ପାକିସ୍ତାନ ଦୂତାବାସ ଆଗରେ ମୁତୟନ ଯବାନ ନିଜକୁ ଗୁଳି କରିଦେଲେ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ଦୂତାବାସ ପାଖରେ ବଡ଼ ଅଘଟଣ ଘଟିଛି। ଏଠାରେ ମୁତୟନ ଥିବା ଜଣେ ସିଆରପିଏଫ ଯବାନ ନିଜକୁ ଗୁଳି କରି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଚାଣକ୍ୟପୁରୀ ଠାରେ ଥିବା ପାକିସ୍ତାନ ଦୂତାବାସ ବାହାରେ ସିଟି ଡି ରାମ ବାବୁ ମୁତୟନ ହୋଇଥିଲେ। ତେବେ ଆଜି ଅପରାହ୍ନ ୩.୩୦ରେ ସେ ନିଜ ସର୍ଭିସ ବନ୍ଧୁକରୁ ହିଁ ନିଜକୁ ଗୁଳି କରି ଦେଇଥିଲେ। ଦିଲ୍ଲୀ […]

i

Hemant Lenka
  • Published: Monday, 26 October 2020
  • , Updated: 26 October 2020, 08:28 PM IST

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ଦୂତାବାସ ପାଖରେ ବଡ଼ ଅଘଟଣ ଘଟିଛି। ଏଠାରେ ମୁତୟନ ଥିବା ଜଣେ ସିଆରପିଏଫ ଯବାନ ନିଜକୁ ଗୁଳି କରି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଚାଣକ୍ୟପୁରୀ ଠାରେ ଥିବା ପାକିସ୍ତାନ ଦୂତାବାସ ବାହାରେ ସିଟି ଡି ରାମ ବାବୁ ମୁତୟନ ହୋଇଥିଲେ।

ତେବେ ଆଜି ଅପରାହ୍ନ ୩.୩୦ରେ ସେ ନିଜ ସର୍ଭିସ ବନ୍ଧୁକରୁ ହିଁ ନିଜକୁ ଗୁଳି କରି ଦେଇଥିଲେ। ଦିଲ୍ଲୀ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଏମ୍ସକୁ ନେଇଥିଲା। ସେ ଏବେ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।

Related story