ବିଲଡିଂ ଭୁଶୁଡ଼ିବା ଘଟଣାରେ ୧୨ ଯବାନଙ୍କ ସମେତ ୧୩ ମୃତ

ଶିମଲା: ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ କୋଠା ଭୁଶୁଡ଼ି ୧୨ ଜଣ ଆର୍ମି ଯବାନଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଆଉ ଜଣେ ଯବାନ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ଉଦ୍ଧାରକାରୀ ଦଳ ଗତକାଲି ଠାରୁ ଅକ୍ଲାନ୍ତ ପରିଶ୍ରମ କରି ଧ୍ୱଂସ ପାଇଯାଇଥିବା କୋଠା ମଧ୍ୟରୁ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ […]

sa

sa

Hemant Lenka
  • Published: Monday, 15 July 2019
  • Updated: 15 July 2019, 05:00 PM IST

Sports

Latest News

ଶିମଲା: ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ କୋଠା ଭୁଶୁଡ଼ି ୧୨ ଜଣ ଆର୍ମି ଯବାନଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଆଉ ଜଣେ ଯବାନ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ସେହିପରି ଉଦ୍ଧାରକାରୀ ଦଳ ଗତକାଲି ଠାରୁ ଅକ୍ଲାନ୍ତ ପରିଶ୍ରମ କରି ଧ୍ୱଂସ ପାଇଯାଇଥିବା କୋଠା ମଧ୍ୟରୁ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଠାକୁରଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ।

କୁମାରହଟ୍ଟୀ ସହରର ଠାରୁ ୨ କିମି ଦୂରରେ ଏହି ତିନି ମହଲା କୋଠାଟି ରହିଥିଲା। ଲଗାଣ ବର୍ଷା ଯୋଗୁ ବିଲଡିଂଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ରବିବାର ଅପରାହ୍ନରେ ବିଲଡିଂଟି ଭୁଶୁଡ଼ିବା ସମୟରେ ଏହାର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଢାବାରେ ୩୦ ଜଣ ଯବାନ ଭୋଜନ କରୁଥିଲେ।

ସମସ୍ତ ଯବାନ ଡାଗଶାହି ଆର୍ମି କ୍ୟାଣ୍ଟନମେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଛି। ଲୋକମାନେ ଢାବାରେ ଲଞ୍ଚ ଖାଉଥିବା ବେଳେ ହଠାତ୍‌ ଏହା ଥରିବା ଆରମ୍ଭ କରିଥିଲା। ଲୋକମାନେ ଭୟଭୀତ ହୋଇ ଏହା ମଧ୍ୟରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଅତ୍ୟଧିକ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିବାରୁ ଏହା ଭୁଶୁଡ଼ି ପଡ଼ିଥିଲା।

ଦୁର୍ଘଟଣା ବେଳେ ଏହି କୋଠାରେ ଯବାନମାନଙ୍କ ସହ ଢାବା କର୍ମଚାରୀ ଓ ୧୫ ଜଣ ସାଧାରଣ ନାଗରିକ ମଧ୍ୟ ଥିଲେ। ଏନଡିଆରଏଫ୍, ଆର୍ମି ଏବଂ ପୁଲିସ୍‌ର ମିଳିତ ଅପରେସନ କରି ୨୮ ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ ଯବାନ ଥିବା ବେଳେ ୧୧ ଜଣ ସାଧାରଣ ନାଗରିକ ଅଛନ୍ତି।

ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ କୋଠାର ମାଲିକ ଶାହିଲ କୁମାରଙ୍କ ପତ୍ନୀ ମଧ୍ୟ ରହିଛନ୍ତି। ପୁଲିସ୍‌ ଶାହିଲ କୁମାରଙ୍କ ନାଁରେ ଏଫ୍‌ଆଇଆର କରିଛି। ଏହି କୋଠା ମଧ୍ୟରେ ଶାହିଲଙ୍କ ପରିବାର ଲୋକ ମଧ୍ୟ ରହୁଥିଲେ। ୨୦୦୯ରେ ଏହି ବିଲଡିଂଟି ନିର୍ମାଣ ହୋଇଥିଲା। କିଛିଦିନ ତଳେ ଏହା ଉପରେ ଆଉ ଏକ ମହଲା ତିଆରି କରାଯାଇଥିଲା। ଏହି ଵିଲଡିଂରେ ଗୋଟିଏ ଢାବା ଓ ଗେଷ୍ଟ ହାଉସ୍‌ ମଧ୍ୟ ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story