ଚୀନ-ଭାରତ ତିକ୍ତତାକୁ ବାପ ଘର ସହ ଶ୍ୱଶୁର ଘର ଝଗଡ଼ା କହିଲେ ବିହାରର ବୋହୂ

ନାଳନ୍ଦା: ୟିନ ହୁଙ୍କ ପୈାତୃକ ଘର ଚୀନ୍, ବିହାରରେ ତାଙ୍କର ଶ୍ୱଶୁର ଘର। ଏବେ ସେ ହିନ୍ଦୀ ଭଲ ଭାବରେ ବୁଝୁଛନ୍ତି କିନ୍ତୁ ଖନେଇ ଖନେଇ ହିନ୍ଦୀ କହିବା ଆରମ୍ଭ କରୁଛନ୍ତି। ଭାରତର ବୋହୂ ହୋଇ ସେ ବେଶ ଖୁସି। ତାଙ୍କର ତିନି ବର୍ଷର ପୁଅଟିଏ ରହିଛି । ଭାରତ-ଚୀନର ସମ୍ପର୍କକୁ ନଜରରେ ରଖି ମୈତ୍ର୍ୟ ରଖିଛନ୍ତି ତାଙ୍କ ପୁଅର ନାମ। ୟିନ କହିଛନ୍ତି, ଯେଉଁ ଦିନ ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ […]

yani hu

yani hu

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 04:38 PM IST

ନାଳନ୍ଦା: ୟିନ ହୁଙ୍କ ପୈାତୃକ ଘର ଚୀନ୍, ବିହାରରେ ତାଙ୍କର ଶ୍ୱଶୁର ଘର। ଏବେ ସେ ହିନ୍ଦୀ ଭଲ ଭାବରେ ବୁଝୁଛନ୍ତି କିନ୍ତୁ ଖନେଇ ଖନେଇ ହିନ୍ଦୀ କହିବା ଆରମ୍ଭ କରୁଛନ୍ତି। ଭାରତର ବୋହୂ ହୋଇ ସେ ବେଶ ଖୁସି। ତାଙ୍କର ତିନି ବର୍ଷର ପୁଅଟିଏ ରହିଛି । ଭାରତ-ଚୀନର ସମ୍ପର୍କକୁ ନଜରରେ ରଖି ମୈତ୍ର୍ୟ ରଖିଛନ୍ତି ତାଙ୍କ ପୁଅର ନାମ।

ୟିନ କହିଛନ୍ତି, ଯେଉଁ ଦିନ ଗୁଲଓ୍ୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେଲା ସେଦିନ ମୁଁ କାନ୍ଦିଥିଲି। ମୋତେ ଲାଗିଲା ମୋର ବାପା ଏବଂ ଶାଶୁ ଶ୍ୱଶୁର ଝଗଡା ଲାଗୁଛନ୍ତି। ଏହା ମୋ ପାଇଁ ଏକ ଝଟକା। ମୁଁ ବୁଦ୍ଧଙ୍କୁ ବିଶ୍ୱାସ କରେ ତାଙ୍କର ଶାନ୍ତି ଏବଂ ଅହିଂସା ବାର୍ତ୍ତା ଭାରତରୁ ଚୀନ୍ କୁ ଯାଇଥିଲା। ସାଂସ୍କୃତିକ ଏବଂ ଆଦର୍ଶଗତ ଭାବରେ ଚୀନ୍ ଭାରତର ନିକଟତମ। ଯଦି ଏସିଆର ଏହି ଦୁଇ ଶକ୍ତି ଏକଜୁଟ ହୁଅନ୍ତି, ତେବେ ଦୁନିଆର ଦୃଶ୍ୟପଟ୍ଟ ବଦଳିଯିବ।

ୟିନ ହୁ କହିଛନ୍ତି ଯେ ସେ ଚାଇନାରେ ଜନ୍ମ ହୋଇଥିଲେ ଏବଂ ଜଣେ ଭାରତୀୟଙ୍କୁ ବିବାହ କରିଛନ୍ତି। ମାନବିକତା ଏବଂ ଶାନ୍ତି ଉଭୟ ଦେଶର ମୂଳ ଅଟେ। ରାଜନୀତିକ ଏବଂ ରଣନୀତିକ କାରଣ ପାଇଁ ମଧ୍ୟ ବିବାଦ ହୋଇପାରେ। ମୁଁ ଏଠାରେ ବହୁତ ସମ୍ମାନ ପାଇଛି, ଚାଇନାର ଲୋକମାନେ ମଧ୍ୟ ଭାରତୀୟଙ୍କୁ ସମ୍ମାନ କରନ୍ତି। ହଁ, ଭାରତର ବିଶେଷତା ହେଉଛି ଏଠାରେ ଲୋକମାନେ ଏକ ଯୌଥ ପରିବାରରେ ରୁହନ୍ତି।

ୟିନ ହୁଙ୍କ ସ୍ୱାମୀ ଅରୁଣ କୁମାର ଯାଦବ ବିହାରର ଏକ ଡିମିଡ ୟୁନିଭରସିଟିର ସହକାରୀ ଅଧ୍ୟାପକ। ୨୦୧୧-୧୨ ରେ ଇଣ୍ଡୋ-ଚାଇନିଜ୍ ଛାତ୍ରବୃତ୍ତି ପାଇଥିଲେ ଅରୁଣ। ତା’ପରେ ସେ ଚୀନ୍ ବିଶ୍ୱବିଦ୍ୟାଳୟରେ ମାଣ୍ଡାରିନ୍ ଭାଷା ଅଧ୍ୟୟନ କରିବାକୁ ଯାଇଥିଲେ। ସେହି ସମୟରେ ୟିନ ହୁଙ୍କୁ ଭେଟି ବ୍ୟବସାୟ ପ୍ରଶାସନ ଏବଂ ଏକାଠି ପାଠ ପଢ଼ିବା ପ୍ରେମରେ ପରିଣତ ହୋଇଥିଲା। ଆଉ ଏହା ପରେ ଉଭୟ ବିବାହ କରିଥିଲେ।

ବେଜିଂରେ ୟିନଙ୍କ ଘର, ତାଙ୍କ ବାପା ବିହାରର ଦୂରତାକୁ ନେଇ ଚିନ୍ତିତ ଥିଲେ। ତେବେ ଝିଅର ଖୁସି ପାଇଁ ସେ ଆଉ ଦୂରତାକୁ ଦେଖି ନଥିଲେ। ୨୦୧୬ ରେ ଉଭୟ ବିବାହ କରିଥିଲେ| ଅରୁଣଙ୍କୁ ବିବାହ କରିବା ପାଇଁ ୟିନ ଚୀନରେ ମାସିକ ୬୦ ହଜାର ଟଙ୍କାର ଚାକିରି ଛାଡିଥିଲେ। ଏବେ ସେ ନବ ନାଳନ୍ଦା ମହାବିହାରରୁ ପଲି ଭାଷାରେ ଡକ୍ଟରେଟ୍ କରୁଛନ୍ତି | ଅରୁଣଙ୍କ ମୂଳ ଘର କିନ୍ତୁ ଉତ୍ତର ପ୍ରଦେଶର ବାରାଣାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos