ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ଏପରି କି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍‌ ମନ୍ତ୍ରୀ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା […]

po

po

Hemant Lenka
  • Published: Thursday, 06 June 2019
  • Updated: 06 June 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି। ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି।

ଏପରି କି ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ପରେ ସେ ୨ ନଂ କ୍ୟାବିନେଟ୍‌ ମନ୍ତ୍ରୀ। ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦି-୨ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜନାଥଙ୍କ ବଦଳରେ ଶାହଙ୍କ ଉପରେ ବେଶୀ ଭରସା ଓ ବିଶ୍ୱାସ କରୁଥିବା ମନେ ହେଉଛି। ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ନିଜ ଅଧ୍ୟକ୍ଷତାରେ ୮ଟି କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି।

ହେଲେ ମୋଦି ନିଜେ ୬ଟି କମିଟିରେ ଥିବା ବେଳେ ରାଜନାଥ ମାତ୍ର ୨ଟି କମିଟିର ସଦସ୍ୟ ଅଛନ୍ତି। ଅନ୍ୟପକ୍ଷରେ ଶାହ ସମସ୍ତ ୮ଟି ଯାକ କ୍ୟାବିନେଟ୍‌ କମିଟିରେ ସଦସ୍ୟ ରହିଛନ୍ତି। ଏପରି କି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭ଟି କମିଟିର ସଦସ୍ୟ ରହିଥିବା ବେଳେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ୫ଟି କମିଟିରେ ରହିଛନ୍ତି।

ରାଜନାଥ ସିଂହଙ୍କୁ ଅର୍ଥନୀତିକ ବ୍ୟାପାର ଓ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟିରେ ରଖା ଯାଇଛି। ରାଜନୀତି ବ୍ୟାପାର କମିଟି, ଯାହା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ, ସେଥିରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ବାଦ୍‌ ଦିଆଯାଇଛି। ଏହି କମିଟିରେ ଅମିତ ଶାହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ଡା. ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ରାମ ବିଲାସ ପାଶ୍ୱାନ, ହର୍ସିମିରତ କୌର ବାଦଲ ଓ ଅରବିନ୍ଦ ସାୱନ୍ତ ରହିଛନ୍ତି।

ରାଜନାଥ ଏହି କମିଟିରେ ରହିବା ଏକ ପ୍ରକାର ଅପରିହାର୍ଯ୍ୟ। କାରଣ ସେ କ୍ୟାବିନେଟ୍‌ର ଦ୍ୱିତୀୟ ପାୱରଫୁଲ ମନ୍ତ୍ରୀ ଓ ଏଥିପାଇଁ ସେ ମୋଦିଙ୍କ ପରେ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ପାୱରଫୁଲ୍‌ ମନ୍ତ୍ରୀ ହିଁ ରାଜନୀତିକ ବ୍ୟାପାର କମିଟି ଏବଂ କ୍ୟାବିନେଟ୍‌ କମିଟିର ମୁଖ୍ୟ ହୋଇଥାଏ। ମୋଦି-୧ ସରକାରରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ରାଜନୀତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ସଦସ୍ୟ ରହିଥିଲେ।

ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ରହିଛନ୍ତି। ଅର୍ଥନୀତିକ ବ୍ୟାପାର କମିଟିର ଅଧ୍ୟକ୍ଷ ମୋଦି ରହିଛନ୍ତି। ଏହି କମିଟିରେ ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ, ପୀୟୂଷ ଗୋଏଲ, ଡିଭି ସଦାନନ୍ଦ ଗୌଡ଼ା, ନରେନ୍ଦ୍ର ତୋମାର, ରବି ଶଙ୍କର ପ୍ରସାଦ, ଏସ୍‌ ଜୟଶଙ୍କର, ହର୍ସିମିରତ କୌର ବାଦଲ ଓ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି।

ସଂସଦୀୟ ବ୍ୟାପାର କମିଟିରେ ଅମିତ ଶାହ, ନିର୍ମଳା ସୀତାରମଣ, ନରେନ୍ଦ୍ର ତୋମାର, ରବିଶଙ୍କର ପ୍ରସାଦ, ରାମ ବିଲାସ ପାଶ୍ୱାନ, ଥୱର ଚାନ୍ଦ ଗେହଲଟ, ପ୍ରକାଶ ଜାଭଡେକର ଓ ପ୍ରହ୍ଲାଦ ଯୋଶୀ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଓ ଏସ୍‌ ଜୟଶଙ୍କର ସାମିଲ ଅଛନ୍ତି।

ନିବେଶ, ଅଭିବୃଦ୍ଧି ଓ କର୍ମନିଯୁକ୍ତି କ୍ୟାବିନେଟ୍‌ରେ ମୋଦି ନିଜେ ଅଧ୍ୟକ୍ଷତା କରିବେ। ଏହି ୫ ଜଣିଆ କମିଟିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ରହିଛନ୍ତି। ସେହିପରି ଦକ୍ଷତା ବିକାଶ ଓ କର୍ମନିଯୁକ୍ତି ପାଇଁ ମୋଦି ୧୦ ଜଣିଆ କମିଟି ଗଠନ କରିଛନ୍ତି।

ଏଥିରେ ଶାହ, ସୀତାରମଣ, ଗୋଏଲ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ହାଉସିଂ ଓ ସହର ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story