କରୋନା ସଂକ୍ରମଣ ଭିତରେ ଭଲ ଖବର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି। ଭାରତ ବେଶ ସକାରାତ୍ମକ ଢଙ୍ଗରେ କରୋନା ସଂକ୍ରମଣକୁ ହ୍ରାସ କରିବାରେ ସକ୍ଷମ ହୋଇଛି। ଦୀର୍ଘ ଗୋଟିଏ ସପ୍ତାହ ହେଲାଣି ଦେଶର ଏକ ପଞ୍ଚମାଂଶ ଜିଲ୍ଲାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସେହିପରି ୨.୪ ନିୟୁତ ଲୋକ ମଧ୍ୟ କରୋନା ଟିକା ନେଇ ସାରିଲେଣି। ଭାରତ କରୋନା ସଂକ୍ରମିତ ତାଲିକାରେ ଆମେରିକା ପଛକୁ ରହିଛି। କିନ୍ତୁ […]

dc

Hemant Lenka
  • Published: Thursday, 28 January 2021
  • , Updated: 28 January 2021, 04:41 PM IST

ନୂଆଦିଲ୍ଲୀ: ମହାମାରୀ ସଂକ୍ରମଣରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି। ଭାରତ ବେଶ ସକାରାତ୍ମକ ଢଙ୍ଗରେ କରୋନା ସଂକ୍ରମଣକୁ ହ୍ରାସ କରିବାରେ ସକ୍ଷମ ହୋଇଛି। ଦୀର୍ଘ ଗୋଟିଏ ସପ୍ତାହ ହେଲାଣି ଦେଶର ଏକ ପଞ୍ଚମାଂଶ ଜିଲ୍ଲାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସେହିପରି ୨.୪ ନିୟୁତ ଲୋକ ମଧ୍ୟ କରୋନା ଟିକା ନେଇ ସାରିଲେଣି।

ଭାରତ କରୋନା ସଂକ୍ରମିତ ତାଲିକାରେ ଆମେରିକା ପଛକୁ ରହିଛି। କିନ୍ତୁ ସେପ୍ଟେମ୍ବର ମଧ୍ୟ ଭାଗରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଭାରତର ଏକାଧିକ ଅଞ୍ଚଳରେ ମଧ୍ୟ ଲୋକମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇ ଯାଇଥିବାରୁ ସେମାନଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ମଧ୍ୟ ସୃଷ୍ଟି ହୋଇସାରିଲାଣି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ କହିଛନ୍ତି, ଭାରତ ସରକାର ବେଶ ସଫଳତାର ସହ ମହମାରୀ କରୋନା ସଂକ୍ରମଣକୁ ରୋକି ପାରିଛି। ଗତ ୨୪ ଘଣ୍ଟାରେ ୧୨ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଭାରତର ୭୧୮ ଜିଲ୍ଲାରୁ ୧୪୬ ଜିଲ୍ଲାରେ ଗତ ସାତ ଦିନ ମଧ୍ୟରେ କେହି ବି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ସେହିପରି ୧୮ ଜିଲ୍ଲାରେ ଦୁଇ ସପ୍ତାହ ହେଲା କେହି ବି ନୂଆ ରୋଗୀ ସାମ୍ନାକୁ ଆସିନାହାନ୍ତି। ଭାରତ କୋଭିଡ ଗ୍ରାଫ୍‌କୁ ଫ୍ଲାଟ କରିବାରେ ସକ୍ଷମ ହୋଇଛି।

ଭାରତରେ ଏଯାଏ ୧୦.୭ ମିଲିୟନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୫୩,୮୪୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

Related story