ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର (ମାର୍ଚ୍ଚ ୧୩, ୨୦୨୦) ନିଜ କର୍ମଚାରୀ ଏବଂ ପେନସନଧାରୀଙ୍କ  ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୁଦ୍ରାସ୍ଫୀତିର ବୃଦ୍ଧି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଧାର କରି କେନ୍ଦ୍ର ସରକାର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। Union Cabinet Sources: Union Cabinet approves 4% increase in […]

DA

DA

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 01:31 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର (ମାର୍ଚ୍ଚ ୧୩, ୨୦୨୦) ନିଜ କର୍ମଚାରୀ ଏବଂ ପେନସନଧାରୀଙ୍କ  ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୁଦ୍ରାସ୍ଫୀତିର ବୃଦ୍ଧି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଧାର କରି କେନ୍ଦ୍ର ସରକାର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

https://twitter.com/ANI/status/1238359422683906048

୪ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା ୭୨୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ଟଙ୍କା ମିଳିବ। ପୂର୍ବରୁ ଜାନୁଆରୀ ୧, ୨୦୨୦ରେ କେନ୍ଦ୍ର ସରକାର କହିଥିଲେ।

ଅନ୍ତିମ ଥର ଅକ୍ଟୋବର ୨୦୧୯ ରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମୂଳ ଦରମାରୁ ଡିଏ ୧୨% ୧୭%କୁ ବୃଦ୍ଧି କରିଥିଲେ। ଜୁଲାଇ ୧, ୨୦୧୯ରୁ ଏହା ଲାଗୁ ହୋଇଥିଲା।

ସୂଚନାଯୋଗ୍ୟ, ବର୍ଷକୁ ୨ ଥର ମହଙ୍ଗା ଭତ୍ତା ଘୋଷଣା କରାଯାଏ। ପ୍ରତିବର୍ଷ ଜାନୁଆରୀରୁ ଜୁନ୍‌ ଓ ଜୁଲାଇରୁ ଡିସେମ୍ବର ମଧ୍ୟ ଘୋଷଣା କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos