କାଶ୍ମୀରରେ ଜାରି ରହିଛି କର୍ଫ୍ୟୁ

ଶ୍ରୀନଗର:  ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ହିଂସା ଯୋଗୁଁ ଆଜିକୁ ୩୧ ଦିନ ହେବ ଏଠାରେ କର୍ଫ୍ୟୁ ଜାରି ରହିଛି।  ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନନ୍ତନାଗ, କୁଲଗାମ, ଶୋପିୟାଁ ଓ ପୁଲୱାମାରେ କର୍ଫ୍ୟୁ ଲାଗିଥିବା ପୋଲିସ୍ କହିଛି। କାଶ୍ମୀରରେ ଆତଙ୍କବାଦୀ ବୁରହାନ୍‌ ୱାନିର ମୃତ୍ୟୁ ପରେ ହୋଇଥିବା ହିଂସାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ଜୁଲାଇ ୮ରେ […]

Kashmir-protest

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 04:17 PM IST

ଶ୍ରୀନଗର:  ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ହିଂସା ଯୋଗୁଁ ଆଜିକୁ ୩୧ ଦିନ ହେବ ଏଠାରେ କର୍ଫ୍ୟୁ ଜାରି ରହିଛି।  ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନନ୍ତନାଗ, କୁଲଗାମ, ଶୋପିୟାଁ ଓ ପୁଲୱାମାରେ କର୍ଫ୍ୟୁ ଲାଗିଥିବା ପୋଲିସ୍ କହିଛି।

କାଶ୍ମୀରରେ ଆତଙ୍କବାଦୀ ବୁରହାନ୍‌ ୱାନିର ମୃତ୍ୟୁ ପରେ ହୋଇଥିବା ହିଂସାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ହିଂସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

ଗତ ଜୁଲାଇ ୮ରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନର ଆତଙ୍କୀ ବୁରହାନ ୱାନି ନିହତ ହେବା ପରେ ଜମ୍ମୁ ଓ କାଶ୍ମୀରରେ ହିଂସାକାଣ୍ଡ ଜାରି ରହିଛି।

Related story