ଅଶାନ୍ତ ଆମେରିକା, ତୀବ୍ର ହେଉଛି କୃଷ୍ନକାୟ ପ୍ରସଙ୍ଗ

ଚିକାଗୋ: କରୋନା ମହାମାରୀ ପାଇଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ତେଣେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହାରି ଭିତରେ ରବିବାର ଜଳି ଉଠିଛି ଆମେରିକା। ଦୀର୍ଘ ଦିନ ହେବ ନିରବ ରହିଥିବା କୃଷ୍ଣକାୟ ଏବଂ ଶ୍ୱେତାଙ୍ଗ ପ୍ରସଙ୍ଗ ଉଠିଛି ଆମେରିକାର। ଜାତିସଂଘରେ ଶନିବାର ବେଜିଂ କୃଷ୍ନକାୟ ପ୍ରସଙ୍ଗ ଉଠାଇ ଆମେରିକା ବିରୋଧରେ ବର୍ଷିଥିଲା। ଏହାପରେ ଶୁପ୍ତ ଥିବା ବିଦ୍ରୋହର ନିଆଁ ରବିବାର ତେଜିଛି। ଆମେରିକାର ୧୬ଟି ରାଜ୍ୟକୁ ଏହି ପ୍ରସଙ୍ଗ ବ୍ୟାପିଥିବା ବେଳେ ଅନେକ ସହରରେ […]

CHINA

CHINA

Subhransu Sekhar
  • Published: Sunday, 31 May 2020
  • Updated: 31 May 2020, 09:03 PM IST

Sports

Latest News

ଚିକାଗୋ: କରୋନା ମହାମାରୀ ପାଇଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ତେଣେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏହାରି ଭିତରେ ରବିବାର ଜଳି ଉଠିଛି ଆମେରିକା। ଦୀର୍ଘ ଦିନ ହେବ ନିରବ ରହିଥିବା କୃଷ୍ଣକାୟ ଏବଂ ଶ୍ୱେତାଙ୍ଗ ପ୍ରସଙ୍ଗ ଉଠିଛି ଆମେରିକାର। ଜାତିସଂଘରେ ଶନିବାର ବେଜିଂ କୃଷ୍ନକାୟ ପ୍ରସଙ୍ଗ ଉଠାଇ ଆମେରିକା ବିରୋଧରେ ବର୍ଷିଥିଲା। ଏହାପରେ ଶୁପ୍ତ ଥିବା ବିଦ୍ରୋହର ନିଆଁ ରବିବାର ତେଜିଛି। ଆମେରିକାର ୧୬ଟି ରାଜ୍ୟକୁ ଏହି ପ୍ରସଙ୍ଗ ବ୍ୟାପିଥିବା ବେଳେ ଅନେକ ସହରରେ କର୍ଫ୍ୟୁ ଜାରି ହୋଇଛି।

ନିକଟରେ ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ଥାର୍ଡ ଡିଗ୍ରୀରେ ମୃତ୍ୟୁ ହେବା ପରେ ଏହାକୁ ନେଇ ତେଜିଛି ନିଆଁ। କୃଷ୍ୱକାୟ ପ୍ରସଙ୍ଗରେ ବିବାଦ ଘେରରେ ରହୁଥିବା ଟ୍ରମ୍ପ ସରକାର ନିର୍ବାଚନ ବେଳେ ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି। ଲୋକଙ୍କ ଭିତରେ ଥିବା ବିଦ୍ରୋହର ନିଆଁ ଏବେ ସହରକୁ ସହର ଡେଇଁଛି। ହଜାର ହଜାର ଆମେରିକୀୟ ରାସ୍ତାକୁ ଆସି ନାରାବାଜି କରିଛନ୍ତି। ତେବେ ସ୍ଥିତି ଅଣାୟତ ହେଉଥିବା ଦେଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛି ଟ୍ରମ୍ପ ସରକାର। ଏହାବାଦ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ଲୁହବୁହା ଗ୍ୟାସ ସହ ଲାଠିଚାଳନା କରିଛି ପୁଲିସ୍। ମିନେପୋଲିସରେ ପ୍ରଥମେ ଏହି ହିଂସା ଦେଖାଦେଇଥିଲା।

ଏମିତିକି ଟ୍ରମ୍ପଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସର ନିକଟତର ହୋଇଛି ଏହି ବିଦ୍ରୋହର ନିଆଁ। ପୁଲିସ ଏବେ ୧୪୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ସୂଚନା ରହିଛି। କାଲିଫର୍ଣ୍ଣିଆ, କଲୋରଡୋ, ଫ୍ଲୋରିଡା, ଜର୍ଜିଆ, ଇଲିନୋଇସ୍, କେଣ୍ଟୁକି, ମିନେସୋଟା, ନ୍ୟୁୟର୍କ, ଓହିଓ, ଓରେଗନ୍, ପେନସିଲଭାନିଆ, ଦକ୍ଷିଣ କ୍ୟାରୋଲିନା, ଟେନେସୀ, ଉଟାହ, ୱାଶିଂଟନ୍, ୱିସ୍କୋସିନ୍ ଆଦି ସ୍ଥାନରେ ଏହି ବିଦ୍ରୋହ ପହଞ୍ଚିଛି।

ଗତ ସୋମବାର ମିନେପୋଲିସରେ ଏକ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଜଣେ ନିରସ୍ତ୍ର ବ୍ୟକ୍ତିଙ୍କ ଗଳାକୁ ଚାପି ପୁଲିସ କର୍ମଚାରୀ ଜଣଙ୍କ ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିନ୍ତୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ। ଏହାପରେ ମିନେପୋଲିସରେ ହିଂସା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସ୍ଥାନରେ ଏହା ଅନ୍ୟ ସହରକୁ ବ୍ୟାପିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos