏଙ୍କା କହିଛନ୍ତି, “ଆମକୁ ପିପୁଲ୍ସ ହସ୍ପିଟାଲ ପକ୍ଷରୁ ଜଣେ କିଡ୍‌ନୀ ରୋଗୀଙ୍କୁ ନେବା ପାଇଁ ଫୋନ ଆସିଥିଲା। ଅକ୍ସିଜେନ୍‌ ସୁବିଧା ଥିବା ଏକ ଆମ୍ବୁଲାନ୍ସକୁ ଆମେ ପଠାଇଥିଲୁ। ଡ୍ରାଇଭର ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ଭିଆଇପି ରୋଡ ପାଖରେ ପହଞ୍ଚିଥିବା ବେଳେ ହଠାତ୍‌ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜାଣିବାକୁ ପାଇଥିଲେ।

ଟ୍ରାଫିକ ସମସ୍ୟା ଯୋଗୁ ଚିରାୟୁରେ ପହଞ୍ଚିବାକୁ ୪୫ ମିନିଟ୍‌ ଲାଗିବ ବୋଲି ସେ ଚିନ୍ତା କରିଥିଲେ। ତେଣୁ ପିପୁଲ୍ସ ହସ୍ପିଟାଲର ଡାକ୍ତରମାନଙ୍କ ସହ ଯୋଗାଯୋଗ କରି ଅଧା ରାସ୍ତାରୁ ଫେରିଥିଲେ। ୨୦ରୁ ୨୫ ମିନିଟ୍‌ ମଧ୍ୟରେ ଆମ୍ବୁଲାନ୍ସ ହସ୍ପିଟାଲରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos