ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ-୧୯କୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଶ୍ଵର ସବୁଠାରୁ ଅଧିକ ସଂକ୍ରମିତ ୫ଟି ଦେଶର ସଂକ୍ରମଣ ତୁଳନାରେ ଆମ ଦେଶରେ ଏହାର ହାର ସର୍ବନିମ୍ନ ଥିବା ଜଣାପଡିଛି । ଦେଶରେ ସଂକ୍ରମଣ ହାର ନିୟୁତ ପିଛା ୫୩୮ ଓ ମୃତ୍ୟୁ ହାର ୧୫ ଥିବା ବେଳେ ବିଶ୍ଵରେ ଏହା ହାରାହାରି ୧୪୫୩ ଏବଂ ୬୮.୭ ରହିଛି । ଦେଶ ଭିତରେ ୮ଟି […]

HARSH BARDHAN

HARSH BARDHAN

Subhransu Sekhar
  • Published: Thursday, 09 July 2020
  • Updated: 09 July 2020, 09:22 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ-୧୯କୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବିଶ୍ଵର ସବୁଠାରୁ ଅଧିକ ସଂକ୍ରମିତ ୫ଟି ଦେଶର ସଂକ୍ରମଣ ତୁଳନାରେ ଆମ ଦେଶରେ ଏହାର ହାର ସର୍ବନିମ୍ନ ଥିବା ଜଣାପଡିଛି । ଦେଶରେ ସଂକ୍ରମଣ ହାର ନିୟୁତ ପିଛା ୫୩୮ ଓ ମୃତ୍ୟୁ ହାର ୧୫ ଥିବା ବେଳେ ବିଶ୍ଵରେ ଏହା ହାରାହାରି ୧୪୫୩ ଏବଂ ୬୮.୭ ରହିଛି । ଦେଶ ଭିତରେ ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶରେ ଶତକଡା ୯୦ ଭାଗ ମାମଲା ଥିବା ବେଳେ କେବଳ ୪୯ଟି ଜିଲ୍ଲାରେ ଶତକଡା ୮୦ ଭାଗ ସକ୍ରିୟ ମାମଲା ରହିଛି।

ଏହାଛଡା ୬ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମୋଟ ମୃତ୍ୟୁ ସଂଖ୍ୟାର ଶତକଡା ୮୬ ଭାଗ ଥିବା ବେଳେ ୩୨ଟି ଦିଲ୍ଲାରେ ୮୦ ଭାଗ ମୃତକ ରହିଛନ୍ତି । ଅଧିକ ମୃତ୍ୟୁ ହାର ଥିବା ଅଞ୍ଚଳଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦିଆଯାଉଥିବା ବୈଠକରେ ଅବଗତ କରାଯାଇଥିଲା । କୋଭିଡ-୧୯ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂକ୍ରାନ୍ତରେ ବୈଠକରେ ସୂଚନା ଦିଆଯାଇଛି ଯେ, ଦେଶରେ ମୋଟ ୩୯୧୪ଟି କେନ୍ଦ୍ରରେ ବିନା ଆଇସିୟୁ ସହାୟତାରେ ୩,୭୭,୭୩୭ ଏକାନ୍ତବାସ ଶଯ୍ୟା, ୩୯,୮୨୦ ଆଇସିୟୁ ଶଯ୍ୟା ଏବଂ ୧,୪୨,୪୧୫ ଅମ୍ଳଜାନଯୁକ୍ତ ଶଯ୍ୟା ଓ ୨୦,୦୪୭ ଭେଣ୍ଟିଲେଟର ରହିଛି । ଏହାଛଡା ୨୧୩.୫୫ ଲକ୍ଷ ଏନ-୯୫ ମାସ୍କ, ୧୨୦.୯୪ ଲକ୍ଷ ପିପିଇ କିଟ୍ସ ଓ ୧୧୨.୫୭ ଲକ୍ଷ ହାଇଡ୍ରୋକ୍ସି କ୍ଳୋରୋକ୍ଵିନ ବଟିକା ବଣ୍ଟାଯାଇଛି ।

ଡଃ ହର୍ଷ ବର୍ଦ୍ଧନ କହିଥିଲେ ଯେ, ଦିନକୁ ଦିନ ଆମକୁ ସଙ୍ଗରୋଧ, ପର୍ଯ୍ୟବେକ୍ଷଣ, ନମୁନା ପରୀକ୍ଷଣ ସାମର୍ଥ୍ୟ ବୃଦ୍ଧି, ବୟସ୍କ ଓ ଦୀର୍ଘ ଦିନଧରି ଅନ୍ୟାନ୍ୟ ରୋଗ ଭୋଗୁଥିବା ଲୋକମାନଙ୍କର ଯତ୍ନ, ଆରୋଗ୍ୟ ସେତୁ ଆପ ଜରିଆରେ ସମ୍ଭାବ୍ୟ ହଟସ୍ପଟ କ୍ଷେତ୍ର ଆକଳନ, କ୍ରିଟିକାଲ କେଆର ଉପରେ ଗୁରୁତ୍ଵ ଦେବାକୁ ପଡିବ । ରାଜ୍ୟ ଓ କେନ୍ଦ୍ର ସରକାରମାନେ ମିଶି ସଂକ୍ରମଣ ଓ ମୃତ୍ୟୁ ହାର ହ୍ରାସ କରିବା ସହ ଆବଶ୍ୟକ ଉପଚାର ଉପରେ ପ୍ରାଧାନ୍ୟ ଦେବେ।

ଏହି ବୈଠକରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ଚୌବେ, ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ନୀତି ଆୟୋଗ ସଦସ୍ୟ ଡଃ ବିନୋଦ ପଲ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos