ସିଏଏ ସପକ୍ଷ ରାଲିରେ ହିଂସାକାଣ୍ଡ, ଜାରି ହେଲା କର୍ଫ୍ୟୁ

ଲୋହାରଡାଗା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଝାରଖଣ୍ଡର ଲୋହାରଡାଗାରେ ରାଲିରେ ବ୍ୟାପକ ହିଂସାକାଣ୍ଡ ଓ ପରେ ପୋଡ଼ା ଜଳା ଦେଖିବାକୁ ମିଳିଛି। ଏହି କାରଣରୁ ପ୍ରଶାସନ ପକ୍ଷରୁ ଲୋହାରଡାଗାରେ ଶୁକ୍ରବାର କର୍ଫ୍ୟୁ ଲାଗୁ କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ବ୍ୟକ୍ତି ଏକା ସମୟରେ ଏକାଠି ହୋଇପାରିବେ ନାହିଁ। ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି, ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିବ। ଏହାପରେ […]

na

Hemant Lenka
  • Published: Friday, 24 January 2020
  • , Updated: 24 January 2020, 02:20 PM IST

ଲୋହାରଡାଗା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଝାରଖଣ୍ଡର ଲୋହାରଡାଗାରେ ରାଲିରେ ବ୍ୟାପକ ହିଂସାକାଣ୍ଡ ଓ ପରେ ପୋଡ଼ା ଜଳା ଦେଖିବାକୁ ମିଳିଛି।

ଏହି କାରଣରୁ ପ୍ରଶାସନ ପକ୍ଷରୁ ଲୋହାରଡାଗାରେ ଶୁକ୍ରବାର କର୍ଫ୍ୟୁ ଲାଗୁ କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ବ୍ୟକ୍ତି ଏକା ସମୟରେ ଏକାଠି ହୋଇପାରିବେ ନାହିଁ। ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି, ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିବ। ଏହାପରେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଏବେ ସ୍ଥାନୀୟ ଅଞ୍ଚଳରେ ସବୁ କିଛି ସ୍ୱାଭାବିକ ରହିଛି। ତଥାପି ବିଭିନ୍ନ ସ୍ଥାନରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଗୁରୁବାର ଲୋହାରଡାଗା ଠାରେ ସିଏଏ ସପକ୍ଷରେ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା। ତେବେ ଏହି ସମୟରେ ରାଲି ଉପରକୁ ପଥର ମାଡ଼ ହୋଇଥିଲା।

ଏହାକୁ ନେଇ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖିବାକୁ ମିଳିଥିଲା। ଆମଲାଟୋଲି ଛକ ନିକଟରେ ହିଁ ରାଲି ଉପରକୁ ପଥର ମାଡ଼ କରାଯିବା ପରେ ସେଠାରେ ଥିବା ବାଇକ ଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ।

Related story