ଆମ୍ବେଦକରଙ୍କ ମୂର୍ତ୍ତିରେ ବିଜେପି ନେତା ଫୁଲ ମାଳ ଦେବାରୁ, ଜାଣନ୍ତୁ କ’ଣ ହେଲା

ମୀରଟ୍‌: ଜଣେ ବିଜେପି ନେତା ସମ୍ବିଧାନ ପ୍ରଣେତା ବିଆର୍‌ ଆମ୍ବେଦକର୍‌ଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇବାର କିଛି ଘଣ୍ଟା ମଧ୍ୟରେ ଏହାକୁ କ୍ଷୀରରେ ସୋଧ କରାଯାଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ। ୟୁପିର ବିଜେପି ରାଜ୍ୟ ସମ୍ପାଦକ ସୁନୀଲ ବଂଶଲ୍‌ ଓ ଆର୍‌ଏସ୍‌ଏସ୍‌ ନେତା ରାକେଶ ସିହ୍ନା ଜିଲ୍ଲା କୋର୍ଟ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ତେବେ ଦଳିତ ବର୍ଗର କିଛି ଆଇନ୍‌ଜୀବୀ ଏହାକୁ ସହଜରେ ହଜମ କରିପାରି ନଥିଲେ। […]

Dalit-lawyer-purify-Ambedkars-statue-in-Meerut-after-BJP-leader-garlands-it

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 06:28 PM IST

ମୀରଟ୍‌: ଜଣେ ବିଜେପି ନେତା ସମ୍ବିଧାନ ପ୍ରଣେତା ବିଆର୍‌ ଆମ୍ବେଦକର୍‌ଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇବାର କିଛି ଘଣ୍ଟା ମଧ୍ୟରେ ଏହାକୁ କ୍ଷୀରରେ ସୋଧ କରାଯାଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

ୟୁପିର ବିଜେପି ରାଜ୍ୟ ସମ୍ପାଦକ ସୁନୀଲ ବଂଶଲ୍‌ ଓ ଆର୍‌ଏସ୍‌ଏସ୍‌ ନେତା ରାକେଶ ସିହ୍ନା ଜିଲ୍ଲା କୋର୍ଟ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପିନ୍ଧାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ତେବେ ଦଳିତ ବର୍ଗର କିଛି ଆଇନ୍‌ଜୀବୀ ଏହାକୁ ସହଜରେ ହଜମ କରିପାରି ନଥିଲେ। ଏହାର ପ୍ରତିବାଦରେ ଏହି ଆଇନ୍‌ଜୀବୀ ଗୋଷ୍ଠୀ ପ୍ରତିମୂର୍ତ୍ତିକୁ ପ୍ରଥମେ କ୍ଷୀର ଓ ପରେ ଗଙ୍ଗା ଜଳରେ ଧୋଇଥିଲେ।

ସଂପୃକ୍ତ ଆଇନ୍‌ଜୀବୀମାନେ କହିଛନ୍ତି, ବିଜେପି ସବୁବେଳେ ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛି। ଅସଲରେ ଆମ୍ବେଦରକଙ୍କ ପ୍ରତି ବିଜେପିର କୌଣସି ଆନ୍ତରିକତା ନାହିଁ। କେବଳ ଦଳିତଙ୍କୁ ନିଜ ଭୋଟ୍‌ ବ୍ୟାଙ୍କ୍‌ କରିବା ପାଇଁ ଲୋକ ଦେଖାଣିଆ ଭାବେ ଏଭଳି ଫୁଲ ମାଳ ପିନ୍ଧାଉଛନ୍ତି।

Related story