ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିଶିଲ୍ଡ
ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଞ୍ଚିବ କୋଭିଶିଲ୍ଡ ଟିକା। ଓଡ଼ିଶାର ଭୁବନେଶ୍ୱର ସମତେ ବିଭିନ୍ନ ରାଜ୍ୟରେ ଏହି ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି। ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ଆସୁଛି। ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ ଦେଶର ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।
ତିନୋଟି ଟିକା ଭର୍ତ୍ତି ଟ୍ରକ୍ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏହି ତିନୋଟି ଟ୍ରକରେ ଶୀତତାପ ନିୟନ୍ତ୍ରିତ। ସକାଳ ୫ଟା ପୂର୍ବରୁ ଏହି ଟ୍ରକ ସେରମ୍ ଇନଷ୍ଟିଚ୍ୟୁଟରୁ ବାହାରିଥିଲା। ଏହି ସମୟରେ ପୂଜା ହୋଇଥିଲା। ତିନୋଟି ଟ୍ରକରେ ୪୭୮ ବକ୍ସ ଥିଲା। ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ।
First consignment of #COVID19vaccine 'Covishield' arrives in Delhi from Pune @drharshvardhan @MoHFW_INDIA @SerumInstIndia @flyspicejet @PIB_India @tapascancer @airnewsalerts pic.twitter.com/dbUrgzMMvp
— DD News (@DDNewslive) January 12, 2021
ବିମାନବନ୍ଦରରୁ ସକାଳ ୧୦ଟା ସୁଦ୍ଧା ଦେଶର ୧୩ଟି ସ୍ଥାନକୁ ଏହି ଟିକା ପଠାଯାଇଛି। ପୁଣେରୁ ଏହି କୋଭିଶିଲ୍ଡ ଟିକା ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହାଟି, ଲକ୍ଷ୍ନୌ, ଚଣ୍ଡିଗଡ଼ ଏବଂ ଭୁବନେଶ୍ୱର ରହିଛି।
.@airindiain carries the first consignment of 2,76,000 #COVID19Vaccine doses weighing approximately 700 kgs from Pune to Ahmedabad@MoHFW_INDIA @drharshvardhan @airnewsalerts @PIB_India pic.twitter.com/xToFV5on8q
— DD News (@DDNewslive) January 12, 2021
ପ୍ରଥମ ବ୍ୟାଚ୍ ଟିକା ଏୟାର ଇଣ୍ଡିଆ କାର୍ଗୋ ବିମାନ ଦ୍ୱାରା ଅହମ୍ମଦାବାଦକୁ ପୁଣେରୁ ଆସୁଛି। ମଙ୍ଗଳବାର ସକାଳ ୧୦.୪୫ ସମୟରେ ଅହମଦାବାଦରେ ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ୱରରେ ଅପରାହ୍ନ ୪ଟା ସମୟରେ ଏହି ଟିକା ସ୍ପାଇସ୍ ଜେଟ୍ ବିମାନରେ ଆସୁଛି।
India's first consignment of #COVID19Vaccine carried by @flyspicejet from Pune to Delhi; 34 boxes weighing 1,088 kg were transported @AAI_Official @MoHFW_INDIA @drharshvardhan @ArunSharmaLive @airnewsalerts @PIB_India pic.twitter.com/d8ya9xjOXa
— DD News (@DDNewslive) January 12, 2021
ଏସବି ଲଜିଷ୍ଟିକ୍ସ ହେଉଛି ସମାନ କମ୍ପାନୀ ଯାହା ଟିକାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବ। ଏହି ଟିକା ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନକୁ ରେଫ୍ରିଜରେଟର ଟ୍ରକ୍ ସହିତ କୁଲ୍ ଏକ୍ସ ନାମକ ଏକ କମ୍ପାନୀ ଦ୍ୱାରା ବିତରଣ କରିବ। କୁଲ ଏକ୍ସ ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ଟିକା ପହଞ୍ଚାଇବା କାର୍ଯ୍ୟ କରିଛି।
ସୂଚନାଯୋଗ୍ୟ, ସେରମ୍ ପାଖରୁ ସରକାର ୧୧ ମିଲିୟନ୍ (୧୦ ନିୟୁତ) କୋଭିଶିଲ୍ଡ ଟିକା କିଣିବେ। ପ୍ରାରମ୍ଭରେ କୋଭିଶିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବ। ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ।
କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।
All set!
The 1st flight carrying #COVID19vaccine 'Covishield' gets ready to depart from Pune to Delhi @aaipunairport @MoHFW_INDIA@drharshvardhan pic.twitter.com/e4Le0b33uv
— DD News (@DDNewslive) January 12, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।