୩ ବର୍ଷର ଛୁଆକୁ ଆତଙ୍କବାଦୀଙ୍କ ଗୁଳିରୁ ଉଦ୍ଧାର କରିଥିବା ଯବାନ କିଏ?

କଶ୍ମୀର: ବୁଧବାର ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସିଆରପିଏଫ ଟିମ୍ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ସମୟର କିଛି ଫଟୋ ଏବେ ସୋଶାଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରରେ ୩ ବର୍ଷର ଶିଶୁ ବସିଥିଲା। ଏହି ପିଲାଟି ମୃତକଙ୍କ ନାତି ଥିଲା। ପିଲାଟିକୁ ଗୁଳିରୁ ରକ୍ଷା […]

CRPF-JAWAN-RESCUE-A-MINOR-CHILD-

CRPF-JAWAN-RESCUE-A-MINOR-CHILD-

Subhransu Sekhar
  • Published: Thursday, 02 July 2020
  • Updated: 02 July 2020, 11:26 AM IST

Sports

Latest News

କଶ୍ମୀର: ବୁଧବାର ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସିଆରପିଏଫ ଟିମ୍ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ସମୟର କିଛି ଫଟୋ ଏବେ ସୋଶାଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଛି। ଯେଉଁଥିରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରରେ ୩ ବର୍ଷର ଶିଶୁ ବସିଥିଲା। ଏହି ପିଲାଟି ମୃତକଙ୍କ ନାତି ଥିଲା।

ପିଲାଟିକୁ ଗୁଳିରୁ ରକ୍ଷା କରିବା ପାଇଁ ସିଆରପିଏଫ ଯବାନ ପବନ ଆଗକୁ ଆସିଥିଲେ। ଆଉ ଆତଙ୍କବାଦୀଙ୍କ ଗୁଳିରୁ ତିନି ବର୍ଷର ଛୋଟ ଛୁଆକୁ ଉଦ୍ଧାର କରିଥିଲେ। ପବନ କୁମାରଙ୍କ ଏହି ବାହାଦୁରୀ ଏବଂ ସାହାସ ପଣକୁ ଏବେ ସମସ୍ତେ ସଲାମ କରୁଛନ୍ତି। ପବନ ଜଣେ କୋବ୍ରା କମାଣ୍ଡୋ। ୨୦୧୬ ମସିହାରୁ ଜମ୍ମୁ କଶ୍ମୀରରେ ଅନେକ କାର୍ଯ୍ୟରେ ସେ ସାମିଲ୍ ରହିଛନ୍ତି। ବାରାଣାସୀର ବାସିନ୍ଦା ପବନ କୁମାର ୧୭୯ ବାଟାଲିୟନରେ ନିୟୋଜିତ ରହିଛନ୍ତି।

ସୋପୋରର ଏକ ମସଜିଦରୁ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ ସେତେବେଳେ ପବନ କୁମାର ପିଲାଟିକୁ ତାଙ୍କ ଜେଜେ ବାପାଙ୍କ ଦେହରେ ବସିଥିବାର ଦେଖିଥିଲେ। ଆଉ ଆତଙ୍କବାଦୀଙ୍କ ଗୁଳିକୁ ଖାତିର ନକରି ପବନ ଛୋଟ ଛୁଆଟିକୁ ଉଦ୍ଧାର କରିଥିଲେ।

୨୦୧୦ରେ ପବନ ସିଆରପିଏଫରେ ଯୋଗ ଦେଇଥିଲେ। ନକ୍ସଲ ମୁକାବିଲାରେ ପବନ ନିଜ ଦାୟିତ୍ୱ ଦକ୍ଷତାର ସହିତ ତୁଲାଇଥିଲେ। ଏହାପରେ ତାଙ୍କୁ ଆତଙ୍କବାଦ ମୁକାବିଲା ପାଇଁ ଜମ୍ମୁ କଶ୍ମୀରକୁ ସ୍ଥାନାନ୍ତର କରାଯାଇଥିଲା।

ଜମ୍ମୁ କଶ୍ମୀରକୁ ଆସିବା ପୂର୍ବରୁ ପବନ ସିଆରପିଏଫର ୨୦୩ କୋବ୍ରା ବାଟାଲିୟନରେ ଥିଲେ। ଏହି ବାଟାଲିଅନ ମୁଖ୍ୟତଃ ନକ୍ସଲଙ୍କ ବିରୋଧରେ ଲଢ଼ିଥାଏ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos