କରୋନା ଆତଙ୍କ ବେଳେ ଏଚଆଇଭି ଔଷଧ ଉପରେ ସରକାରଙ୍କ ନଜର

ନୂଆଦିଲ୍ଲୀ: କିଲର କରୋନା ଭାଇରସକୁ ନେଇ ସାରା ଦେଶରେ ଏବେ ହଇଚଇ। ମହାମାରୀ ଭାବେ ଘୋଷିତ ହୋଇଥିବା ଏହି ଭାଇରସ ଉପରେ ରୋକ୍ ଲଗାଇବା ପାଇଁ ଅନେକ ଗବେଷଣା ଚାଲିଛି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି। ସେହିପରି ଭାରତୀୟ ଗବେଷକମାନେ କହିଛନ୍ତି ଟୀକା ବିକଶିତ କରିବା ପାଇଁ ବର୍ଷେରୁ ଦୁଇ ବର୍ଷ ସମୟ ଲାଗିବ। ହେଲେ ଏହା ଉପରେ ରୋକ୍ ଲଗାଇବା […]

corona viruse

corona viruse

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 02:15 PM IST

Sports

Latest News

ନୂଆଦିଲ୍ଲୀ: କିଲର କରୋନା ଭାଇରସକୁ ନେଇ ସାରା ଦେଶରେ ଏବେ ହଇଚଇ। ମହାମାରୀ ଭାବେ ଘୋଷିତ ହୋଇଥିବା ଏହି ଭାଇରସ ଉପରେ ରୋକ୍ ଲଗାଇବା ପାଇଁ ଅନେକ ଗବେଷଣା ଚାଲିଛି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି।

ସେହିପରି ଭାରତୀୟ ଗବେଷକମାନେ କହିଛନ୍ତି ଟୀକା ବିକଶିତ କରିବା ପାଇଁ ବର୍ଷେରୁ ଦୁଇ ବର୍ଷ ସମୟ ଲାଗିବ। ହେଲେ ଏହା ଉପରେ ରୋକ୍ ଲଗାଇବା ପାଇଁ ଏଚଆଇଭି (HIV) ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ Lopinavir ଏବଂ  Ritonavir କରୋନା ରୋଗୀଙ୍କ ଉପରେ ପ୍ରୟୋଗ କରିହେବ। ଯାହାକି ଫଳପ୍ରଦ ପ୍ରମାଣିତ ହେଉଛି ବୋଲି ଭାରତୀୟ ଗବେଷକ ମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ସରକାର ଔଷଧ କମ୍ପାନୀଗୁଡିକୁ ଏହି ଔଷଧର ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଔଷଧ କମ୍ପାନୀର ଗବେଷକମାନେ ଯୋଗ ଦେଇଥିଲେ। ଏହାପରେ ଏଚଆଇଭି ଔଷଧ ଷ୍ଟକ୍ ବଢାଇବା ପାଇଁ ଏସବୁ କମ୍ପାନୀକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  Lopinavir ଓ Ritonavir ଆଣ୍ଟି ରେଟ୍ରୋଭାଇରାଲ ଔଷଧ। ଏହା ଏଚଆଇଭିକୁ ପ୍ରତିରୋଧ କରିବା ସହ ଏଚଆଇଭି ଭୂତାଣୁରୁ ରକ୍ଷା କରେ।

ମନ୍ତ୍ରାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁଇ ଔଷଧର ଷ୍ଟକ୍‌ ବୃଦ୍ଧି କରିବା ପାଇଁ କମ୍ପାନୀକୁ କୁହାଯାଇଛି। ଏହି ଔଷଧ କିନ୍ତୁ  ଇଟାଲୀରୁ ଭାରତ ଆସିଥିବା ଦମ୍ପତିଙ୍କ ଚିକିତ୍ସା ପାଇଁ ଲୋପିନାୱିର ଏବଂ ରିଟୋନାୱିର ବ୍ୟବହାର କରାଯାଇଥିଲା । ଏହି ଦମ୍ପତି ଜୟପୁରରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚର ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ସହମତି କ୍ରମେ ଏହି ଦୁଇ ଔଷଧ ଦ୍ୱାରା ସେମାନଙ୍କର ଚିକିତ୍ସା କରାଯାଇଥିଲା ଏବଂ ଏହାର ଲାଭ ମଧ୍ୟ ମିଳିଛି। ପ୍ରାୟ ୧୪ ଦିନ ପରେ ସେମାନେ ସୁସ୍ଥ ହୋଇଥିଲେ। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ମଧ୍ୟ Covid-19 ର ଚିକିତ୍ସା ପାଇଁ ଆଣ୍ଟି ଏଚଆଇଭି ଔଷଧ ବ୍ୟବହାର କରିବାକୁ ଅନୁମତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos