ଦାଉଦ କେଉଁଠି ଅଛି ଆମକୁ ଜଣାନାହିଁ: ରାଜନାଥ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପ୍ରସଙ୍ଗରେ ମଙ୍ଗଳବାର କେନ୍ଦ୍ର ସରକାର ଲୋକସଭାରେ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଗୃହକୁ କହିଥିଲେ ଯେ ଦାଉଦ କେଉଁଠି ଅଛି ତାହା ସରକାରଙ୍କୁ ଜଣାନାହିଁ। କିନ୍ତୁ ୬ ମାସ ତଳେ ରାଜନାଥ ସିଂହ ପୂରାପୂରି ଓଲଟା କଥା କହିଥିଲେ। ଗତବର୍ଷ ନଭେମ୍ବର ମାସରେ ସେ କହିଥିଲେ ଯେ ଦାଉଦ ଆଫଗାନିସ୍ତାନରେ ଅଛି । ପାକିସ୍ତାନ ହିଁ ତାକୁ ଲୁଚାଇ ରଖିଛି ଓ ସୁରକ୍ଷା […]

rajnathsingh

rajnathsingh

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 10:40 AM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପ୍ରସଙ୍ଗରେ ମଙ୍ଗଳବାର କେନ୍ଦ୍ର ସରକାର ଲୋକସଭାରେ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଗୃହକୁ କହିଥିଲେ ଯେ ଦାଉଦ କେଉଁଠି ଅଛି ତାହା ସରକାରଙ୍କୁ ଜଣାନାହିଁ। କିନ୍ତୁ ୬ ମାସ ତଳେ ରାଜନାଥ ସିଂହ ପୂରାପୂରି ଓଲଟା କଥା କହିଥିଲେ। ଗତବର୍ଷ ନଭେମ୍ବର ମାସରେ ସେ କହିଥିଲେ ଯେ ଦାଉଦ ଆଫଗାନିସ୍ତାନରେ ଅଛି । ପାକିସ୍ତାନ ହିଁ ତାକୁ ଲୁଚାଇ ରଖିଛି ଓ ସୁରକ୍ଷା ବି ଦେଉଛି। ସେହିଭଳି ତା’ପର ମାସରେ ଅର୍ଥାତ ୨୦୧୪ ଡିସେମ୍ବରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ଦାଉଦ ପାକିସ୍ତାନର କରାଚିରେ ଅଛି। ଏ ନେଇ ସରକାରଙ୍କ ପାଖରେ ସମସ୍ତ ପ୍ରମାଣ ରହିଛି । ୧୯୯୩ ମୁମ୍ବାଇ ସରିଏଲ ବିସ୍ଫୋରଣର ଅଭିଯୁକ୍ତ ଦାଉଦକୁ ଭାରତକୁ ହସ୍ତାନ୍ତର କରିବାକୁ ବି ପାକିସ୍ତାନକୁ କୁହାଯାଇଥିବା ସେ କହିଥିଲେ।

ତେବେ ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସଂପୂର୍ଣ୍ଣ ଭାବେ ଭିନ୍ନ ସୂଚନା ଦେଇଥିଲେ। ସେ କହିଥିଲେ, ଦାଉଦ କେଉଁଠି ଅଛି ସେ ନେଇ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ସେ କେଉଁଠି ରହୁଛି ଜଣାପଡ଼ିଲା ପରେ ଯାଇ ତା’ର ପ୍ରତ୍ୟାର୍ପଣ ସଂପର୍କରେ ଚିନ୍ତା କରାଯିବ।

ଏଇ ନିକଟରେ ଦାଉଦକୁ ନେଇ ଦିଲ୍ଲୀର ପୂର୍ବତନ ପୋଲିସ୍ କମିଶନର ନୀରଜ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ଦାବି କରିଥିଲେ ଯେ ୧୯୯୪ ମସିହାରେ ଦାଉଦ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲା। ସେହିବର୍ଷ ଜୁନ୍ ମାସରେ ଏନେଇ ଦାଉଦଙ୍କ ସହିତ ତାଙ୍କର ତିନି ଥର କଥାବାର୍ତ୍ତା ହୋଇଥିଲା। ଭାରତ ଆସି ଆତ୍ମସମର୍ପଣ କଲେ ତାକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ତେବେ ସିବିଆଇ ତା’ର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ସୂଚନାଯୋଗ୍ୟ, ସେତେବେଳେ ନୀରଜ କୁମାର ସିବିଆଇରେ ଡିଆଇଜି ଥିଲେ ଓ ମୁମ୍ବାଇ ଆକ୍ରମଣ ଘଟଣାର ହିଁ ତଦନ୍ତ କରୁଥିଲେ। ତକ୍ରାଳୀନ ସିବିଆଇ ନିର୍ଦେଶକ ବିଜୟ ରାମାରାଓ ଏହି ଦାବିକୁ ଖଣ୍ଡନ କରିଥିଲେ। ଅବଶ୍ୟ ପରେ ନୀରଜ କୁମାର ନିଜ ମନ୍ତବ୍ୟ ଫେରାଇ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story